April 10, 2024

Odia Express

News For Public

ଜୟା ବଚ୍ଚନ ଭାଙ୍ଗିଲେ ନୀରବତା, କହିଲେ ଅମିତାଭ ବଚନ ଓ ଐଶ୍ଵର୍ଯ୍ୟା ଘରେ କିପରି ରୁହନ୍ତି..

1 min read

ଅମିତାଭ ବଚ୍ଚନଙ୍କୁ ଶତାବ୍ଦୀରର ମହାନାୟକ କୁହାଯାଏ । ନିଜର ଗୋଟିଏ ପରେ ଗୋଟିଏ ସୁପରହିଟ ଚଳଚ୍ଚିତ୍ର କାରଣରୁ ଅମିତାଭ ବଲିଉଡର ମୁକୁଟବିହୀନ ସମ୍ରାଟ ଅଟନ୍ତି । ଅଶି ଦଶକର ହେଉ କିମ୍ବା ଆଜି, ଅମିତାଭ ସମସ୍ତ ପ୍ରକାର ଅଭିନୟରେ ପୋଖତ । ନିକଟରେ ଅମିତାଭ ଙ୍କର ଗୋଟିଏ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ସେ ନିଜର ସହ-ଅଭିନେତା ଥିବା ଋଷି କପୁରଙ୍କର ବାପାର ଅଭିନୟ କରିବେ । ଏହି ଫିଲ୍ମ ର ନାମ ନଟ ଆଉଟ102 ଅଟେ । ଫିଲ୍ମ ରେ ଗୋଟିଏ ବୟସର ଅଭିନେତା ମାନଙ୍କର ପିତା ପୁତ୍ର ଅଭିନୟ ଦେଖିବା ଭଳି ହୋଇଥିବ ।

 

ଆଜି ଆମେ ଅମିତାଭ ନୁହେଁ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କ କଥା କହିବାକୁ ଯାଉଛୁ । ନିକଟରେ ଜୟା ନିଜ ପରିବାରର ଅନେକ ରହସ୍ୟ ଉପରୁ ପରଦା ହଟେଇଛନ୍ତି । ଆପଣଙ୍କୁ ଜଣେଇ ଦେଉଛୁ ଯେ ଜୟା ବଚ୍ଚନ କେବଳ ଜଣେ ଭଲ ଅଭିନେତ୍ରୀ ନୁହେଁ ତାସହ ଉଚ୍ଚକୋଟୀର ରାଜନୀତିଜ୍ଞ ମଧ୍ୟ । ଜୟା ବଚ୍ଚନ ଏଭଳି ପ୍ରଥମ ଅଭିନେତ୍ରୀ ଯେ କି ଅଭିନୟ ସହ ରାଜନୀତିରେ ମଧ୍ୟ ସଫଳ ହୋଇଛନ୍ତି । ଏମିତିରେ ଜୟା ଖବରରୁ ଦୂରେଇ ରହିବା ପସନ୍ଦ କରନ୍ତି କିନ୍ତୁ ଯେବେ ବି ସେ ଗଣମାଧ୍ୟମକୁ କିଛି କୁହନ୍ତି ତାହା ପ୍ରଚାର ହୋଇଯାଏ । ନିକଟରେ ମିଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଜୟା ବଚ୍ଚନ ନିଜ ସ୍ଵାମୀ ଅମିତାଭ ଓ ବୋହୁ ଐଶ୍ଵର୍ଯ୍ୟା ବିଷୟରେ ଏପରି କିଛି କହିଛନ୍ତି ଯାହା ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ ।

 

