March 29, 2024

Odia Express

News For Public

ବଲିଉଡର ସୁଲତାନ ସଲମାନ ଯେତେବେଳ ଫିଲ୍ମରେ ଡେବ୍ୟୁ କରିଥିଲେ ସେତେବେଳେ ଏହି ପାଞ୍ଚଜଣ ଅଭିନେତ୍ରୀ ଶିଶୁ ଥିଲେ , ଏବେ ସେମାନଙ୍କ ସହ କରୁଛନ୍ତି..

1 min read

ବଲିଉଡ ଶିଳ୍ପର ସୁଲତାନ କୁହାଯାଉଥିବା ସଲମାନ ଖାନ ବଲିଉଡ ର ସବୁଠାରୁ ସଫଳ ଅଭିନେତା ଙ୍କ ମଧ୍ୟରୁ ଜଣେ । ସେ ବଲିଉଡକୁ ଏକରୁ ବଳି ଆରେକ ସୁପରହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ୮୦ଦଶକରୁ ନିଜ ବୃତ୍ତି ଆରମ୍ଭ କରିଥିବା ସଲମାନ ଖାନ ସବୁ ପ୍ରକାର ଫିଲ୍ମ ରେ କାମ କରିଛନ୍ତି । ସେ ବଲିଉଡ ଇଣ୍ଡଷ୍ଟ୍ରି ର ଜଣେ ବହୁମୂଖୀ ଓ ପ୍ରମୁଖ ଅଭିନେତା ଭାବରେ ପ୍ରସିଦ୍ଧ । ସେ ନିଜ ଫିଲ୍ମ କ୍ୟାରିଆର ୧୯୮୮ରେ ‘ବିବି ହୋ ତୋ ଏଇସି’ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସୂଚନା ଦେବୁ ଯେଉଁମାନେ ଆଜି ସଲମାନ ଖାନ ଙ୍କ ସହ ରୋମାନ୍ସ କରିବା ଦେଖାଯାଉଛନ୍ତି ସେହି ଅଭିନେତ୍ରୀ ମାନେ ସଲମାନ ଖାନ ଙ୍କର ସେହି ସମୟରେ ନିଜ ପରିବାର ଲୋକଙ୍କ କୋଳରେ ଖେଳୁଥିଲେ । ହଁ ଆଜ୍ଞା … ଯେବେ ସଲମାନ ଖାନ ଡେବ୍ୟୁ କରିଥିଲେ ସେତେବେଳେ ଏହି ଅଭିନେତ୍ରୀ ଗାଁ ଛୋଟ ଶିଶୁ ଥିଲେ ।

ଆସନ୍ତୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା

 

କ୍ୟାଟରିନା କୈଫ – ଏହି ଲିଷ୍ଟରେ ସର୍ବପ୍ରଥମ ନାମ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ୟାଟରିନା କୈଫଙ୍କର ଆସେ । ଯେବେ ସଲମାନ ଖାନ ୧୯୮୮ରେ ଡେବ୍ୟୁ କରିଥିଲେ ସେତେବେଳେ କ୍ୟାଟରିନା କୈଫ ମାତ୍ର ୫ବର୍ଷର ଥିଲେ । ତାଙ୍କର ଜନ୍ମ ୧୯୮୩ରେ ହୋଇଥିଲା ସେହି ସମୟରେ ସଲମାନ ଖାନ ୧୮ବର୍ଷର ହୋଇଥିଲେ । ଓ ଆଜି ସଲମାନ ଖାନ ୫୨ବର୍ଷର ହୋଇସାରିଛନ୍ତି ଓ ଏବେ କ୍ୟାଟରିନା କୈଫଙ୍କ ବୟସ ୩୫ବର୍ଷ । ସଲମାନ ଖାନ କ୍ୟାଟରିନା କୈଫଙ୍କ ସହ ମେନେ ପ୍ୟାର କିୟୁଁ କିୟା, ଏକ ଥା ଟାଇଗର , ଟାଇଗର ଜିନ୍ଦା ହୈ ପ୍ରଭୃତି ଫିଲ୍ମ ରେ ଏକତ୍ର ଅଭିନୟ କରିଛନ୍ତି ।

ଅନୁଷ୍କା ଶର୍ମା  – ଲିଷ୍ଟର ଦ୍ଵିତୀୟ ନାମ ଫିଲ୍ମ ସୁଲତାନ ରେ ସଲମାନଙ୍କ ସହ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଅଟେ । ଅନୁଷ୍କାଙ୍କ ଜନ୍ମ ୧୯୮୮ରେ ହୋଇଥିଲା ଓ ସେହି ସମୟରେ ସଲମାନ ଙ୍କ ବୟସ ୨୩ ହୋଇଥିଲା । ଏହି ଦୁଇଜଣ ‘ସୁଲତାନ’ ଚଳଚ୍ଚିତ୍ରରେ ଏକତ୍ର ଅଭିନୟ କରିଛନ୍ତି । ଏବେ ସଲମାନଙ୍କୁ ୫୨ବର୍ଷ ଓ ଅନୁଷ୍କା ଙ୍କୁ ୩୨ବର୍ଷ ।

 

ଜ୍ୟାକଲିନ ଫର୍ଣ୍ଣାଣ୍ଡିସ – ସଲମାନ ଖାନ ଫିଲ୍ମ କିକ ଓ ରେସ-୩ ରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ସହ ଅଭିନୟ କରିଛନ୍ତି । ସଲମାନ ଙ୍କ ଡେବ୍ୟୁ ସମୟରେ ଜ୍ୟାକଲିନଙ୍କୁ ମାତ୍ର ୩ବର୍ଷ ବୟସ ହୋଇଥିଲା । ଆଜି ଜ୍ୟାକଲିନଙ୍କୁ ୩୩ବର୍ଷ ବୟସ ହୋଇଛି ।

ସୋନାକ୍ଷୀ ସିହ୍ନା  – ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ଅଭିନୟ କ୍ୟାରିଆର ସଲମାନଙ୍କ ସହ ଦବଙ୍ଗ ଫିଲ୍ମରୁ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ୨୦୧୦ରେ ମୁକ୍ତିଲାଭ କରିଥିଲା କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସଲମାନ ଖାନଙ୍କ ଡେବ୍ୟୁ ସମୟରେ ସୋନାକ୍ଷୀ ସିହ୍ନାଙ୍କୁ ମାତ୍ର ଏକ ବର୍ଷ ହୋଇଥିଲା ।

 

କରୀନା କାପୁର – ୨୦୦୦ମସିହାରେ କରୀନା କାପୁର ଚଳଚ୍ଚିତ୍ର ରେ ପାଦ ଦେଇଥିଲେ । । ସଲମାନ ଓ କରୀନା ଙ୍କ ଭେଟ ଅନ୍ଦାଜ ଚଳଚ୍ଚିତ୍ର ସେଟରେ ହୋଇଥିଲା । ସେହି ସମୟରେ କରୀନା ସଲମାନଙ୍କୁ ଅଙ୍କଲ ସମ୍ବୋଧନ କରୁଥିଲେ । କରୀନା କାପୁରଙ୍କ ଜନ୍ମ ୧୯୮୦ରେ ହୋଇଥିଲା । ଏହି ଦୁଇଜଣ ଫିଲ୍ମ ବଜରଙ୍ଗି ଭାଇଜାନ ଓ ବଡିଗାର୍ଡ ରେ ଏକତ୍ର କାମ କରିଛନ୍ତି ।

ଆଶା କରୁଛୁ ଆମ ଦ୍ଵାରା ଦିଆଯାଇଥିବା ସୂଚନା ଆପଣଙ୍କୁ ପସନ୍ଦ ଆସିଥିବ

Leave a Reply

Your email address will not be published. Required fields are marked *