March 25, 2024

Odia Express

News For Public

ଯଦି ଆପଣ ମଧ୍ୟ ଚାଉମିନରେ ଏହି ଜିନିଷ ମିଶେଇ ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ , ନହେଲେ ଆପଣଙ୍କ ଜୀବନ..

ପ୍ରଚଳିତ ସମୟରେ ଫାଷ୍ଟଫୁଡ ଖାଇବାର ଆଗ୍ରହ ସମସ୍ତଙ୍କର ଅଛି । ଫାଷ୍ଟଫୁଡ ମଧ୍ୟରୁ ସବୁଠାରୁ ଲୋକପ୍ରିୟ ହେଲା ଚାଉମିନ ଯାହାକୁ ବହୁତ ଲୋକ ନୁଡୁଲ୍ସ ମଧ୍ୟ କୁହନ୍ତି । ଏଥିରେ ଟମାଟୋ ଓ ଚିଲି ସସ ମିଶେଇ ଖାଇବାର ମଜା କିଛି ଅଲଗା । ସ୍ଵାଦରେ ରାଗ, ମସଲାଯୁକ୍ତ ଓ ବହୁତ ସ୍ଵାଦିଷ୍ଟ ହୋଇଥାଏ କିନ୍ତୁ ଯଦି ଏହି ଖାଦ୍ୟ ଆପଣଙ୍କୁ ଶରୀର ଆଭ୍ୟନ୍ତରକୁ ଖରାପ କରେ? ତାହେଲେ ଆପଣ କଣ କରିବେ? ଏପରି ଏକ ଘଟଣା ପଦାକୁ ଆସିଛି ଏବେ ସେଥିପାଇଁ ଆପଣଙ୍କୁ ଜଣେଇ ଦେଉଛୁ ଯଦି ଆପଣ ମଧ୍ୟ ଚାଉମିନ ରେ ସସ ମିଶେଇ ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ ।

ଯଦି ଆପଣ ମଧ୍ୟ ଚାଉମିନ ରେ ସସ ମିଶେଇ ଖାଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ

 

ଚାଉମିନରେ ସସ ମିଶେଇ ଖାଇବା ଭଲ ଲାଗେ କିନ୍ତୁ ଏହା କେତେ ଭୟଙ୍କର ହୋଇପାରେ ଏ ବିଷୟରେ ହୁଏତ ଆପଣ ଅଜଣା ଅଛନ୍ତି । ୩ବର୍ଷର ଶିଶୁ ଉସମାନଙ୍କୁ ଦେଖି ଆପଣ ଏହା ଅନୁଭବ କରିପାରିବେ । ଯିଏ ଏହି ସମୟରେ ଜୀବନ ଓ ମୃତ୍ୟୁ ମଝିରେ ଝୁଲି ରହିଛି । ତାର ଅବସ୍ତା ଏତେ ଖରାପ ଯେ ଚିକିତ୍ସା କରିବା ସମୟରେ ୩ଥର ତାର ହୃଦୟ ବନ୍ଦ ହୋଇଗଲାଣି ଓ ଏହା ଦେଖିକାରୀ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି କିନ୍ତୁ ଏବେ ଉସମାନ ବିପଦମୁକ୍ତ ଅଛି । ଡାକ୍ତର ମାନେ ତାର ବଞ୍ଚିବା ଏକ ଚମତ୍କାର ଠାରୁ କମ ନୁହେଁ ବୋଲି କହୁଛନ୍ତି । ଡାକ୍ତରଙ୍କ କହିବା ମୁତାବିକ ଏହି ପ୍ରକାରର ଘଟଣା ପ୍ରଥମ ଥର ସମ୍ମୁଖକୁ ଆସିଛି ଯାହା ହୃଦୟ ବିଦାରକ କାରଣ ଶିଶୁଟିକୁ ବଞ୍ଚେଇବା ଦ୍ଵିତୀୟ କଥା , ତାର କଷ୍ଟ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ ।

 

ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ପିଲାଟି ଚାଉମିନରେ ବହୁତ ଅଧିକ ସସ ଖାଇଦେଇଥିଲା । ଯାହା ଦ୍ଵାରା ତାର ହୃତପିଣ୍ଡ ଫାଟି ଯାଇଥିଲା । ଏଥିରେ ତାର ଜୀବନ ବିପଦରେ ପଡିଥିଲା ଓ ଏହା ପରେ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା ।  ଡାକ୍ତର କହିଲେ ପିଲାଟିକୁ ୨୩ଦିନ ହେବ ଉପଚାର ଚାଲିଛି ଓ ବହୁତ ପଇସା ଖର୍ଚ୍ଚ ହୋଇଗଲାଣି କିନ୍ତୁ ଆୟୁଷ୍ମାନ ଯୋଜନାରେ ଖର୍ଚ୍ଚ ହୋଇଥିବାରୁ ତାର ପିତାମାତା ଙ୍କୁ ଖର୍ଚ୍ଚ କରିବାକୁ ହୋଇନି ।

ବଞ୍ଚିବା ଅସମ୍ଭବ ଥିଲା

ଗାବା ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡା.ବିଏସ ଗାବା ଜଣେଇଛନ୍ତି ଯେଉଂଭଳି ଭାବରେ ପିଲାଟିର ଅବସ୍ଥା ଖରାପ ହୋଇଥିଲା ତାକୁ ବଞ୍ଚେଇବା ବହୁତ କଷ୍ଟ ଥିଲା । ସେମାନେ ତାର ଅଭିଭାବକଙ୍କ ଠାରୁ ଦସ୍ତଖତ କରେଇଥିଲେ ଯେ ଚିକିତ୍ସା ମଧ୍ୟରେ ଯଦି ପିଲାଟିର କିଛି ହୋଇଯାଉଛି ତେବେ ସେଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଦାୟୀ ନୁହଁନ୍ତି । କିନ୍ତୁ ଉପରବାଲାଙ୍କ ଆଶୀର୍ବାଦ ଯୋଗୁ  ବହୁତ ଚେଷ୍ଟାପରେ ସେ ବଞ୍ଚିଗଲା । ହୃତପିଣ୍ଡ ଫାଟିଯିବା କାରଣରୁ ସେ ନିଶ୍ଵାସ ନେଇପାରୁନଥିଲା ଓ ତାକୁ କୃତ୍ରିମ ଉପାୟରେ ଶ୍ଵାସକ୍ରିୟା କରାଯାଉଥିଲା ଓ ଡାକ୍ତର କହିଲେ ଏସିଟିକ ଏସିଡ କାରଣରୁ ତାର ଆଭ୍ୟନ୍ତର ଅଂଗ ଜଳି ଯାଇଥିଲା କିନ୍ତୁ ଶେଷରେ ସବୁ ଠିକ ହୋଇଗଲା ।

Leave a Reply

Your email address will not be published. Required fields are marked *