ଆଜିଯାଏ ଆପଣ ଅମିତାଭ ଓ ଐଶ୍ଵର୍ଯ୍ୟାଙ୍କୁ ଶ୍ଵଶୁର ଓ ବୋହୁ ରୂପରେ ଦେଖିଥିବେ । କିନ୍ତୁ ଜୟା ବଚ୍ଚନ ଙ୍କ ଅନୁସାରେ ଏମାନଙ୍କର କିଛି ଏପରି ଗୁପ୍ତ କଥା ଅଛି ଯାହା ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନ ଏକ ପ୍ରମୁଖ କାର୍ଯ୍ୟକ୍ରମ ଆଇଡିଆ ଏକ୍ସଚେଞ୍ଜ ରେ ନିଜ ଘର ବିଷୟରେ କିଛି ରୋଚକ କଥା କହିଛନ୍ତି ଜୟା ଓ ଅମିତାଭଙ୍କର ପ୍ରେମକାହାଣୀ ଏକ ସମୟରେ ସବୁଠାରୁ ଲୋକପ୍ରିୟ ବିଷୟ ଥିଲା । ଅମିତାଭ ବଚ୍ଚନଙ୍କର ଏତେ ନିକଟତର ହୋଇ ସୁଦ୍ଧା ଜୟା ଓ ସେ ଏକତ୍ର କାମ କରିବା ପସନ୍ଦ କରନ୍ତି ନାହିଁ। ଚଲାନ୍ତୁ ଜାଣିବା ଜୟା ଅମିତାଭ ଓ ଐଶ୍ଵର୍ଯ୍ୟା ଙ୍କର କେଉଁ କେଉଁ ବିଷୟ ଉପରୁ ପରଦା ଉଠେଇଛନ୍ତି ।

 

ଚଳିତ ସମୟରେ ପ୍ରତି ଘରେ ଟିଭି ଉପଲବ୍ଧ । ଏହା ଘରେ ବସି ଆମୋଦପ୍ରମୋଦର ଏକ ମାଧ୍ୟମ ହୋଇସାରିଛି । ଏଭଳି ରେ ସମସ୍ତେ ନିଜ ପରିବାର ସହ ବସି ଟିଭି ଦେଖିବା ପସନ୍ଦ କରନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଜୟା ବଚ୍ଚନ ନିଜ ପତି ଅମିତାଭ ଙ୍କ ସହ ଏକତ୍ର ଟିଭି ଦେଖିବା ପସନ୍ଦ କରନ୍ତି ନାହିଁ। କାରଣ ହେଲା ଯେ ଅମିତାଭ ଖେଳ ଚାନେଲ ପସନ୍ଦ ଥିବାବେଳେ ଜୟାଙ୍କୁ ଏହା ବୋରିଙ୍ଗ ଲାଗେ। ଜୟା କହିଲେ ଅମିତାଭ ଓ ଅଭିଷେକ ମିଶି ସ୍ପୋର୍ଟ୍ସ ଚାନେଲ ଦେଖନ୍ତି ଏଥିପାଇଁ ସେ ଅନ୍ୟ ରୁମକୁ ଯାଇ ଟିଭି ଦେଖନ୍ତି ।

 

ଜୟା ନିଜ ବୋହୁ ଐଶ୍ଵର୍ଯ୍ୟାଙ୍କ ବିଷୟରେ କହିଲେ ଯେ ସେ ସେ ସବୁ ସମୟରେ ଅଭିନେତ୍ରୀ ଭୂମିକା ଛାଡନ୍ତି ନାହିଁ । ଜୟାଙ୍କ ଅନୁଯାୟୀ ଐଶ୍ଵର୍ଯ୍ୟା ନା କେବଳ ଜଣେ ଭଲ ବୋହୁ ତାସହ ସେ ଜଣେ ଭଲ ମାଆ ମଧ୍ୟ । ସେ ଝିଅ ଆରାଧ୍ୟାକୁ କେବେ ଏକୁଟିଆ କରନ୍ତି ନାହିଁ ଓ ଘରର ସମସ୍ତ କାମ ନିଜେ କରନ୍ତି । ଐଶ୍ଵର୍ଯ୍ୟା ଆରାଧ୍ୟାକୁ ନିଜେ ଗାଧେଇଦେବା, ଖୁଆଇଦେବା, ଡ୍ରେସ ପିନ୍ଧେଇବା ଓ ପଢେଇ ଦିଅନ୍ତି ମଧ୍ୟ । ଜୟାଙ୍କ ଅନୁଯାୟୀ ଆଧୁନିକ ମାଆ ମାନେ ପୁରାତନ ମାଆ ମାନଙ୍କ ଠାରୁ ଅଧିକ ଯତ୍ନଶୀଳ ଅଟନ୍ତି ।

Leave a Reply

Your email address will not be published. Required fields are marked *