April 14, 2024

Odia Express

News For Public

ସଲମାନ ଖାନଙ୍କର ପ୍ରତି ବିପଦରେ ଛାଇ ଭଳି ଏହି ବ୍ୟକ୍ତି ଜଣକ ସାଥିରେ ଥାନ୍ତି, କୋଟିକୋଟି ସମ୍ପତ୍ତିର ମାଲିକ ଏହି ବ୍ୟକ୍ତି..

ବଲିଉଡରେ ପ୍ରତ୍ୟେକ ଅଭିନେତାଙ୍କର କେହିନାକେହି ବିଶ୍ବାସପାତ୍ର ଥାନ୍ତି ଓ ଯାହା ଉପରେ ସେମାନେ ସଂପୂର୍ଣ୍ଣ ବିଶ୍ବାସ କରନ୍ତି । ବଲିଉଡର ଦବଙ୍ଗ ଖାନ ଙ୍କ ସହିତ ସେହିଭଳି ଜଣେ ଅଛନ୍ତି ଯାହା ଉପରେ ଟଙ୍କାର ପୂର୍ଣ୍ଣ ବିଶ୍ଵାସ ରହିଛି ଓ ସେହି ବ୍ୟକ୍ତିଙ୍କ ପାଇଁ ସଲମାନ ଖାନ ବହୁତ କିଛି କରିଛନ୍ତି । ଯଦି ଆପଣ ଭାବୁଛନ୍ତି ଆମେ ଟଙ୍କାର ସଚୋଟ ଦେହରକ୍ଷୀ ଶେରା ବିଷୟରେ କହୁଛୁ ତେବେ ଆପଣ ଭୁଲ ଭାବୁଛନ୍ତି କାରଣ ଏଠାରେ ଆମେ ଟଙ୍କାର ବଡ ଭିଣୋଇ ଓ ୯୦ଦଶକର ଅଭିନେତା ଅତୁଲ ଅଗ୍ନିହୋତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ । ଅତୁଲ ସଲମାନ ଙ୍କ ସାନ ଭଉଣୀ ଅଲଭିରାଙ୍କ ସହ ବିବାହ କରି ତାଙ୍କୁ ନିଜର ଶଳା କରିଥିଲେ । ସେ ସଲମାନ ଖାନଙ୍କର ପ୍ରତି ବିପତ୍ତିରେ ଛାଇ ଭଳି ସାଥିରେ ଥାନ୍ତି , ସେ ସଲମାନ ଙ୍କର ସବୁ ଭଲ ଓ ଖରାପ ସମୟରେ ଟଙ୍କାର ସାଥିରେ ରହିଛନ୍ତି ।

 

ସଲମାନ ଖାନଙ୍କର ବିପଦ ସମୟରେ ଛାଇ ଭଳି ରୁହନ୍ତି ସାଥିରେ ।

ସଲମାନ ଖାନଙ୍କର ଭିଣୋଇ ଓ ଅଭିନେତା ନିର୍ଦେଶକ ଅତୁଲଅଗ୍ନିହୋତ୍ରୀଙ୍କର ଜନ୍ମ ୨୪ଜୁନ ୧୯୭୦ରେ ହୋଇଥିଲା , ଅତୁଲ ବର୍ଷ ୧୯୯୫ରେ ସଲମାନଙ୍କ ଭଉଣୀ ଅଲଭୀରାଙ୍କୁ ବିବାହ କରିଥିଲେ ଓ ତାପରେ ସେ ଖାନ ପରିବାରର ନିକଟତମ ହୋଇଥିଲେ । ସଲମାନ ଖାନ ଆଜିପର୍ଯ୍ୟନ୍ତ ଅନେକ ବିପଦର ସାମନା କରିଛନ୍ତି ଓ ସେଥିରେ ତାଙ୍କ ଭଉଣୀ ଅଲଭୀରା ଓ ଭିଣୋଇ ଅତୁଲ ତାଙ୍କ ସମର୍ଥନ ରେ ରହିଛନ୍ତି । ଅତୁଲ ୧୯୮୩ରେ ନିଜର କ୍ୟାରିଆର ଫିଲ୍ମ ‘ପସନ୍ଦ ଅପନୀ ଅପନୀ’ ରେ ଅଭିନୟ କରିଥିଲେ । ଏହାପରେ ସେ ଫିଲ୍ମ କ୍ରାନ୍ତିବୀର, ଯଶୱନ୍ତ, ହୋତେହୋତେ ପ୍ୟାର ହୋଗୟା, ହମ ତୁମହାରେ ହୈ ସନମ , ବୀରଗତି, ନାରାଜ, ଜୀବନ ଯୁଦ୍ଧ , ଆତିଶ, ବମ୍ବେଇ କା ବାବୁ, ସାର, ଜାନିଦୁସ୍ମନ, ଆଁଶୁ ବନେ ଅଙ୍ଗାରେ, କୋହରାମ ଓ ଚାଚି୪୨୦ଭଳି ଫିଲ୍ମ ରେ କାମ କରିଛନ୍ତି । ଅତୁଲ ଅଧିକତର ଫିଲ୍ମ ସଲମାନ ଖାନଙ୍କ ସହ କରିଛନ୍ତି ଓ ସେ ତାଙ୍କର ପୂର୍ବରୁ ବନ୍ଧୁ ରହିଛନ୍ତି । ୯୦ଦଶକ ରେ ଅତୁଲ ବହୁତ ଚଳଚ୍ଚିତ୍ର ସହନାୟକ ରୂପେ ଅଭିନୟ କରିଛନ୍ତି ।

