April 14, 2024

Odia Express

News For Public

୨୫ ଜୁନ୍ ୧୯୮୩ କୁ ଅର୍ଥାତ ଆଜି ର ଦିନରେ ଭାରତ ହୋଇଥିଲା କ୍ରିକେଟ ୱାର୍ଲଡ ଚ୍ୟାମ୍ପିୟନ୍ – ଏଥର ମଧ୍ୟ ବିଶ୍ୱକପ ଜିତିବ କି ଭାରତ..

୨୫ ଜୁନ୍ ଆଜାଦ୍ ଭାରତୀୟ କ୍ରିକେଟ୍ ଇତିହାସରେ ଏହି ତାରିଖ ଅମିତ୍ ଅଛି , ୩୬ ବର୍ଷ ପୂର୍ବରୁ ଆଜିର ଦିନରେ ପ୍ରଥମ ବିଶ୍ୱକପ୍ ର ବିଶ୍ୱ ଚାମ୍ପିୟନ୍ ଭାରତ ହୋଇଥିଲା , ୨୫ ଜୁନ୍ ୧୯୮୩ କୁ ମାନେ ଆଜିର ଦିନରେ ଭାରତ ୱେଷ୍ଟଇଣ୍ତିଜ୍ ପରି ମଜବୁତ୍ ଟିମ୍ କୁ ଲର୍ଡସର ଐତିହାସିକ ମଇଦାନରେ ୧୯୮୩ ରେ ହରାଇ ୱାର୍ଲଡ କପ୍ ଜିତିଥିଲେ । ୧୯୮୩ ୱାର୍ଲଡ କପ୍ ଫାଇନାଲ୍ ରେ ଭାରତର ମୁକାବଲା ୱେଷ୍ଟଇଣ୍ତିଜ୍ ସହ ଥିଲା । ଯିଏକି ଦୁଇଥର ଚ୍ୟାମ୍ପିୟନ୍ ଟିମ୍ ଥିଲା , ପ୍ରଥମେ ବୋଲିଙ୍ଗ୍ କରି ୱେଷ୍ଟଇଣ୍ତିଜ୍ ଭଲ ମ୍ୟାଚର ଆରମ୍ଭ କରିଥିଲେ , ସେ ଭାରତକୁ ୧୮୩ ରନ୍ ରେ ସ୍ଥଗିତ କରିଥିଲେ , ଭାରତୀୟ ଟିମ୍ ରୁ କେଉଁ ବ୍ୟାଟ୍ସମ୍ୟାନ୍ ୫୦ ରନର ଅର୍ଦ୍ଧଶତକ କରିନଥିଲେ । ଶ୍ରୀକାନ୍ତ ଭାରତର ଟପ୍ ସ୍କୋର୍ କରିଥିଲେ । ସେ ୩୮ ରନ୍ କରିଥିଲେ , ସନ୍ଦୀପ ପାଟିଲ୍ ୨୭ ରନ୍ , ମହିନ୍ଦର ଅମରନାଥ ୨୬ ରନ୍ , ମଦନଲାଲ୍ ୧୭ ରନ୍ , କପିଲ ଦେବ ୧୫ ରନ୍ , ଓ ସୟଦ କିରମାନୀ ୧୫ ରନ୍ ଛୋଟ ପାରି ଖେଳି ଭାରତକୁ ୧୮୦ ରନ୍ ପାର୍ ପହଞ୍ଚାଇଥିଲେ  ,

 

ଏହାର ଜବାବରେ ୱେଷ୍ଟଇଣ୍ତିଜ୍ ଗୋଟେ ୱିକେଟରେ ୫୦ ରନ କରିଦେଇଥିଲେ । ଓ ଏହି ଟିମ୍ ନିଜ ଲକ୍ଷ୍ୟ ସ୍ଥଳ ଆଡକୁ ବଢିବାର ଦେଖାଯାଇଥିଲା । ୱେଷ୍ଟଇଣ୍ତିଜ୍ ର ଦର୍ଶକମାନେ ଖୁସି ମନାଇବା ଆରମ୍ଭ କରିଦେଇଥିଲେ,  ସେପଟେ ଭାରତୀୟ ପ୍ରଶଂସକ ଆଶା ହରାଇବସିଥିଲେ । କିନ୍ତୁ ମହିନ୍ଦର ଅମରନାଥ, ମଦନ ଲାଲ , ବଲବିନ୍ଦର ସିନ୍ଧୁ , କପିଲ ଦେବ ଓ ରୋଜର ବିନ୍ନୀ ଟିମ୍ ର ଗଜବ ବାପସି କରି ୱେଷ୍ଟଇଣ୍ତିଜ୍ କୁ ୧୪୦ ରନ୍ ରେ ଧୁଳି ଚଖାଇଦେଇଥିଲେ।  ଅମରନାଥ ଓ ମଦନ ତିନୋଟି ଲେଖାଏଁ ୱିକେଟ୍ ନେଇ ଥିଲେ,  ଓ ସନ୍ଧୁ ଦୁଇ କପିଲ ଓ ବିନ୍ନି ଗୋଟିଏ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

 

ଏହି ମ୍ୟାଚରେ କପିଲ ଦେବଙ୍କ ଦ୍ୱାରା ନିଆଯାଇଥିବା ବିବିୟାନ୍ ରିଚାର୍ଡସ କ୍ୟାଚ୍ ଲୋକେ ଆଜି ବି ମନେ ରଖିଛନ୍ତି , କପିଲଦେବ କ୍ୟାଚ୍ ନେବାପାଇଁ ପୂର୍ବରୁ ମିଡ ୱିକେଟ୍ ବାଉଣ୍ତ୍ରିରେ ଓଲଟା ପାଦରେ ପ୍ରାୟ ୨୫ ପାଦ ଦୌଡିଥିଲେ,  ଭାରତ ସେହି ଦିନରୁ ବିଶ୍ୱବିଜେତା ହୋଇପାରିନଥିଲା  ବରଂ ଦେଶର କ୍ରିକେଟରେ ଏକ ସ୍ୱର୍ଣ୍ଣ ଦିନର ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *