April 20, 2024

Odia Express

News For Public

୨୭ ଜୁନ ୨୦୧୯ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମା ଲକ୍ଷ୍ମୀ ଏହି ୩ଟି ରାଶିର ଦୁଃଖ ଦୂର କରିବେ

1 min read

ମେଷ : ଆପଣଙ୍କ ପରିବାର ଲୋକଙ୍କ ପାଇଁ ଆଜି ଆପଣ ଖୁସି ଓ ଗର୍ବ ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ । ବ୍ୟବସାୟରେ ଆଜିର ଦିନ ଲାଭ ହେବ। କାର୍ଯ୍ୟାଳୟ ସହିତ କାମ କରୁଥିବା ଲୋକଙ୍କର ସହଯୋଗ ମିଳିବ। ପରିଜନମାନେ ଆପଣଙ୍କ ସହିତ ଆଜି ଆନନ୍ଦ ପୂର୍ବକ ସମୟ ବିତାଇବେ। ମାନସିକ ରୂପରେ ମଧ୍ୟ ଆପଣ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ମିଳିବ। କାର୍ଯ୍ୟରେ ଯଶ ପ୍ରାପ୍ତି ହେବ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ : କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । କାରଣ ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ ।ଶାନ୍ତିର ସହ ନିଜର କାଯ୍ୟରେ ନିୟୋଜିତ ରୁହନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ । ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ। କୌଣସି ଧାର୍ମିକ ସ୍ଥଳ ଅଥବା ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ ମିଳିବ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ମିଥୁନ : ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ ।  ଶାରୀରିକ ରୂପରେ ଅସୁସ୍ଥ ରହିବାରୁ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବାରେ ବିଳମ୍ବ ହେବାରୁ ଆପଣ ନିରାଶ ହୋଇପାରନ୍ତି। ଆଜି କୌଣସି ନୂଆ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ। ଖାଦ୍ୟ-ପେୟରେ ଉଚିତ ଅନୁଚିତର ବିବେକ ରଖିବେ। ଆଜି କାର୍ଯ୍ୟଭାର ଅଧିକ ରହିବ। ସେଥିପାଇଁ ସୁସ୍ଥତା ରହିବ। ଯାତ୍ରାରେ ମଧ୍ୟ ବିଘ୍ନ ଉପସ୍ଥିତ ହେବ। ଭଲ ହେବ, ଯଦି ଆଜି କୌଣସି କାର୍ଯ୍ୟ ପଛରେ ମାନସିକ ସୁଖ ଶାନ୍ତି ନ ନଷ୍ଟକରି ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକତାର ଆଶ୍ରୟ ନେବେ।ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

କର୍କଟ : ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।  ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ । ଆଜିର ଦିନ ଆମୋଦ-ପ୍ରମୋଦରେ ବିତିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ। ମିତ୍ର ଏବଂ ପରିଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁଯାଇ ଆନନ୍ଦ ଉଠାଇ ପାରନ୍ତି। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେଇ ପାରିବେ ଏବଂ ନୂଆ ବସ୍ତ୍ର ମଧ୍ୟ କ୍ରୟ କରିବେ। ବାହନ ସୁଖ ମଧ୍ୟ ମିଳିବ। ଆପଣଙ୍କ ମାନ-ସମ୍ମାନ ଏବଂ ଲୋକପ୍ରିୟତାରେ ମଧ୍ୟ ବୃଦ୍ଧି ହେବାର ସଂକେତ ଅଛି।ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ସିଂହ : ଆଜି ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କର ସହାୟତା ମିଳିବ । ଯଦି ଆପଣ କିଛି ଅସୁବିଧାରେ ପଡ଼ିଛନ୍ତି ତାହାହେଲେ ପରିବାର ଲୋକଙ୍କ ସାହାଯ୍ୟ ମଧ୍ୟ ନେଇପାରନ୍ତି ।  ଆଜିର ଦିନ ଆନନ୍ଦରେ ବିତିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସାମନାରେ ବିଜୟର ସ୍ଵାଦ ପ୍ରାପ୍ତି କରି ପାରିବେ। ସ୍ଵଜନମାନଙ୍କ ସହିତ ଆଜି ଭେଟ ହେବ। ମାନସିକ ରୂପରେ ପ୍ରସନ୍ନତା ବନି ରହିବ। ଧାର୍ମିକ ଯାତ୍ରାରେ ମନରେ ଆନନ୍ଦ ଅନୁଭବ କରିବେ। ସମ୍ବନ୍ଧରେ ଉଠୁଥିବା ଭାବନା ଆପଣଙ୍କ ମନକୁ ଚିନ୍ତାଶୀଳ କରିବ।ପ୍ରତିକାର-ଗ୍ରାମ୍ୟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କନ୍ୟା : ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ । ଆଜିର ଦିନ ଲାଭଦାୟୀ ଅଟେ। ଭାଗ୍ୟ ବହୁତ ସାଥୀ ଦେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପାଇଁ ଆଜି ଲାଭଦାୟୀ ଦିନ ଅଟେ। ମିତ୍ରମାନଙ୍କ ସହିତ ଭେଟ ହେବାରୁ ମନରେ ଆନନ୍ଦ ରହିବ। ତାଙ୍କ ସହିତ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ। ନୂଆ କାର୍ଯ୍ୟର ଶୁଭାରମ୍ଭ ଆପଣଙ୍କ ପାଇଁ ଲାଭଦାୟୀ ରହିବ। ବିବାହ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିବାହ ସମ୍ବନ୍ଧିତ ଆୟୋଜନ ହୋଇପାରେ।ପ୍ରତିକାର:- ଗ୍ରାମ ଦେବତୀଙ୍କୁ ବୁନ୍ଦି ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦେବେ।

ତୁଳା : ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ ।ମନେରଖନ୍ତୁ ନିଜକୁ ସ୍ଫୁର୍ତ୍ତି ରଖିବାକୁ ହେଲେ ପରିବାର ଲୋକଙ୍କ ସାଙ୍ଗରେ ସମୟ କଟାନ୍ତୁ ।ଏହା ଠାରୁ ଭଲ ରାସ୍ତା ଆପଣଙ୍କ ପାଖରେ ନାହିଁ । ଆଜିର ଦିନ ପ୍ରତିକୂଳତାରେ ଭରା ରହିବ। ଶାରୀରିକ ଫୁର୍ତ୍ତିର ଆଜି ଅଭାବ ହୋଇପାରେ ଏବଂ ମାନସିକ ରୂପରେ ମଧ୍ୟ ଚିନ୍ତା ରହିପାରେ। ପତ୍ନୀଙ୍କ ସହିତ କଲହର ପ୍ରସଙ୍ଗ ବନିପାରେ ଅଥବା ମନମାଳିନ୍ୟ ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ। ସମ୍ବନ୍ଧିମାନଙ୍କ ସହିତ ମନମାଳିନ୍ୟର ପ୍ରସଙ୍ଗ ବନିପାରେ।ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା : ଆଜି ଆପଣ ସବୁ ଚ଼ିନ୍ତା ପରିତ୍ୟାଗ କରି କିଛି ସମୟ ପରିବାର ଲୋକଙ୍କ ସହିତ କଟାଇବାକୁ ଚ଼ାହିଁବେ ।ଏହି ସମୟ ଆପଣ ଆପଣଙ୍କ ଲୋକଙ୍କ ସହିତ ସ୍ନେହ ବାଣ୍ଟିବାର ସମୟ ଅଟେ ।ଆପଣଙ୍କ ପରିବାର ଆପଣଙ୍କ ସହ ଥିବାରୁ ଆପଣ ଇଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ ।ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ରୁଚି ରହିବାରୁ ସେହି କାର୍ଯ୍ୟଗୁଡ଼ିକ ପଛରେ ବ୍ୟସ୍ତତା ରହିବ ତଥା ତାଙ୍କ ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। କୋର୍ଟ-କଚେରୀ ସମ୍ବନ୍ଧିତ କାର୍ଯ୍ୟ ଉପସ୍ଥିତ ହେବ। ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ବିଘ୍ନ ଉପସ୍ଥିତ ହେବ। ସ୍ନେହୀଜନଙ୍କର ପ୍ରତିଷ୍ଠାରେ ହାନି ହେବ। ଶାରୀରିକ ଫୁର୍ତ୍ତି ତଥା ମାନସିକ ପ୍ରସନ୍ନତାରେ ଅଭାବର ଅନୁଭବ ହେବ।ପ୍ରତିକାର:- ଶିବ ଲିଙ୍ଗ ଉପରେ କଞ୍ଚା କ୍ଷୀର ଢ଼ାଳନ୍ତୁ

