ଭଗବାନ ଏହି ଛୋଟ ଛୋଟ ବସ୍ତୁରୁ ଆସୁଥିବା ଭଲ ସମୟର ସଂକେତ ଦେଇଥାନ୍ତି, ଯିଏ ବୁଝିଲା ତାର ମଙ୍ଗଳ…ଏବେ ଦେଖି ନିୟନ୍ତୁ

ଆମ ଜୀବନରେ ଏଭଳି ବହୁତ ଘଟଣା ଘଟିଥାଏ ଯାହାର ଆଭାସ ଆମକୁ ପୂର୍ବରୁ ହୋଇଥାଏ ଯେ ଆଗକୁ କିଛି ଘଟିବାକୁ ଯାଉଛି । ଆସୁଥିବା ଏହି ଘଟଣାର ପୂର୍ବ ସଂକେତ ଆମକୁ କିଛି ନା କିଛି ରୂପରେ ମିଳିଥାଏ ।କିନ୍ତୁ ଆମେ ତାହା ବୁଝିବାରେ ଅକ୍ଷମ ହେଉ । ସୁଖ ବା ଦୁଃଖ ଆସୁ କିନ୍ତୁ ତା ପୂର୍ବରୁ ଭଗବାନ ଆମକୁ ଏଭଳି କିଛି ସଂକେତ ଦେଇଥାନ୍ତି ଯାହାଦ୍ୱାରା ବ୍ୟକ୍ତି ବୁଝିପାରେ ଯେ ଆଗକୁ କିଛି ଘଟଣା ଘଟିବାକୁ ଯାଉଛି । ଆପଣ ଯଦି ପ୍ରଚେଷ୍ଟା କରିବେ ତେବେ ସହଜରେ ଜାଣିପାରିବେ ଯେ ଆପଣଙ୍କ ସହ କଣ ଘଟିବାକୁ ଯାଉଛି । ଦୈନନ୍ଦିନ ଜୀବନରେ ଏପରି କି ପ୍ରକାର ସଂକେତ ମିଳେ ଯାହା ଆପଣ ବୁଝିପାରନ୍ତି ନାହିଁ ।

 

ପୂର୍ଣ୍ଣ କଳସୀ ଦେଖିବା  – ଘରୁ ବାହାରିବା ସମୟରେ ଖାଲି ବାସନ ଦେଖିବା ଯେପରି ଅଶୁଭ ହୋଇଥାଏ ସେହିପରି ଜଳପୂର୍ଣ୍ଣ କଳସୀ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣଙ୍କ ଦୃଷ୍ଟି ଏଭଳି ବାସନ ଉପରେ ପଡେ ଯେଉଁଥିରେ ଜଳ କିମ୍ବା କ୍ଷୀର ଭର୍ତ୍ତି ଥାଏ ତାହା ବହୁତ ଶୁଭ ହୋଇଥାଏ । ଏହା ସଂକେତ ଦେଇଥାଏ ଯେଉଁ କାର୍ଯ୍ୟ ପାଇଁ ଆପଣ ଘରୁ ବାହାରିଛନ୍ତି ତାହା ନିଶ୍ଚିତ ପୂରଣ ହେବ ।

 

ପ୍ରସନ୍ନ ମନରେ ଶଯ୍ୟା ତ୍ୟାଗ କରିବା  – ଆପଣ ଏହି କଥା ପ୍ରତି କେବେ ଧ୍ୟାନ ଦେଇନଥିବେ କିନ୍ତୁ ଯେତେବେଳେ ଆପଣ ଶୋଇକରି ଉଠିବେ ଓ ଆପଣଙ୍କ ମୁହଁରେ ସ୍ମିତହାସ୍ୟ ଥିବ ତେବେ ଆପଣଙ୍କ ପୁରାଦିନ ଖୁବ ଭଲରେ କଟେ। ଯଦି ଆପଣ ପ୍ରସନ୍ନ ମନରେ ନିଦ୍ରା ତ୍ୟାଗ କରୁଛନ୍ତି ତେବେ ଏହା ସଂକେତ ଦିଏ ଯେ ଆଜି ଆପଣଙ୍କ ପୁରା ଦିନ ଭଲରେ କଟିବ ଓ ଆପଣ ଯାହା କରିବେ ସେଥିରେ ସଫଳ ହେବେ । ଏହି କାରଣରୁ ସକାଳ ସମୟରେ କ୍ରୋଧ କରିବା ଉଚିତ ନୁହେଁ ଖୁସି ମନରେ ଦିନର ଆରମ୍ଭ କରିବା ଉଚିତ

 

ପଶୁ-ପକ୍ଷୀ  – ପଶୁପକ୍ଷୀ ଙ୍କ ଠାରୁ ସବୁବେଳେ ଆସନ୍ନ ଘଟଣାର ଅନୁମାନ ଲଗାଯାଇପାରେ । ଯେପରିକି କୁକୁର ବା ବିଲେଇ ଯଦି ଆପଣଙ୍କ ଘର ସାମନାରେ ତୁହାକୁତୁହା କାନ୍ଦେ ତେବେ କାହାର ମୃତ୍ୟୁ ସମାଚାର ମିଳେ । ସେହିପରି ଯଦି ବିଲେଇ ଆସି ଆପଣଙ୍କ ଘରେ ଛୁଆ ଜନ୍ମ ଦିଏ ତେବେ ଏହା ଅର୍ଥ ଆପଣଙ୍କୁ କିଛି ଶୁଭ ସମାଚାର ମିଳିବାକୁ ଯାଉଛି । ଆପଣଙ୍କ ଘର ଆଖପାଖ ର ପଶୁ ମାନେ ଯଦି ଖୁସିରେ ଥାନ୍ତି ତେବେ ଆପଣଙ୍କ ଆଖପାଖ ରେ ସକାରାତ୍ମକ ଶକ୍ତି ରହିଛି ଓ ଆପଣଙ୍କର ଭଲ ସମୟ ପାଖେଇ ଆସୁଛି ।

 

ସକାଳୁ ସକାଳୁ ପଇସା ମିଳିବା  – ଯଦି ଆପଣ ନିଦରୁ ଉଠୁ ଉଠୁ ଘର ଲୋକଙ୍କ ଠାରୁ କିମ୍ବା ଅନ୍ୟ କାହା ତରଫରୁ ପଇସା ମିଳେ ତାହା ବହୁତ ଶୁଭ ହୋଇଥାଏ । ଏହା ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ କୃପା ଥିବାର ସଂକେତ ହୋଇଥାଏ  ଓ  ଆପଣଙ୍କୁ ଖୁବ ଶୀଘ୍ର କିଛି ବଡ ସଫଳତା ମିଳିବାକୁ ଅଛି ତା ସହ ପ୍ରଚୁର ଧନଲାଭ ର ଯୋଗ ଥାଏ ।

ହସୁଥିବା ଶିଶୁ  – ଯଦି ଆପଣ କେଉଁ କାର୍ଯ୍ୟରେ ବାହାରକୁ ଯାଉଛନ୍ତି ଓ ହସୁଥିବା ଶିଶୁ ଆପଣଙ୍କ ସମ୍ମୁଖରେ ଦୃଶ୍ୟ ହୁଏ ତେବେ ଏହା ବହୁତ ଭଲ ଓ ମଙ୍ଗଳକାରୀ ହୋଇଥାଏ । ଶିଶୁଙ୍କ ଠାରେ ଭଗବାନ ବାସକରନ୍ତି ଓ ଏହି ହସୁଥିବା ଭଗବାନଙ୍କ ଅର୍ଥ ହେଲା ଆପଣଙ୍କ ଦିନ ମଙ୍ଗଳମୟ ହେବ । ଯଦି କେଉଁ ମନୋହର ହସୁଥିବା ଶିଶୁ କୁ ଆପଣ ଦେଖନ୍ତି ତେବେ ଆପଣଙ୍କୁ କାମରେ ସଫଳତା ମିଳିବ ଓ ପୁରା ଦିନ ଶୁଭ ସମାଚାର ମିଳିବ ।

Leave a Reply

Your email address will not be published. Required fields are marked *