April 12, 2024

Odia Express

News For Public

ଶହୀଦ ହରି ସିଂହ : ଏକ ସୈନିକର ପୁତ୍ର, ଯିଏ କଠିନ ପରିଶ୍ରମ କରି ସୈନ୍ୟ ହୋଇଥିଲା ଓ ଦେଶ ପାଇଁ ବଳିଦାନ ଦେଲେ ତାଙ୍କ ସ୍ତ୍ରୀ କହିଲେ ପୁଅ କୁ ମଧ୍ୟ..

ଆଜି ଆମେ ଆପଣଙ୍କୁ ଏପରି ଜଣେ ଫଉଜିଙ୍କ ପୁଅ ବିଷୟରେ କହିବାକୁ ଯାଉଛୁ ଯିଏ କଠିନ ପରିଶ୍ରମ କରି ସେନାରେ ସାମିଲ ହୋଇଥିଲେ ଓ ଦେଶ ପାଇଁ ଶହୀଦ ହୋଇଗଲେ । ଫେବ୍ରୁଆରିରେ କାଶ୍ମୀରର ପୁଲୱାମା ଠାରେ ଆତଙ୍କିଙ୍କ ସହ ହୋଇଥିବା ସମ୍ମୁଖଯୁଦ୍ଧ ରେ ହରି ସିଂହ ଶହୀଦ ହୋଇଗଲେ । ସେ ୫୫ରାଷ୍ଟ୍ରୀୟ ରାଇଫଲ୍ସ ରେ ଥିଲେ । ହରି ସିଂହଙ୍କର ଦୁଇବର୍ଷ ପୂର୍ବରୁ ରାଧାଙ୍କ ସହିତ ବିବାହ ହୋଇଥିଲା । ସେ ଦୁହିଁଙ୍କର ଏକ ଦଶମାସର ପୁତ୍ର ସମାଗମ ମଧ୍ୟ ଅଛି । ହରି ସିଂହ ସୈନିକ ପରିବାରରୁ ଥିଲେ । ତାଙ୍କ ପିତା ଅଗଡି ରାମ ମଧ୍ୟ ଭାରତୀୟ ସେନାରୁ ଅବସର ନେଇସାରିଛନ୍ତି । ତାଙ୍କର ଏଇ ଦୁଇବର୍ଷ ତଳେ ମୃତ୍ୟୁ ହୋଇଯାଇଛି । ହରି ସିଂହ ନିଜ ତିନି ଭଉଣୀଙ୍କର ଏକମାତ୍ର ଭାଇ ଅଟନ୍ତି ।

 

ଶହୀଦ ହରି ସିଂହଙ୍କୁ ସ୍ମରଣ କରି ତାଙ୍କ ବନ୍ଧୁମାନଙ୍କର ନୟନ ଅଶ୍ରୁ ସିକ୍ତ ହୋଇଯାଏ । ସେମାନଙ୍କ ଅନୁଯାୟୀ ହରି ସିଂହ ବାଲ୍ୟକାଳରୁ ହସକୁରା ଓ ସାହସୀ ଥିଲେ । ତାଙ୍କ ମଧ୍ୟରେ ଦେଶଭକ୍ତିର ବହୁତ ଉଚ୍ଚ ଭାବନା ଥିଲା ସେନାରେ ଭର୍ତ୍ତି ହେବାପାଇଁ ସେ ସକାଳସନ୍ଧ୍ୟାରେ ଘଣ୍ଟାଘଣ୍ଟା ଝାଳ ବୁହୋଉଥିଲେ । ସେନାରେ ଭର୍ତ୍ତି ସମୟରେ ଯେତେବେଳେ ତାଙ୍କର ଡାକ୍ତରୀ ପରୀକ୍ଷା ସମୟ ଉପନୀତ ହେଲା ସେତେବବେଳେ ତାଙ୍କ ପିତାଙ୍କର ସ୍ଵର୍ଗବାସ ହୋଇଗଲା । କିନ୍ତୁ ସେ ସମୟ ଆଗରେ ହାର ମଣିନଥିଲେ ଓ ନିଜର ଲକ୍ଷ ପ୍ରାପ୍ତ ହୋଇଥିଲେ ।

 

ବନ୍ଧୁ ମାନଙ୍କ ଅନୁଯାୟୀ ହରି ସିଂହ ଯେତେବେଳେ ଛୁଟିରେ ଆସୁଥିଲେ , ଅଧିକାଂଶ ସମୟ ନିଜ ବନ୍ଧୁ ମାନଙ୍କ ସହ ବିତେଉଥିଲେ । ସେ ବହୁତ ମିଳନସାର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ଯିଏବି ଦେଖୁଥିଲା ଖୁସି ହେଉଥିଲା । ଛୋଟ ଶିଶୁ ତାଙ୍କର ବହୁତ ପ୍ରିୟଥିଲେ । ସେ ଗାଁର ଯୁବକ ମାନଙ୍କୁ ସେନାରେ ଭର୍ତ୍ତି ହେବା ନିମନ୍ତେ ପ୍ରେରଣା ଦେଉଥିଲେ । ଗ୍ରାମବାସୀଙ୍କ ଅନୁଯାୟୀ ଏହି ଗ୍ରାମରେ ପ୍ରତ୍ୟେକ ପରିବାରରୁ ଜଣେ ସଦସ୍ୟ ସେନାରେ ଅଛନ୍ତି ଓ ଏମିତିକି କେତେକ ଘରୁ ୨କି୩ଜଣ ମଧ୍ୟ ସେନାବାହିନୀରେ ଥାଇ ଦେଶର ସେବା କରୁଛନ୍ତି । ସେମାନଙ୍କ ମନରେ ଦୁଃଖ ଓ ଗର୍ବ ଉଭୟ ରହିଛି ଯେ ହରି ସିଂହ ଶହୀଦ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *