April 25, 2024

Odia Express

News For Public

ରୁଟିର ଏହି ଉପଚାର ଦୂର କରିଦେବ ସାରା ଜୀବନର ଦାରିଦ୍ର୍ୟତା , କେବଳ ଠାରେ ମାତ୍ର କରନ୍ତୁ ଓ ମାଲାମାଲ ହୋଇଯାନ୍ତୁ …

ବନ୍ଧୁଗଣ ମନୁଷ୍ୟ ନିମନ୍ତେ ଏହି ଦୁନିଆରେ ସବୁଠାରୁ ବଡ ଆବଶ୍ୟକତା ହେଲା ଦୁଇ ବକ୍ତର ରୁଟି । ଏହା ଏହି ରୁଟିର ଚମତ୍କାର ଯାହାପାଇଁ ମନୁଷ୍ୟ ଦିନରାତି ପରିଶ୍ରମ କରୁଛି । ନିଜର ଓ ପରିବାରର ପେଟ ପୂରେଇବା ପାଇଁ ମଣିଷ କର୍ମ କରୁଛି । ରୁଟି ଭାରତର ସବୁ ଠାରୁ ଲୋକପ୍ରିୟ ଖାଦ୍ୟ । ଏହା ବିନା ଭାରତୀୟ ବ୍ୟଞ୍ଜନ ଅସମ୍ପୂର୍ଣ୍ଣ ଅଟେ । ଏହାକୁ ପୁରା ଦେଶରେ ସବୁଠାରୁ ଅଧିକ ମାତ୍ରରେ ଖିଅଯାଏ । ଏହିପରି ଏହାର ମହତ୍ଵ ଅଧିକ ହୋଇଛି । ରୁଟିର ଅନେକ ଅଲଗା ମହତ୍ଵ ରହିଛି । ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ଘରକୁ କୌଣସି ଅତିଥି କିମ୍ବା କ୍ଷୁଧିତ ବ୍ୟକ୍ତି ଆସନ୍ତି ଓ ଆପଣ ତାଙ୍କୁ ରୁଟି ଖୁଆଇ ତୃପ୍ତ କରିଦିଅନ୍ତି ତେବେ ଆପଣଙ୍କର ସମସ୍ତ ପାପ ସମାପ୍ତ ହୋଇଯାଏ । ଆହୁରି ମଧ୍ୟ ଗାଈ କିମ୍ବା ଅନ୍ୟ ପଶୁମାନଙ୍କୁ କିମ୍ବା କ୍ଷୁଧିତ ଦରିଦ୍ରଙ୍କୁ ରୁଟି ଦେବା ପୂଣ୍ୟ କାର୍ଯ୍ୟ ମଧ୍ୟରେ ବିବେଚିତ ହୋଇଥାଏ ।

 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶାସ୍ତ୍ରରେ ରୁଟି ଦ୍ଵାରା କିଛି ଚମତ୍କାରୀ ଉପାୟ କୁହାଯାଇଛି । ଏହି ଉପାୟ ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ସମୃଦ୍ଧି ଓ ଆନନ୍ଦ ଆସିଥାଏ । କେବଳ ଏତିକି ନୁହେଁ ଏହି ରୁଟି ଆପଣଙ୍କ ଘରର ଦାରିଦ୍ର୍ୟତା ବି ଦୁରକରି ପାରେ । ଆଜି ଆମେ ଆପଣଙ୍କୁ ଏହି ରୁଟିର ଏକ ଶ୍ରେଷ୍ଠ ଉପାୟ ବତେଇବାକୁ ଯାଉଛୁ ଯାହାକୁ କଲେ ଆପଣଙ୍କ ଗୃହରେ କେବେ ଧନର ଅଭାବ ହେବ ନାହିଁ ।

 

ତେବେ ଆସନ୍ତୁ ଜାଣିବା ଏହି ଉପାୟ କିପରି କରିବାକୁ ହେବ ।

ବନ୍ଧୁଗଣ ଏହି ଉପାୟ ଆପଣଙ୍କୁ ପୂର୍ଣ୍ଣମୀ ରାତିରେ କରିବାକୁ ହେବ । ଏଥିପାଇଁ ଆପଣ ପୂର୍ଣ୍ଣିମା ରାତ୍ରର କିଛି ସମୟ ପୂର୍ବରୁ ମିଠା ରୁଟି ତିଆରି କରିଦିଅନ୍ତୁ । ଏହି ରୁଟି ତିଆରି ହେବାପରେ ଏଥିରେ ଶୁଦ୍ଧ ଘିଅ ଲଗାନ୍ତୁ । ଏବେ ଘରର ମୁଖ୍ୟ କିମ୍ବା ରୋଜଗାର କରୁଥିବା ବ୍ୟକ୍ତି ଏକ ଲାଲ ରଂଗର କପଡ଼ାରେ ରୁଟିକୁ ଗୁଡେଇ ନିଜ ସାଥିରେ ଅଶ୍ଵତ୍ଥ ବୃକ୍ଷ ପାଖକୁ ନିଅନ୍ତୁ । ଏହି ବ୍ୟକ୍ତିଙ୍କ ସହ ପରିବାରର ଅନ୍ୟ ଜଣେ ସଦସ୍ୟ ଯାଇପାରନ୍ତି । ବର୍ତ୍ତମାନ ଆପଣ ଅଶ୍ଵତ୍ଥ ବୃକ୍ଷ ତଳେ କୌଣସି କପଡା କିମ୍ବା ଆସନ ପକେଇ ବସିପଡନ୍ତୁ । ଏଠାରେ ଲାଲ ରଂଗରେ ଗୁଡା ହୋଇଥିବା ଘିଅ ମିଶ୍ରିତ ମିଠା ରୁଟିଟି ଖୋଲିକରି ରଖିଦିଅନ୍ତୁ । ଏହା ଅବଶ୍ୟ ଧ୍ୟାନ ଦିଅନ୍ତୁ କି ଏହି ରୁଟି ଉପରେ ଚନ୍ଦ୍ରମାଙ୍କ କିରଣ ପତିତ ହେଉଥିବ । ଏବେ ଆପଣ ମାଆ ଲକ୍ଷ୍ମୀଙ୍କ ଧ୍ୟାନ କରିବା ସହ ରୁଟିର ଏକ ଛୋଟ ଟୁକୁରା ଅଶ୍ଵତ୍ଥ ବୃକ୍ଷ ନିକଟରେ ରଖିଦିଅନ୍ତୁ । ଏହାପରେ ଆଉ ଏକ ଟୁକୁରା ନିଜେ ଖାଇ ନିଅନ୍ତୁ । ଯଦି ଆପଣଙ୍କ ସହ ସେଠାରେ ଆଉ କିଏ ଅଛନ୍ତି ତେବେ ତାଙ୍କୁ ମଧ୍ୟ ଦିଅନ୍ତୁ ।

 

ଏବେ ବାକି ଥିବା ରୁଟି କୁ ଆପଣ କୌଣସି ପଶୁକୁ ଯେପରିକି କୁକୁର କିମ୍ବା ଗାଈ କୁ ଖୋଇଦିଅନ୍ତୁ । ଯଦି ସେହି ରାତିରେ ଆପଣଙ୍କୁ କୌଣସି ପଶୁ ମିଳିଲେ ନାହିଁ ପରଦିନ ସକାଳେ ସେହି ରୁଟିକୁ ସେମାନଙ୍କୁ ଖୋଇପାରିବେ ।

ନୋଟ: ଏହି କଥାର ଧ୍ୟାନ ରଖିବେ ଯେଉଁ ଦିନ ଆପଣ ଏହି ଉପାୟ କରିବେ ସେହିଦିନ ଆପଣଙ୍କୁ ବ୍ରତ ରଖିବାକୁ ହେବ । ଏହି ବ୍ରତ ଆପଣ ଅଶ୍ଵତ୍ଥ ବୃକ୍ଷ ତଳେ ରୁଟିର ଟୁକୁରା ଖାଇ ସାରିବା ପାରେ ଭାଙ୍ଗିବେ । ଏହାପରେ ଆପଣ ଘରକୁ ଯାଇ ପେଟପୂରା ଖାଇପାରିବେ ।

Leave a Reply

Your email address will not be published. Required fields are marked *