ବର୍ଷକୁ କେବଳ ଥରେମାତ୍ର ଖୋଳୁଥିବା ଏହି ଦୋକାନରେ ଲୋକମାନଙ୍କ ଲମ୍ବା ଧାଡି ଲାଗେ, ବୈଶିଷ୍ଟ ର କାରଣ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

ସଂସାରରେ ପ୍ରତ୍ୟେକ ମନୁଷ୍ୟ ଜୀବନରକ୍ଷା ନିମନ୍ତେ ଖାଦ୍ୟ ଖାଆନ୍ତି । ଯାହାପାଇଁ ଧନଆୟ କରିବା ନିତାନ୍ତ ଆବଶ୍ୟକ । କିନ୍ତୁ ଆୟ କରିବା ପାଇଁ ରୋଜଗାର ଥିବା ଜରୁରୀ । ଅଧିକତର ଲୋକ ନିଜକୁ ସୁହେଇଲା ଭଳି କର୍ମ କରନ୍ତି ଯେଉଁ ଥିରୁ ଧନ ଆୟ କରିବେ । ଆଜି ଆମେ ଆପଣଙ୍କୁ ଏପରି ଜଣଙ୍କ ବିଷୟରେ କହିବୁ ଯିଏ ବର୍ଷକୁ ଠାରେ ଦୋକାନ ଖୋଲନ୍ତି କିନ୍ତୁ ଗ୍ରାହକଙ୍କ ଭିଡ ଲମ୍ବା ଧାଡିରେ ଥାଏ , ସକାଳୁ ଆସିଥିବା ଗ୍ରାହକ ସନ୍ଧ୍ୟାରେ ଜିନିଷ ନେଇ ଫେରେ ।
ହଁ ଆଜ୍ଞା! ଆମେ କହୁଛୁ ଉତ୍ତରପ୍ରଦେଶ ର ପ୍ରତାପଗଡ ଜିଲ୍ଲାରେ ଥିବା ଏକ ମିଷ୍ଠାନ୍ନ ଦୋକାନ ବିଷୟରେ ଯାହା କେବଳ ବର୍ଷକୁ ଥରେ ଖୋଲିଥାଏ ଓ ଖୋଲିଲାମାତ୍ରେ ଗ୍ରାହକଙ୍କ ଲମ୍ବା ଧାଡି ଲାଗିଯାଏ । କୁହାଯାଏ କି ଏଠାକାର ବାସିନ୍ଦା ପ୍ରତିବର୍ଷ ଏହି ଦୋକାନ ଖୋଲିବାକୁ ଅପେକ୍ଷା କରିଥାନ୍ତି । ଆଶ୍ଚର୍ଯ୍ୟର କଥା ଏହି ଦୋକାନ ପ୍ରାୟ ୬୦ବର୍ଷ ହେବ ପ୍ରତାପଗଡ ବାସିନ୍ଦାଙ୍କ ହୃଦୟରେ ଘର କରି ଯାଇଛି । ଯାହା କେବଳ ହରିଆଲି ଅମାବାସ୍ୟା ଦିନ ଖୋଲିଥାଏ ।
ଏହି ଦୋକାନର ମାଲିକ କୁହନ୍ତି ପ୍ରାୟ ଚାରି ପିଢୀ ହେବ ଏହି ଦୋକାନ ଚଳେଇ ଆସୁଛନ୍ତି । ଲୋକମାନଙ୍କୁ ମାଲପୁଆର ସ୍ଵାଦ ଏତେ ଭଲ ଲାଗେ ଯେ ସେମାନେ ଦୋକାନ ଖୋଲିବା ମାତ୍ରେ ଏଠାରେ ମାଲପୁଆ କିଣିବା ପାଇଁ ଧାଡି ଲଗେଇ ଦିଅନ୍ତି । ଲୋକମାନଙ୍କର କହିବ ଅନୁଯାୟୀ ଏହି ଦୋକାନର ମାଲପୁଆ ଅତ୍ୟନ୍ତ ସ୍ଵାଦିଷ୍ଟ ହୋଇଥାଏ । ଆମେ ଚାହିଁଲେ ମଧ୍ୟ ଏହାର ସ୍ଵାଦ ଭୁଲିପାରୁ ନାହୁଁ । ସେ ଆହୁରି ମଧ୍ୟ କହିଲେ ଏଠାରେ ମାଲପୁଆ ପଳାଶ ପତ୍ରରେ ପରଷା ଯାଏ ।
ଏହି ଦୋକାନର ଆଉ ଏକ ଭଲଗୁଣ ହେଲା ଏଠାରେ ଆଜି ମଧ୍ୟ ପୁରାତନ ହାତରେ ତିଆରି ତାଲା ବ୍ୟବହାର କରାଯାଏ କାରଣ ସେ ଆଜିକାଲିର ତାଲା ଉପରେ ଭରସା କରୁନାହାନ୍ତି। ସେହି ପୁରୁଣା ତାଲା ରେ ଦୋକାନ ସୁରକ୍ଷିତ ରହିଛି ।