April 13, 2024

Odia Express

News For Public

ବିଶ୍ଵକପ ୨୦୧୯: ସବୁଠାରୁ ଅଧିକ କ୍ୟାଚ ଛାଡିଥିବା ଦେଶଙ୍କ ମଧ୍ୟରେ ପାକିସ୍ଥାନ ପ୍ରଥମ, ଦେଖନ୍ତୁ ଭାରତର ସ୍ଥାନ କେତେ – ଦେଖିଲେ ନିଶ୍ଚୟ ଗର୍ବ କରିବେ ଆପଣ..

1 min read

ପାକିସ୍ତାନ ଦଳ ରବିବାର ଦିନ ଦକ୍ଷିଣ ଆଫ୍ରିକାକୁ ୩୦୦ରୁ ଅଧିକ ରନର ଟାର୍ଗେଟ ଦେଲା । ଏହି ମୁକାବିଲାରେ ପାକିସ୍ତାନ ଦଳକୁ ୪୯ ରନର ଜୋରଦାର ବିଜୟପ୍ରାପ୍ତ ହେଲା । ପାକିସ୍ତାନ ର ବିଶ୍ଵକପ ୨୦୧୯ରେ ଏହା ଦ୍ଵିତୀୟ ବିଜୟ । ଏହା ପୂର୍ବରୁ ପାକିସ୍ତାନ ଇଂଲଣ୍ଡକୁ ହରେଈ ବଡ ଓଲଟପାଲଟ କରିଥିଲା । ଏହି ବିଜୟ ସହ ପାକିସ୍ତାନ ଦଳ ୫ଅଙ୍କ ସହ ତାଲିକାରେ ୭ମ ସ୍ଥାନକୁ ଉନ୍ନୀତ ହୋଇଛି । ଯଦି ପାକିସ୍ତାନ ଦଳ ଆଗାମୀ ସମସ୍ତ ମ୍ୟାଚରେ ବିଜୟୀ ହୁଏ ତେବେ ତାର ସେମିଫାଇନାଲ ଖେଳିବା ସମ୍ଭାବନା ଅଛି ।

 

ଯଦି ବିଶ୍ଵକପ ୨୦୧୯ରେ ସବୁଠାରୁ ଅଧିକ କ୍ୟାଚ ଛାଡିଥିବା ଦେଶ ର ଲିଷ୍ଟ ଦେଖାଯାଏ ତେବେ ପାକିସ୍ତାନ ଶୀର୍ଷରେ ରହିଛି । ଏଥିରୁ ଜଣା ପଡୁଛି ପାକିସ୍ତାନ ର କ୍ଷେତ୍ରରକ୍ଷକ ସବୁଠାରୁ ସୁସ୍ଥିଆ ଅଟନ୍ତି । ଦକ୍ଷିଣ ଆଫ୍ରିକା ବିରୁଦ୍ଧ ମ୍ୟାଚ ରେ ପାକିସ୍ତାନ ଟିମ ପ୍ରାୟ ୬ଟି କ୍ୟାଚ ହାତଛଡା କରିଥିଲେ ।

ବିଶ୍ଵକପରେ ଗତକାଲି ପର୍ଯ୍ୟନ୍ତ ସମୁଦାୟ ୩୦ଟି ମ୍ୟାଚ ଖେଳାସରିଛି । ପାକିସ୍ତାନ ଦଳ ଆଜିଯାଏ ୧୪କ୍ୟାଚ ଛାଡିଛନ୍ତି ଓ କ୍ୟାଚ ଡ୍ରପ ତାଙ୍କର ସବୁଠାରୁ ଅଧିକ ୩୫% ଅଛି। ସେଠାରେ ଭାରତୀୟ ଦଳ ସବୁଠାରୁ କମ କ୍ୟାଚ ଛାଡିବା ମାମଲାରେ ପ୍ରଥମରେ ଅଛି । ଭାରତୀୟ ଦଳ ତରଫରୁ କେବଳ ଗୋଟିଏ କ୍ୟାଚ ଖସିଛି । ଭାରତୀୟ ଦଳର କ୍ୟାଚ ଡ୍ରପ ପ୍ରତିଶତ 6.25% ଅଟେ ।

 

ବିଶ୍ଵକପ 2019: ବର୍ତ୍ତମାନ ପର୍ଯ୍ୟନ୍ତ 30 ମ୍ୟାଚରେ କେଉଁ ଦଳ କେତେ କ୍ୟାଚ ଛାଡିଛି

୧. ପାକିସ୍ତାନ: ୧୪କ୍ୟାଚ ଛାଡିଛି , ପ୍ରତିଶତ ୩୫.୦୦ (କ୍ୟାଚ ଧରିଛନ୍ତି -୩୫)

୨. ଇଂଲଣ୍ଡ: ୧୦କ୍ୟାଚ ଛାଡିଛି , ପ୍ରତିଶତ ୧୯.୨୩ (କ୍ୟାଚ ଧରିଛନ୍ତି -୪୨)

୩. ସାଉଥଆଫ୍ରିକା: ୭ଚ ଛାଡିଛି , ପ୍ରତିଶତ ୧୮.୪୨ (କ୍ୟାଚ ଧରିଛନ୍ତି -୩୧)

୪. ନ୍ୟୁଜିଲାଣ୍ଡ: ୬କ୍ୟାଚ ଛାଡିଛି , ପ୍ରତିଶତ ୧୫.୩୮ (କ୍ୟାଚ ଧରିଛନ୍ତି -୩୩)

 

୫. ଅଷ୍ଟ୍ରେଲିଆ: ୬କ୍ୟାଚ ଛାଡିଛି , ପ୍ରତିଶତ ୧୪.୬୩ (କ୍ୟାଚ ଧରିଛନ୍ତି -୩୫)

୬. ଶ୍ରୀଲଙ୍କା: ୨କ୍ୟାଚ ଛାଡିଛି , ପ୍ରତିଶତ ୧୧.୭୬ (କ୍ୟାଚ ଧରିଛନ୍ତି -୧୫)

୭. ବଙ୍ଗଳାଦେଶ: ୩କ୍ୟାଚ ଛାଡିଛି , ପ୍ରତିଶତ ୧୧.୧୧ (କ୍ୟାଚ ଧରିଛନ୍ତି -୨୪)

୮. ଅଫଗାନିସ୍ତାନ: ୨କ୍ୟାଚ ଛାଡିଛି , ପ୍ରତିଶତ ୧୦.୦୦ (କ୍ୟାଚ ଧରିଛନ୍ତି -୧୮)

୯. ୱେଷ୍ଟଇଣ୍ଡିଜ: ୩କ୍ୟାଚ ଛାଡିଛି , ପ୍ରତିଶତ ୧୦.୦୦ (କ୍ୟାଚ ଧରିଛନ୍ତି -୨୭)

୧୦. ଭାରତ: ୧କ୍ୟାଚ ଛାଡିଛି , ପ୍ରତିଶତ ୬.୨୫ (କ୍ୟାଚ ଧରିଛନ୍ତି -୧୫)

Leave a Reply

Your email address will not be published. Required fields are marked *