ଧନୁ : ଆଜିର ଦିନ ନିଜର ପରିଜନ ଏବଂ ପ୍ରିୟଜନ ମାନଙ୍କ ସହିତ ବିତାଇବାର ଶୁଭ ଦିନ ଅଟେ । ଆଜି ଆପଣ ଏମିତି ପ୍ରିୟଜନ ମାନଙ୍କ ସହିତ କଟେଇବେ ଯେଉଁ ମାନଙ୍କ ସହିତ ଆପଣ ବହୁତ ଦିନରୁ ଦେଖାକରି ପାରିନାହାନ୍ତି । ଆଜି ସ୍ଵାସ୍ଥ୍ୟ ନରମ ରହିପାରେ। ବୈଚାରିକ ମତଭେଦ କାରଣରୁ ମାନସିକ ଚିନ୍ତା ରହିବ। ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ରୂପେ ଅନୁକୂଳତା ଅନୁଭବ କରିବେ। ଅଚାନକ ଧନପ୍ରାପ୍ତିର ଯୋଗ ଅଛି। ବ୍ୟାବସାୟୀମାନଙ୍କୁ ଲାଭ ମିଳିବ। ବୈଚାରିକ ରୂପରେ ନକାରାତ୍ମକତା ଆପଣ ଉପରେ ପ୍ରଭୁତ୍ଵ ନ ଜମାଉ ଏହାର ଧ୍ୟାନ ରଖିବେ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ମକର : ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ ।  ଆଜି ସୃଜନାତ୍ମକତା ଏବଂ କଳା ସମ୍ବନ୍ଧୀତ ପ୍ରବୃତ୍ତିଗୁଡ଼ିକ ପାଇଁ ଦିନ ଶ୍ରେଷ୍ଠ ଅଟେ। ବିଦ୍ୟାର୍ଥୀ ଅଭ୍ୟାସରେ ନିଜର ଭଲ ପ୍ରଦର୍ଶନ କରି ପାରିବେ। ସ୍ନେହୀଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତ ହେବ। ଶାରୀରିକ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ତଥାପି କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଏହାଦ୍ୱାରା ମାନସିକ ଏକାଗ୍ରତା ବନି ରହିବ।ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କୁମ୍ଭ : ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ନିଜର ସମ୍ପର୍କ ମଧୁର କରିବା ପାଇଁ ଆପଣ ବହୁତ ଚ଼େଷ୍ଟା କରିଛନ୍ତି, ଚ଼େଷ୍ଟା ଜାରି ରଖନ୍ତୁ । ଆଜି ଧାର୍ମିକ ଯାତ୍ରା ହୋଇପାରେ। ଆପଣ ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକୁ ଆଜି ସଂପନ୍ନ କରି ପାରିବେ। ଶାରୀରିକ ଏବଂ ମାନସିକ ସୁସ୍ଥତା ରହିବ, ଏହାଦ୍ୱାରା ଫୁର୍ତ୍ତି ଏବଂ ପ୍ରସନ୍ନତା ରହିବ। ପରିବାରରେ ମାଙ୍ଗଳିକ ପ୍ରସଙ୍ଗ ବନିବ। ସ୍ଵଜନମାନଙ୍କ ସହିତ ହୋଇଥିବା ସାକ୍ଷାତରେ ମନ ପ୍ରସନ୍ନ ରହିବ। ସାମାଜିକ ରୂପରେ ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ମୀନ : ଆପଣଙ୍କର କୌଣସି ପ୍ରିୟଜନ ଆପଣଙ୍କ ପାଇଁ ଶୁଭ ସମାଚ଼ାର ଆଣିବେ ଏବଂ ଆପଣ ସେଥିପାଇଁ ଗର୍ବ ଅନୁଭବ କରିବେ । ଏହି ସମୟ ଖୁସିର ଉତ୍ସବ କଟାଇବାର ଅଟେ । ସେମାନଙ୍କୁ କୌଣସି ଉପହାର, ଭଲ ନମ୍ବର ନ ହେଲେ ବହୁତ ପ୍ରଂଶସା ମିଳିପାରେ । । ବ୍ୟବସାୟ ଦୃଷ୍ଟିରେ ଆଜି ଆପଣଙ୍କପାଇଁ ଲାଭ ଦାୟୀ ଦିନ ଅଟେ। ଆପଣଙ୍କ କାର୍ଯ୍ୟ ସଫଳତାର କାରଣରୁ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟବସାୟରେ ଉତ୍ଥାନର ମଧ୍ୟ ଯୋଗ ଅଛି। ବ୍ୟାପାରିମାନଙ୍କୁ ବ୍ୟାପାରରେ ଲାଭ ହେବ ତଥା ତାଙ୍କର କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ମଧ୍ୟ ହେବ। ପିତାଙ୍କଠାରୁ ଲାଭ ହେବ। ପରିବାରର ବାତାବରଣ ଆନନ୍ଦଦାୟୀ ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।।

Leave a Reply

Your email address will not be published. Required fields are marked *