April 20, 2024

Odia Express

News For Public

୩୦ ଜୁନ ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ସୂର୍ଯ୍ୟଦେବ ଙ୍କ କୃପାରୁ ଆଜିଠୁ ଏହି ୩ଟି ରାଶିର ଭଲ ଦିନ ଆରମ୍ଭ

1 min read

ମେଷ – ଆଜି ନିଜର ଧ୍ୟାନ ଏଠି ସେଠି ନ ଲଗେଇ ନିଜ କାର୍ଯ୍ୟରେ ମନୋନିବେଶ କରନ୍ତୁ । ଆପଣ ହୁଏତ ଏହି ସମୟ ଏକ ସମାରୋହ ଚାହାଁନ୍ତି । କିନ୍ତୁ ନିଜ ପରିବାର ସହ ସମୟ ବିତାନ୍ତୁ ଏବଂ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ । ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ । ଆଜି ଆପଣ ପ୍ରଫୁଲ୍ଲିତ ରହିବେ। ନୂଆ କାର୍ଯ୍ୟର ଆରମ୍ଭ ମଧ୍ୟ ଆଜି କରିପାରନ୍ତି। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କର ଭେଟରେ ଆନନ୍ଦିତ ହେବେ। କାର୍ଯ୍ୟରେ ମିଳିଥିବା ସଫଳତାର କାରଣ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ। ସମ୍ବନ୍ଧରେ ଭାବନାତ୍ମକତା ଅଧିକ ରହିବ,ପ୍ରତିକାର–ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରିବେ।

ବୃଷ – ଆଜି ଆପଣ ମାନସିକ ଶାନ୍ତି ପାଇବା ପାଇଁ ଚାହାଁନ୍ତି । ଶାନ୍ତି ଆପଣଙ୍କ ଭିତରେ ହିଁ ଅଛି । ଏହାକୁ ବାହାରେ ଖୋଜିବା ପରିବର୍ତ୍ତେ ନିଜ ଭିତରେ ଫଳାଫଳକୁ ଆପଣ ଖୋଜନ୍ତୁ । ଏହାର ଆରମ୍ଭ ଆପଣ ଯୋଗଠାରୁ କରନ୍ତୁ । ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚ଼ିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ । ଆଜିର ଦିନ ଆପଣଙ୍କପାଇଁ ଲାଭଦାୟୀ ଅଟେ। ମିତ୍ରମାନଙ୍କ ସହିତ ଭେଟ ହେବ ତଥା ତାଙ୍କ ସହିତ ବୁଲିବାକୁ ଯିବା, ଆମୋଦ-ପ୍ରମୋଦ କରିବାରେ ଖର୍ଚ୍ଚ ହେବ। ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ଆୟ ବଢ଼ିବ। ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ। ପ୍ରତିକାର:- ଅସହାୟା ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନି – ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି । ଆଜି ଆପଣଙ୍କୁ ନିଜ କାର୍ଯ୍ୟାଳୟ କିମ୍ବା ଘରେ କିଛି ଚ଼ିନ୍ତା ଅନୁଭବ ହୋଇପାରେ । ସମ୍ଭାବନା ଯେ ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି ,ଯାହାର ପ୍ରଭାବ ଆପଣଙ୍କର ମୁଡ଼୍ ଉପରେ ମଧ୍ୟ ପଡ଼ିପାରେ । ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ। ଆପଣଙ୍କ ବାଣୀରେ ଆଜି ଆପଣଙ୍କୁ ଲାଭ ହେବ। ଏହା ନୂଆ ସମ୍ବନ୍ଧରେ ସଦଭାବ ବଢ଼ିବାର ମଧ୍ୟ ସମ୍ଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପଢ଼ିବା-ଲେଖିବାରେ ରୁଚି ବଢ଼ିବ ଏବଂ ତାଙ୍କର ଆଜି ଭଲ ଦିନ ଅଟେ।ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ। ମନରେ ଦୁଃଖ ଏବଂ ଅସନ୍ତୋଷର ଭାବନା ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି। ପ୍ରତିକାର–ଗହମ, ଗୁଡ ପିଲାମାନଙ୍କୁ ଦାନ କରିବେ

