ରାଣୀ ମୁଖାର୍ଜୀଙ୍କ ଝିଅ ଆଦିରା ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଲା , ଦେଖିବାକୁ ରାଣୀଙ୍କ ଠାରୁ ଅଧିକ ସୁନ୍ଦର – ଏବେ ଦେଖି ନିୟନ୍ତୁ..

ଏବେ ବଲିଉଡରେ ଷ୍ଟାର ମାନଙ୍କ ଭଳି ସେମାନଙ୍କ ସନ୍ତାନ ମଧ୍ୟ ଧ୍ୟାନ ଆକର୍ଷଣ କରୁଛନ୍ତି । ବଲିଉଡ ର ଶିଶୁ ମାନେ ଜନ୍ମ ସମୟରୁ ଷ୍ଟାର ବନିଯାଉଛନ୍ତି ଏମାନଙ୍କର ଉତ୍ତମ ପ୍ରଶଂସକଗଣ ମଧ୍ୟ ରହିଥାନ୍ତି । ଷ୍ଟାର କିଡସ ମାନଙ୍କ ମଧ୍ୟରେ ତଇମୁର ସବୁଠାରେ ଆଗରେ ଅଛନ୍ତି  ଓ ଏପରି ଷ୍ଟାର କିଡ ଅଟନ୍ତି ଯାହା ପଛରେ ସବୁ ସମୟରେ ମିଡିଆ କ୍ୟାମେରା ଘୁରି ବୁଲୁଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଅପରି ଷ୍ଟାର ବିଷୟରେ କହିବୁ ଯାହାଙ୍କୁ ତାଙ୍କର ଅଭିଭାବକ ମିଡିଆ ଠାରୁ ଦୂରରେ ରଖିଛନ୍ତି ।

 

ଆମେ ବଲିଉଡ ର ଜଣାଶୁଣା ଅଭିନେତ୍ରୀ ରାଣୀ ମୁଖାର୍ଜୀ ଙ୍କ ବିଷୟରେ କହୁଛୁ ଯିଏ ୨୦୧୪ମସିହାରେ ଆଦିତ୍ୟ ଚୋପ୍ରା ଙ୍କ ସହ ଗୁପ୍ତାରେ ବିବାହ କରି ନେଇଥିଲେ । ତାଙ୍କ ବିବାହ ଏପରି ଆୟୋଜିତ ହୋଇଥିଲା ଯେ କାହା କାନକୁ ଏ ଖବର ଯାଇପାରିନଥିଲା । ରାଣୀ ଓ ଆଦିତ୍ୟଙ୍କ ପ୍ରେମ ପ୍ରସଙ୍ଗ ଅନେକ ଦିନରୁ ବଲିଉଡ ରେ ଶୁଣାଯାଉଥିଲା କିନ୍ତୁ ଏ ଦୁହେଁ ଏକଥା କୁ କେବେ ସ୍ଵୀକାର କରୁନଥିଲେ । ଏହା ମଧ୍ୟ ଶୁଣାଯାଇଥିଲା ଯେ ଦୁହେଁ ବିବାହ ପୂର୍ବରୁ ଲିଭ-ଇନ-ରିଲେସନଶିପ ରେ ଥିଲେ ।

 

ରାଣୀ ମୁଖାର୍ଜୀ ଅନେକ ସମୟରୁ ଚଳଚ୍ଚିତ୍ର ଠାରୁ ଦୂରେଇ ଅଛନ୍ତି । କିନ୍ତୁ ୨୦୧୮ରେ ତାଙ୍କର ଫିଲ୍ମ ‘ହିଚକି’ ମୁକ୍ତିଲାଭ କରିଥିଲା ଯାହା ବକ୍ସଅଫିସରେ ସେପରି କମାଲ କରିପାରିନଥିଲା । ଗୋଟିଏ ସମୟରେ ରାଣୀ ବଲିଉଡର ସବୁଠାରୁ ଅଧିକ ପାଉଣା ନେଉଥିବା ଅଭିନେତ୍ରୀ ଥିଲେ । ଏହା ସହ ସେ ଅନେକ ପ୍ରଡ଼କ୍ଟର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଥିଲେ ।

 

୨୦୧୪ରେ ରାଣୀ ଆଦିତ୍ୟ ଚୋପ୍ରାଙ୍କ ସହ ଗୁପ୍ତରେ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ତାଙ୍କର ଝିଅ ଆଦିରା ଜନ୍ମ ନେଇଥିଲା । ଆଦିତ୍ୟ ଓ ରାଣୀ ନିଜ ଝିଅ ଆଦିରାକୁ ସବୁବେଳେ କ୍ୟାମେରା ରୁ ଦୂରେଇ ରଖୁଥିଲେ । ଆଦିରାଙ୍କର କୌଣସି ଫଟୋ କେବେ ମଧ୍ୟ ମିଡିଆ ହାତକୁ ଆସିନାହିଁ । ଏପରିକି ଜନ୍ମ ପରେ ରାଣୀ ନିଜ ଝିଅର ଫଟୋ ସୋସିଆଲ ମିଡିଆ ରେ ସେୟାର କରିଥିଲେ ।

 

ହୁଏତ ଆଦିରା ଆଜିଯାଏ କ୍ୟାମେରା ଠାରୁ ଦୂରେଇ ରହିଛି କିନ୍ତୁ ସେ ସୁନ୍ଦରତା ଓ ଚତୁରତାରେ କାହାଠାରୁ କମ ନୁହେଁ । ସୁନ୍ଦରତାରେ ସେ ନିଜ ମାଆ ରାଣୀ ମୁଖାର୍ଜୀ ଙ୍କୁ ମଧ୍ୟ ପଛରେ ପକେଇ ଦେବ । ଆଦିରା ଏବେ ତିନି ବର୍ଷର ହୋଇସାରିଛି ଓ ଏବେ ସୋସିଆଲ ମିଡିଆ ହାତରେ ଆଦିରା ର ଏପରି କିଛି ଫଟୋ ଆସିଛି ଯାହାକୁ ଦେଖି ସମସ୍ତେ କହୁଛନ୍ତି ଆଦିରା ନିଜ ମାଆ ଙ୍କ ଠାରୁ ଅଧିକ ସୁନ୍ଦରୀ ।

Leave a Reply

Your email address will not be published.