 

ଅଭିନୟରେ ସେଭଳି ଆଖିଦୃଶିଆ ସଫଳତା ନମିଳିବାରୁ ସେ ନିର୍ଦେଶନା ଦେବା ଆରମ୍ଭ କଲେ ଓ ‘ଦିଲ ନେ ଜିସେ ଅପ୍ନା କହା’ ଓ ହାଲୋ ଭଳି ଫିଲ୍ମ ନିର୍ଦେଶନା ଦେଇଥିଲେ କିନ୍ତୁ ଏହି ଫିଲ୍ମ ଫ୍ଲପ ହୋଇଥିଲା । ପ୍ରଯୋଜକ ରୂପରେ ଅତୁଲ ‘ହାଲୋ, ବଡିଗାର୍ଡ଼’ ଓ ‘ଓ ତେରି’ ଭଳି ଫିଲ୍ମ ପ୍ରଯୋଜନା କରିଥିଲେ । ଏଥିରୁ ବଡିଗାର୍ଡ଼ ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇଥିଲା ୨୩୦କୋଟି ଆୟ କରିଥିଲା। ଗୋଟିଏ ୱେବସାଇଟ ଅନୁଯାୟୀ ଅତୁଲଙ୍କ ପାଖରେ ଆଜିର ସମୟରେ କୋଟିକୋଟି ଟଙ୍କାର ସମ୍ପତ୍ତି ଅଛି ।

 

ଏହିଭଳି ହୋଇଥିଲା ଅଲଭୀରାଙ୍କ ସହ ହୋଇଥିଲା ।

ଅତୁଲଙ୍କର ସାକ୍ଷାତକର ଗୋଟିଏ ଆଡ ଫିଲ୍ମ ରେ ଅଲଭୀରାଙ୍କ ସହ ହୋଇଥିଲା ଓ ସେହି ସମୟରେ ଅତୁଲ ମଡେଲିଙ୍ଗ କରୁଥିଲେ । ଅଲଭୀରା ସେହି ଆଡ ଫିଲ୍ମରେ ଆସିଷ୍ଟାଣ୍ଟ ଥିଲେ ଓ ସେଟରେ ତାଙ୍କ ସହ ସାକ୍ଷାତ ହୋଇଥିଲା ଓ ବନ୍ଧୁତା ହୋଇଥିଲା ଓ ସେ ଦୁହେଁ ଫୋନ ନମ୍ବର ଅଦଳବଦଳ କରିଥିଲେ । ଧୀରେ ଧୀରେ ଅତୁଲ ଓ ଅଲଭୀରାଙ୍କ ମଧ୍ୟରେ କଥାବାର୍ତ୍ତା ଗାଢ ହୋଇଥିଲା ଓ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଲେ। ଅଲଭୀରା ନିଜ ପରିବାର ସହ ଅତୁଲଙ୍କ ସାକ୍ଷାତ କରେଇଲେ ଓ ସେମାନଙ୍କୁ ଅତୁଲ ପସନ୍ଦ ଆସିଲେ ଯଦିଓ ସଲମାନ ଅତୁଲଙ୍କୁ ପୂର୍ବରୁ ଜାଣିଥିଲେ ତେଣୁ ବେଶୀ ଅସୁବିଧା ହୋଇନଥିଲା ।

 

Leave a Reply

Your email address will not be published. Required fields are marked *