ସ୍ତୁତି ଖଣ୍ଡେଲୱାଲ ତାହା କରି ଦେଖେଇଲେ ଯେଉଁଥିପାଇଁ ଅନ୍ୟମାନେ ଅନେକ ବର୍ଷ ପରିଶ୍ରମ କରନ୍ତି, ଗୋଟିଏ ଥରରେ ସବୁ ପରୀକ୍ଷା ରେ ପାସ ହେଲେ..ଆଉ କହିଲେ

ଦ୍ଵାଦଶ ଶ୍ରେଣୀ ପରେ ପିଲାମାନଙ୍କ ଉପରେ କମ୍ପିଟେଟିଭ ପରୀକ୍ଷା ପାସ କରି ଭଲ ସଂସ୍ଥାନରେ ନାମ ଲେଖାଇବା ନିମନ୍ତେ ଚାପ ରହେ । ଏହି ପ୍ରବେଶ ପରୀକ୍ଷା ପାସ କରିବା ସତରେ ବହୁତ କଷ୍ଟକର ହୋଇଥାଏ । ଯଦି ଆପଣ ଇଞ୍ଜିନିୟରିଂ କିମ୍ବା ମେଡିକାଲ ଏଣ୍ଟ୍ରାଂସ ର ପରୀକ୍ଷା ଦେଇଥିବେ ତେବେ ଆପଣଙ୍କୁ ଏହା ଜଣା ଥିବ ଯେ ଇଞ୍ଜିନିୟରିଂ କିମ୍ବା ମେଡିକାଲ ଏଣ୍ଟ୍ରାଂସ ପାସ କରିବା ସହଜ କଥା ନୁହେଁ । ଏଥି ମଧ୍ୟରୁ କୌଣସିଟି ପରୀକ୍ଷା ପାସ କରିବା କୌଣସି ଛାତ୍ର ପାଇଁ ଏକ ବଡ ଉପଲବ୍ଧି ହୋଇଥାଏ । କିନ୍ତୁ କୌଣସି ଛାତ୍ରଇଞ୍ଜିନିୟରିଂ ଓ ମେଡିକାଲଉଭୟ ପ୍ରବେଶ ପରୀକ୍ଷା ଏକ ସମୟରେ  କୃତକାର୍ଯ୍ୟ ହେଲେ ହୁଏତ ଆପଣ ଏହାକୁ ବିଶ୍ବାସ କରି ନପାରନ୍ତି। ଏପରି କରି ଦେଖେଇଛନ୍ତି ସୁରାଟରେ ରହୁଥିବା ସ୍ତୁତି ଖଣ୍ଡେଲୱାଲ ।

 

ସୁରାଟ ରେ ରହୁଥିବା 18ବର୍ଷିୟା ସ୍ତୁତି ଖଣ୍ଡେଲୱାଲ  ଏପରି କିଛି କରି ଦେଖେଇଛନ୍ତି ଯାହା ଜାଣିକରି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଶ୍ଚର୍ଯ୍ୟର କଥା ଏହା ମଧ୍ୟ ଅଟେ ଯେଉଁ କାମ ସ୍ତୁତି କରିଛନ୍ତି ସେଥିପାଇଁ ଲୋକଙ୍କୁ ଅନେକ ବର୍ଷ ପରିଶ୍ରମ କରିବାକୁ ହୋଇଥାଏ । କିନ୍ତୁ ସ୍ତୁତି ଯାହା କରିଛନ୍ତି ତାହା କରିବା ଅସମ୍ଭବ ଭଳି ଅଟେ । ଜଣେଇ ଦେଉଛୁ ଯେ ସୁରାଟରେ ରହୁଥିବା ସ୍ତୁତି ଜେଇଇ ମେନ, ଏନଇଇଟି, ଆଇପିଏମଇଆର ଓ ଏମ୍ସ ଏମବିବିଏସ ଟେଷ୍ଟ ସମେତ ଅନ୍ୟ କେତେକ ଏଣ୍ଟ୍ରାଂସ ପରୀକ୍ଷା ଗୋଟିଏ ଥରରେ ପାସ କରି ଦେଖେଇ ଦେଇଛନ୍ତି ।

 