କର୍କଟ – ଆଜି ଆପଣ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ନିଜର ପ୍ରକୃତ ରୂପକୁ ଚିହ୍ନନ୍ତୁ ଓ ଆଧ୍ୟାତ୍ମିକଜ୍ଞାନକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଏହି ମାର୍ଗରେ ଗତି କଲେ ଆଜି ଆପଣଙ୍କୁ ବହୁତ ଲାଭ ହେବ ଓ ଶାନ୍ତି ମଧ୍ୟ ମିଳିବ ।  ଦୁଃଶ୍ଚିନ୍ତାକୁ ଆପଣେଇବା ଦରକାର ନାହିଁ, ଯୋଉଁଥିପାଇଁ ଆପଣ ଏତେ ଚିନ୍ତାଗ୍ରସ୍ତ ,ତାହା ଭିତ୍ତିହୀନ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି । ଆଜି ଆପଣଙ୍କ ଘର ଏବଂ କାର୍ଯ୍ୟସ୍ଥଳ ଉପରେ ଉତ୍ତମ ବାତାବରଣ ରହିବାରୁ ବହୁତ ପ୍ରସନ୍ନତା ରହିବ। ଆଜି ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ମାନସିକ ରୂପରେ ଆପଣ ଅସୁସ୍ଥତା ଅନୁଭବ କରିପାରନ୍ତି। ଆପଣଙ୍କ ବାଣୀରେ ଅସୁବିଧା ହୋଇପାରେ, ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ପ୍ରତିକାର: ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ସିଂହ – ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।  ଆଜି ଆପଣଙ୍କୁ ଉଚ୍ଚ ଅଧିକାରୀମାନଙ୍କ ପାଇଁ ବୋଧହୁଏ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଏହି ସମୟଟି ଭାବିଚ଼ିନ୍ତି କରି ପାଦ ଉଠାଇବାର ଅଛି ।ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନ ଅଟେ। ବ୍ୟବସାୟ କରୁଥିବାଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବାର ଯୋଗଅଛି ଏବଂ ଚାକିରି ପେଶାଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ମିଳିବାର ଯୋଗ ଅଛି,ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ।

କନ୍ୟା – ଆଜିର ଦିନ ନୂଆ ବନ୍ଧୁଟିଏ କରିବାର ଦିନ ଅଟେ । ଆଜିର ଦିନଟି ବ୍ୟବସାୟିକ ଦୃଷ୍ଟିରୁ ଏବଂ ସାମାଜିକ ଦୃଷ୍ଟିରୁ ସମ୍ପର୍କ ତିଆରି କରିବା ଦିନ ଅଟେ । କୌଣସି ସାମାଜିକ ଅନୁଷ୍ଠାନରେ ଆପଣ କିଛି ନୂଆ ଲୋକଙ୍କକ ସହିତ ସମ୍ପର୍କ ସ୍ଥାପନ ମଧ୍ୟ କରି ପାରନ୍ତି । ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଅଧିକ ପରିଶ୍ରମ ପରେ ମଧ୍ୟ ଅଳ୍ପ ସଫଳତା ପ୍ରାପ୍ତ ହେବ। ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ। ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ। ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି।ପ୍ରତିକାର– ଭୋକିଲା ଲୋକକୁ ନିରାଶ କରିବେ ନାହିଁ।

