ନୂଆଦିଲ୍ଲୀ: ଆଧୁନିକ ଜୀବନରେ ସଫଳତା ଅର୍ଥ ପଇସା ଓ ସୁଖ ସୁବିଧା ସହିତ ଯୋଡି ହୋଇ ଅଛି । ଆପଣ ଯେତେ ଧନ ରୋଜଗାର କରିବେ ଦୁନିଆ ଆପଣଙ୍କୁ ସେତେ ସଫଳ କହିବ । ଧନ ଆୟକରିବାର ଏହି ଅନ୍ଧ ଦୌଡରେ କେହି ଏହା ଭାବୁନାହାନ୍ତି ଭୌତିକ ସୁଖ ସୁବିଧା ଆୟ କରିବାକୁ ଯାଇ ସେ କେତେ ପାପ କରି ସାରିଲାଣି | ଶ୍ରୀମଦ ଭଗବତ ଗୀତାରେ ଶ୍ରୀକୃଷ୍ଣ ଅନେକ ହିତୋପଦେଶ ଦେଇଛନ୍ତି। ଏଥିରେ କୁହାଯାଇଥିବା ଶ୍ଳୋକ ଅନୁଯାୟୀ, ଯେଉଁ ମନୁଷ୍ୟ ଏହି ଚାରୋଟି ସହଜ କାମ କରେ , ତାକୁ ନିଶ୍ଚିତ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ଏହି ମନୁଷ୍ୟଙ୍କର ଜାଣତ ଓ ଅଜାଣତ ରେ କରିଥିବା ପାପରୁକ୍ଷମା ମିଳିଯାଏ ଓ ସେ ନର୍କ ଭୋଗନ୍ତି ନାହିଁ। ଆସନ୍ତୁ ଜାଣିବା ସେହି କର୍ମ ବିଷୟରେ
ଦାନ: ଦାନ କରିବାର ଅର୍ଥ ହେଲା କୌଣସି ଅଭାବି ଲୋକଙ୍କୁ ବିନାମୂଲ୍ୟରେ ସେହି ବସ୍ତୁ ଉପଲବ୍ଧ କରେଇବା ଯାହା ପାଇବାକୁ ସେ ଅକ୍ଷମ । ଦାନ କରିବା ପୂର୍ବରୁ ଓ ପରେ ଦାନ ବିଷୟରେ କାହାକୁ ଜଣେଇବା ଉଚିତ ନୁହେଁ । ଦାନକୁ ସବୁବେଳେ ଗୁପ୍ତ ରଖିବା ଆବଶ୍ୟକ ।
ଆତ୍ମ ସଂଯମତା: ବହୁତ ସମୟରେ ଆମର ମନ ଓ ମସ୍ତିଷ୍କ ବିପରୀତ ଦିଗରେ ଚାଲନ୍ତି ଓ ଆମେ ଅଧର୍ମ କରି ବସୁ। ଗୀତାରେ କୁହାଯାଇଥିବା ଜ୍ଞାନ ଅନୁଯାୟୀ ମନ କୁ ନିଜ ନିୟନ୍ତ୍ରଣରେ କରିନେବା ଦ୍ଵାରା ବ୍ୟକ୍ତି ଦ୍ଵାରା ପାପ କରିବାର ସମ୍ଭାବନା ନଥାଏ ।
ସତ୍ୟ କହିବା: କଳିଯୁଗରେ ସତ୍ୟ ଓ ଅସତ୍ୟ ଜାଣିବା ସହଜ ନୁହେଁ । କାହାର କଥା ଶୁଣି ଏହା ଜାଣିହେବ ନାହିଁ ସେ ସତ କହୁଛନ୍ତି କି ମିଛ । ଯଦି ଆପଣ ଅତୀତରେ କୌଣସି ଭୁଲ କାମ କରିଛନ୍ତି ତେବେ ଆପଣ ବାକିରହିଥିବା ଜୀବନରେ ସର୍ବଦା ସତ୍ୟ ବଚନ କହି ନିଜର ପାପର ପ୍ରାୟଶ୍ଚିତ କରିପାରିବେ ।
ଧ୍ୟାନ ବା ଜପ: ଆଧୁନିକ ଯୁଗରେ ଏପରି ବହୁତ କମ ଲୋକ ଅଛନ୍ତି , ଯେଉଁମାନେ ପ୍ରତିଦିନ ଧ୍ୟାନ କରୁଥିବେ । ପୂଜାପାଠ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ନୁହେଁ ନିଜକୁ ନିଜ ସହ ପରିଚୟ କରିବା ପାଇଁ କରାଯାଏ । ଆତ୍ମଧ୍ୟାନ କରିବା ଦ୍ଵାରା ଆତ୍ମସାକ୍ଷାତକାର କରିପାରିବା। ନିୟମିତ ରୂପେ ସ୍ଵଚ୍ଛ ମନରେ ଜପ ବା ଧ୍ୟାନ କରିବା ଦ୍ଵାରା ନିଜର ଭୁଲ ଦ୍ଵାରା ହୋଇଥିବା ପାପରୁ ମୁକ୍ତି ମିଳିଥାଏ ।