ଏତିକି ନୁହେଁ ସେ କେବଳ ଏହି ପରୀକ୍ଷା ଗୁଡିକୁ ପାସ କରିଛନ୍ତି ତାସହ ବହୁତ ଭଲ କ୍ରମାଙ୍କ ମଧ୍ୟ ପ୍ରାପ୍ତ ହୋଇଛନ୍ତି । ସ୍ତୁତି ଖଣ୍ଡେଲୱାଲ ଇଞ୍ଜିନିୟରିଂ ମେଡିକାଲ ପରୀକ୍ଷା ସବୁ ଟପ ରାଙ୍କିଙ୍ଗରେ ପାସ କରିଛନ୍ତି । ସ୍ତୁତିଙ୍କର ଏହି ସଫଳତାର ପ୍ରଶଂସା କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ହେଉଛି । ଏଥିପାଇଁ ସ୍ତୁତିଙ୍କୁ ଆମେରିକା ରେ ପ୍ରତିଷ୍ଠିତ ମାସଚ୍ୟୁସେଟ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜୀ ତାଙ୍କୁ 90% ବୃତ୍ତି ଦେବାକୁ କହିଛି । ସ୍ତୁତି ନିଜ ପରିବାର ଲୋକ ଏବଂ ଶିକ୍ଷକ ମାନଙ୍କ ସହ ପରାମର୍ଶ କରି ଏମଆଇଟି ରେ ଭର୍ତ୍ତି ହୋଇଛନ୍ତି ।

 

ଏନଇଇଟି 2019ରେ ସର୍ବଭାରତୀୟ କ୍ରମାଙ୍କ ହିସାବରେ 71ରାଙ୍କିଙ୍ଗ , ଏମ୍ସ ଏମବିବିଏସ 2019ପ୍ରବେଶ ପରୀକ୍ଷାରେ 10ମ ରାଙ୍କିଙ୍ଗ ହାସଲ କରିଛନ୍ତି । ସେ ଜଏଣ୍ଟ ଏଣ୍ଟ୍ରାଂସ ମେନ 2019ରେ 1086ରାଙ୍କିଙ୍ଗ ପ୍ରାପ୍ତ ହୋଇଛନ୍ତି । ଏହା ଛଡା JIPMER ଏମବିବିଏସ 2019 ରେ 27ତମ ରାଙ୍କିଙ୍ଗ ପାଇଛନ୍ତି । ସ୍ତୁତିଙ୍କର ଉଚ୍ଚତର ରାଙ୍କିଙ୍ଗ ପରେ ତାଙ୍କୁ ସାରା ଦେଶର ଇଞ୍ଜିନିୟରିଂ ଓ ମେଡିକାଲ କଲେଜ ଗୁଡିକରୁ ଡକରା ଆସୁଛି କିନ୍ତୁ ସ୍ତୁତି ଆମେରିକା ଯିବାକୁ ନିଷ୍ପତ୍ତି ନେଲେ । ସ୍ତୁତି ଗଣମାଧ୍ୟମ ସହ ବାର୍ତ୍ତାଳାପ ରେ କହିଲେ ମୁ ନିଜର ଶିକ୍ଷକ ଓ ମାଆ ବାପାଙ୍କ ସହ ପରାମର୍ଶ ପରେ MIT ରେ ରିସର୍ଚ ପ୍ରୋଗ୍ରାମ ରେ ଆଡମିସନ ନେବାର ନିଷ୍ପତ୍ତି କରିଛି ।

 

ସ୍ତୁତି ରାଜସ୍ଥାନ କୋଟାରେ ଆଲାନ କ୍ୟାରିଆର ଇନଷ୍ଟିଚ୍ୟୁଟ ରେ ପଢିଛନ୍ତି । ସ୍ତୁତିଙ୍କର ଏହି ଉପଲବ୍ଧି ପ୍ରତି କେବଳ ତାଙ୍କ ପରିବାର ନୁହେଁ ସାରା ଦେଶ ଗର୍ବ ଅନୁଭବ କରୁଛି । ସ୍ତୁତି କେବଳ ପାଠରେ ଉତ୍କର୍ଷ ନୁହେଁ ତାସହ ଜଣେ ଭଲ କ୍ଲାସିକଲ ନୃତ୍ୟାଙ୍ଗନା ମଧ୍ୟ ଅଟନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ନିଜର ନୃତ୍ୟ ଅଭିନୟ ର ଅନେକ ଭିଡ଼ିଓ ଅପଲୋଡ କରିଛନ୍ତି ।

ସ୍ତୁତିଙ୍କର ମାଆ ଓ ବାପା ଉଭୟ ଡାକ୍ତର ଅଟନ୍ତି । ତାଙ୍କର ମାଆ ଜଣେ ଦନ୍ତଚିକିତ୍ସକ ଓ ପିତା ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ। ସ୍ତୁତି ଦୈନିକ 12ରୁ 13ଘଣ୍ଟା ପଢନ୍ତି । ସ୍ତୁତି ରାଜସ୍ଥାନ ବୋର୍ଡ ରୁ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ 98.8% ଅଙ୍କ ପ୍ରାପ୍ତ ହୋଇଥିଲେ । ସେ ଏବେ ଆମେରିକାରେ ଏମଆଇଟି ରିସର୍ଚ ପ୍ରୋଗ୍ରାମ ଉପରେ ପଢିବା ପାଇଁ ଯିବାର ଅଛି ।

Leave a Reply

Your email address will not be published.