ତୁଳା – ଆଜି ଆପଣଙ୍କୁ ଆପଣଙ୍କର କୌଣସି ନିକଟର ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ । ଏମିତି କୌଣସି ବସ୍ତୁ ଆପଣଙ୍କୁ ମିଳିପାରେ ଯାହା ଆପଣ କିଣିବାକୁ ଚାହୁଁ ନଥିବେ । ଏହି ଉପହାର ପାଇଁ ଆପଣ ବନ୍ଧୁଙ୍କୁ ଧନ୍ୟବାଦ ଦିଅନ୍ତୁ ।  ଆଜି ଯୁକ୍ତି କିମ୍ବା କଳି ହେବାର ସମ୍ଭାବନା ଅଛି । ଏଥିପାଇଁ ଆପଣ କୌଣସି ଯୁକ୍ତି କିମ୍ବା କଳିରେ ନପଡ଼ିବା ପାଇଁ ଚ଼େଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଲାଗେ କି ପରିସ୍ଥିତି ବିଗୁଡ଼ୁଛି ତେବେ ଆପଣ ନିଜକୁ ତା` ଠାରୁ ଦୂରରେ ରଖନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଫଳଦାୟୀ ରହିବ। କିନ୍ତୁ ବୌଦ୍ଧିକ କାର୍ଯ୍ୟ କରିବା ପାଇଁ ଆଜିର ଦିନ ଶୁଭ ଅଟେ। ଆଜି ଲେଖନ ପ୍ରବୃତ୍ତି କିମ୍ବା ସାହିତ୍ୟ ସମ୍ବନ୍ଧିତ କୌଣସି ପ୍ରବୃତ୍ତି ଭଲ ଭାବରେ ନିଭାଇ ପାରିବେ। ଏଥିପାଇଁ ଆପଣ ଯୋଜନା ମଧ୍ୟ ବନାଇ ପାରିବେ,ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ବିଛା – ଭଲ ବନ୍ଧୁ ଆପଣଙ୍କୁ ଠିକ ଉତ୍ତର ଦେବ । ନିଜର ଜୀବନ ସୈଳି ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ । ଆଜି ଭ୍ରମ ଯୋଗୁଁ ବିଚଳିତହୋଇ ସମ୍ଭାବନା ଶାନ୍ତି ଓ ନିରଳା ମାନସିକ ଭାବନାରେ ଏହାର କାରଣ ଖୁଜି ବସନ୍ତୁ । ଆପଣ ନିଜର ବଂଧୁ ଓ ପରିବାର ସହ ସଦସ୍ୟଙ୍କ ସହ ଖୋଲା ମନରେ କିଛି ସମୟ ଆଲୋଚନା କରନ୍ତୁ ।ଆଜିର ଦିନ ଆପଣଙ୍କପାଇଁ ମିଶ୍ରତ ଫଳଦାୟୀ ଅଟେ। ପରିଜନମାନଙ୍କ ସହିତ ଆପଣ ସମୟ କଟାଇବେ। ତାଙ୍କର ସହଯୋଗ ମଧ୍ୟ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ହିଁ ଅଧିକ ହୋଇପାରେ। ତଥାପି ମଧ୍ୟ ବାଣୀ ଦ୍ଵାରା ଆପଣ ସମସ୍ତଙ୍କ ମନକୁ ଜୀତି ପାରିବେ।ପ୍ରତିକାର–ହନୁମାନ ମନ୍ଦିରରେ ଭୋଗକରି ବାଣ୍ଟନ୍ତୁ।

ଧନୁ – ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।  ଘରେ ଏକା ସାଙ୍ଗରେ ବହୁତ କାର୍ଯ୍ୟ ହେବ । ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସି ପାରନ୍ତି । ଆପଣ ନିଜର ସବୁ ସମସ୍ୟାକୁ ଗୋଟିଏ ପଟେ ରଖି ନିଜ ସାଙ୍ଗ ସାଥିଙ୍କ ସହିତ ମଜ୍ଜା କରନ୍ତୁ । ଆଜି ମାନସିକ ଆଳସ୍ୟତା ଅନୁଭବ କରିପାରନ୍ତି। ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳିବ ଏବଂ ସେଥିରେ ଅସୁବିଧା ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନଚେତ ଆପଣ କ୍ଷତିଗ୍ରସ୍ତ ହୋଇପାରନ୍ତି। ପରିବାରରେ କୌଣସିର ବିବାହ ହେବାର ସମ୍ଭାବନା ଅଛି। ଖର୍ଚ୍ଚରେ ବୃଦ୍ଧି ହେବାପ୍ରତିକାର:- ଅସହାୟାକୁ ସାହାଯ୍ୟ କରନ୍ତୁ।

ମକର – ଆପଣଙ୍କର କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ ।  ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ଆପଣଙ୍କୁ ବିବିଧ କ୍ଷେତ୍ରରୁ ଯଶ, କୀର୍ତ୍ତି ଏବଂ ଲାଭ ମିଳିବ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ଗୁରୁଜନମାନଙ୍କ ତଥା ମିତ୍ରମାନଙ୍କର ସାଥିରେ ଆପଣଙ୍କ ଦିନ ଆନନ୍ଦରେ ବିତିବ। ଯାତ୍ରା କରିପାରନ୍ତି। ପତ୍ନୀ ଏବଂ ସନ୍ତାନମାନଙ୍କ ସହିତ ଭଲ ସମୟ କଟିବ।ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ

କୁମ୍ଭ – ଆଜି ଆପଣ ଆଧ୍ୟାତ୍ମିକତା ଦ୍ୱାରା ପ୍ରଭାବିତ ହେବେ । ଆପଣ ଆଜି ଆପଣଙ୍କ ଅନ୍ତରକୁ ଚିହ୍ନିବାକୁ ଚାହିଁବେ । ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ଏହି କାମନାରୁ ଆଜି ଆପଣଙ୍କୁ ବହୁତ ଶାନ୍ତି ମିଳିବ । ଏତଦ୍ୱାରା ଆଜି ଆପଣଙ୍କ ପ୍ରତିଭା ବିକଶିତ ହେବ ।  ଆଜି ଆପଣ ଘର ଏବଂ କାର୍ଯ୍ୟରେ ବୋଝ ଅନୁଭବ କରିବେ । ବହୁତ ଲୋକ ଆପଣଙ୍କୁ ଉପଦେଶ ମାଗିବେ । ଆପଣ ସାଧୁତା ଆବଲମ୍ବନ କରି ଉପଦେଶ ଦିଅନ୍ତୁ ଏବଂ ଯେଉଁ କାର୍ଯ୍ୟ କରୁଛନ୍ତି ତାର ପୁରା ଦାୟିତ୍ତ୍ୱ ନିଅନ୍ତୁ । ଆପଣଙ୍କର ଆଜିର ଦିନ ପରୋପକାର ଏବଂ ସଦଭାବନାରେ ବିତିବ। ମାନସିକ ରୂପରେ କାର୍ଯ୍ୟଭାର ଅଧିକ ରହିବ। ଆଜି ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ବିଦ୍ୟାର୍ଥୀଗଣ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ।ବିବିଧ କ୍ଷେତ୍ରରେ ହେଉଥିବା ଲାଭରେ ଆପଣଙ୍କୁ ପ୍ରସନ୍ନତା ହେବ। ଆୟରେ ମଧ୍ୟ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କର ଲାଭ ହେବ ଏବଂ ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ,ପ୍ରତିକାର– ଗାଈକୁ ଖାଇବାକୁ ଦେବେ।

ମୀନ – ଆଜି ଆପଣ କୌଣସି ତୀର୍ଥଯାତ୍ରାକୁ ଯିବା ପାଇଁ ଭାବିବେ । ଆପଣଙ୍କ ଆତ୍ମା ଆଧ୍ୟାତ୍ମ ପ୍ରତି ଆକର୍ଷିତ ରହିବ , ଆଜି ଆପଣଙ୍କର ଜୀବନରେ ଧର୍ମର ମହତ୍ତ୍ୱକୁ ମଧ୍ୟ ଜାଣିବାକୁ ଚାହିଁବେ । ଏହି ରାସ୍ତାରେ ଚାଲିଲେ ଆପଣଙ୍କୁ ସୁଖ ମିଳିବ । ଆଜି ଆପଣ ବିଦେଶ ଯାତ୍ରା କରିପାରନ୍ତି । ଆଜି ଆପଣ ନିଜର ପରିଚ଼ିତ ବ୍ୟକ୍ତିମାନଙ୍କ ଜରିଆରେ ବ୍ୟବସାୟିକ ଏବଂ ସାମାଜିକ ଜୀବନରେ ମଫଳତା ପାଇବେ । ଏହି ସମ୍ପର୍କକୁ ବଜାଏ ରଖିବେ, କାରଣ ଏଥିରୁ ହିଁ ଆପଣଙ୍କର ଜୀବନରେ ବହୁତ ଗୁଡ଼ିଏ ପରିବର୍ତ୍ତନ ଆସିବ ।ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ଆଜି ଆପଣ ଆର୍ଥିକ ମାମଲାରେ ଉଚିତ ଯୋଜନା ବନାଇପାରିବେ। ଅନ୍ୟ ଲୋକମାନଙ୍କର ସହାୟତା କରିବାର ପ୍ରଯତ୍ନ କରିବେ। ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ସାର୍ବଜନିକ ଜୀବନରେ ମାନ-ସମ୍ମାନ ବଢ଼ିବ,ପ୍ରତିକାର–ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *