April 16, 2024

Odia Express

News For Public

ରାତିରେ ଶୋଇବା ସମୟରେ ଆପଣଙ୍କ ପାଦରେ କଷ୍ଟ ହେଉଛି , ତେବେ ଏହି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ…

ଅଫିସରୁ ଫେରି ଥକା ଲାଗିବା ଏକ ସାଧାରଣ କଥା । କମ୍ପ୍ୟୁଟର ସାମନାରେ ଗୋଟିଏ ସ୍ଥିତିରେ ଘଣ୍ଟାଘଣ୍ଟା ଚୌକି ରେ ବସିରହିବାରୁ ପିଠି, ଅଣ୍ଟା, ଓ କାନ୍ଧରେ ବ୍ୟଥା ଓ ବେକ ପୀଡାରୁ କେହି ରକ୍ଷା ପାଇ ନାହାନ୍ତି । ରାତିରେ ଶୋଇବା ସମୟରେ ଏହା ଅଧିକ କଷ୍ଟଦାୟକ ହୋଇଥାଏ । କିନ୍ତୁ ରାତିରେ ଶୋଇବା ସମୟରେ ଆଉ ଏକ ସମସ୍ୟା ହୋଇଥାଏ ତାହା ପାଦରେ ପୀଡା ହେବା । ବହୁତ ଲୋକଙ୍କୁ ରାତିରେ ଶୋଇବା ସମୟରେ ପାଦରେ ବ୍ୟଥା ହୁଏ । ଏହାର ଅନେକ କାରଣ ଥାଇପାରେ । ଅନେକ ଥର ଏହା କୌଣସି ଗମ୍ଭୀର ରୋଗର ସୂଚନା ମଧ୍ୟ ହୋଇପାରେ ।

ବେଳେବେଳେ ପାଦରେ ପୀଡା ପେରିଫେରଲ ନ୍ୟୁରୋପାଥି କାରଣରୁ ମଧ୍ୟ ହୋଇଥାଏ । ଏହା ସ୍ନାୟୁ ବିକାର ସମ୍ବନ୍ଧିତ ରୋଗ ଯାହା କାରଣରୁ ହାତ ଓ ପାଦରେ ପୀଡା ହୁଏ। ଅନେକଥର ଘଣ୍ଟାଘଣ୍ଟା ଠିଆ ହୋଇ ରହିବା ମଧ୍ୟ ପାଦପୀଡା ର କାରଣ ହୋଇଥାଏ । ପେରିଫେରଲ ନ୍ୟୁରୋପାଥି କାରଣରୁ ପାଦ ଓ ପାଦ ଆଙ୍ଗୁଠିରେ ପୀଡା ଓ ଶୂନ୍ୟପଣ ଅନୁଭବ ହୁଏ । ଏହି ଲକ୍ଷଣ ରାତିରେ ଶୋଇବା ସମୟରେ ଓ ପ୍ରାୟ ସକାଳେ ମଧ୍ୟ ଦେଖାଯାଇଥାଏ ।

 

ଅନେକଥର ଡାଇବେଟିସ, ଭିଟାମିନ ଅଭାବ, ବିଶେଷରୂପେ ଭିଟାମିନ ଡି ର ଅଭାବ , ଥାଇରଏଡ , କିଡନି ସମ୍ବନ୍ଧିତ ରୋଗର ଲକ୍ଷଣ ମଧ୍ୟ ହୋଇଥାଏ । ଯଦି ପାଦ ଲଗାତାର ପୀଡା ହେଉଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ । ମୋଟାସ ନ୍ୟୁରୋମା କାରଣରୁ ଅନେକ ଲୋକ ଙ୍କ ପାଦ ପୀଡା ହୋଇଥାଏ । ଏହି ରୋଗରେ ପାଦର ଆଙ୍ଗୁଠି ପର୍ଯ୍ୟନ୍ତ ଯାଇଥିବା ଶିର ର ଚମଡା ମୋଟ ହୋଇଯାଇଥାଏ । ଏହାକୁ ଇଣ୍ଟରଡିଜିଟାଲ ନ୍ୟୁରୋମା ମଧ୍ୟ କୁହାଯାଏ ।

 

ଏହା ତୃତୀୟ ଓ ଚତୁର୍ଥ ଆଙ୍ଗୁଠିର ହାଡରେ ଚାପ ପଡିବା କାରଣରୁ ହୋଇଥାଏ । ଏହାଦ୍ବାରା ଶିରାରେ ପୀଡା, ଜ୍ଵଳନ କିମ୍ବା ଝିମଝିମ ଲାଗିଥାଏ । ରାତିରେ ପୀଡା ଓ ବିନ୍ଧା ବଢିଯାଏ ଓ ପାଦ ପୀଡାର ଅଭିଯୋଗ ଆସିଥାଏ । ଅନେକଥର ଅଧିକ ଟାଇଟ ଜୋତା ପିନ୍ଧିବା କାରଣରୁ ଏହି ସମସ୍ୟା ବଢିପାରେ । ବେଳେବେଳେ ଶିରରେ ଅଧିକ ଚାପ ପଡିବା ଯୋଗୁ ପାଦରେ ବ୍ୟଥା ହୋଇଥାଏ । ଏହି ଚାପ ହାଇହିଲ ଜୋତା ଓ ଟାଇଟ ଜୋତା ପିନ୍ଧିବାରୁ ହୋଇଥାଏ ।

Leave a Reply

Your email address will not be published. Required fields are marked *