ଯଦି ଆପଣଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ , କିମ୍ବା ‘S’ ନାମଧାରୀ ବ୍ୟକ୍ତି ଆପଣଙ୍କ ପାଖାପାଖି ଅଛନ୍ତି , ତେବେ ନିଶ୍ଚୟ ପଢନ୍ତୁ ଏହି ମୂଲ୍ୟବାନ ଆର୍ଟିକିଲ..

ହିନ୍ଦୁଧର୍ମର ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର ତାଙ୍କର ବ୍ୟକ୍ତିତ୍ବ ଓ ବ୍ୟବହାର ର ଅନେକ କଥା ସହ ପରିଚିତ କରେଇଥାଏ । ଆଜି ଆମେ ‘S’ ଅକ୍ଷର ନାମରୁ ଆରମ୍ଭ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ‘S’ ଇଂରାଜୀ ବର୍ଣ୍ଣମାଳାର 19ତମ ଅକ୍ଷର ଅଟେ । ପ୍ରତି ଅକ୍ଷର ଭଳି ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ବାଲା ବ୍ୟକ୍ତିଙ୍କ ଠାରେ କେତେକ ଗୁଣ ଓ ଅବଗୁଣ ଥାଏ । ଆଜି ଆମେ ଆପଣଙ୍କୁ ‘S’ ଅକ୍ଷର ନାମ ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ କହିବୁ । ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ କିମ୍ବା ଆପଣଙ୍କର ନିକଟତମ ଲୋକଙ୍କର ଏହି ଅକ୍ଷରରୁ ନାମ ଆରମ୍ଭ ତେବେ ଏହି ତଥ୍ୟ ଆପଣଙ୍କ ପାଇଁ ।

ଜାଣନ୍ତୁ ‘S’ ନାମ ବାଲା ବ୍ୟକ୍ତିଙ୍କର ଗୁଣ ଓ ଦୋଷ

 

“S”ନାମର ଲୋକମାନଙ୍କ ପାଖରେ ପୁସ୍ତକଗତ ଜ୍ଞାନ ସହ ବ୍ୟବହାରିକ ଜ୍ଞାନ ଥାଏ। ଏମାନେ ସମସ୍ତଙ୍କ ହୃଦୟ ସହଜରେ ଜିତି ପାରନ୍ତି । ସମ୍ପର୍କୀୟ ଓ ବନ୍ଧୁ ମାନଙ୍କ ସହ ଏମାନଙ୍କର ଦୀର୍ଘ ଦିନର ସମ୍ପର୍କ ରହିଥାଏ । ଏମାନେ କାହା ସହ ଖରାପ ବ୍ୟବହାର କରନ୍ତି ନାହିଁ

ଏହି ନାମର ବ୍ୟକ୍ତିମାନେ ପରିଶ୍ରମୀ ଓ ସମସ୍ତ ବିପଦର ସମ୍ମୁଖୀନ ହେବାର ସାହସ ରଖନ୍ତି । ଏମାନଙ୍କର ପାଖରେ ଅପାର ସମ୍ପତ୍ତି ଥାଏ ସେଥିପାଇଁ ସମସ୍ତେ ଆକର୍ଷିତ ହୁଅନ୍ତି । ଏମାନଙ୍କ ମଧୁର କଥାରେ ସମସ୍ତେ ଏମାନଙ୍କ ବନ୍ଧୁ ହୋଇଥାନ୍ତି । ନିଜର ବାଣୀ ଦ୍ଵାରା ଏମାନେ ଯେକୌଣସି ବ୍ୟକ୍ତିକୁ କାବୁ କରିବାର ଦକ୍ଷତା ରଖନ୍ତି ।

 

ଏହିନାମର ବ୍ୟକ୍ତି ଶିକ୍ଷା ଗ୍ରହଣ ନିମନ୍ତେ ସଦୈବ ଇଚ୍ଛୁକ ଓ ଯେତେ ଅଧିକ ଜ୍ଞାନ ପାଇଲେ ଏମାନଙ୍କ ପାଇଁ କମ ହୋଇଥାଏ । କୌଣସି ନୂତନ କର୍ମ ପୂର୍ବରୁ ଏମାନେ ବିଚଳିତ ହୁଅନ୍ତି ନାହିଁ ।

ଏହି ନାମର ବ୍ୟକ୍ତି ବହୁତ ପ୍ରଭାବଶାଳୀ ହୋଇଥାନ୍ତି ଏମାନେ କାହାକୁ କିଛି କ୍ଷଣ ମଧ୍ୟରେ ପ୍ରଭାବିତ କରିପାରନ୍ତି ।

ଏହିନାମର ବ୍ୟକ୍ତି ନିର୍ମଳ ହୃଦୟର ବ୍ୟକ୍ତି ହୋଇଥାନ୍ତି । ହୃଦୟରେ ଯାହା ଭାବନ୍ତି ତାହା ମୁହଁ ରେ କୁହନ୍ତି । କୌଣସି କଥା ହୃଦୟରେ ଲୁଚେଇ ରଖନ୍ତି ନାହିଁ । ଏମାନଙ୍କ ରାଗି ସ୍ଵଭାବ ଯୋଗୁ ଅନେକଥର ଲୋକମାନେ ଖରାପ ଭାବନ୍ତି । କିନ୍ତୁ ମନେରଖନ୍ତୁ ଏମାନେ ରାଗିଲେ ମଧ୍ୟ ସତ୍ୟ କୁହନ୍ତି ।

 

ଏମାନେ ନିଜର ଉଚ୍ଚ ସିଦ୍ଧାନ୍ତ ରେ ଦୃଢ ଓ କୌଣସି ବିପଦର ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ । ଏମାନେ ସତ୍ୟପ୍ରିୟ ଅଟନ୍ତି । ସତ୍ୟ ପାଇଁ ଏମାନେ ଯେକୌଣସି ବିପଦ ବରଣ କରିବାକୁ ପଛେଇବେ ନାହିଁ ।

ଏମାନେ ନିଜକୁ ଶ୍ରେଷ୍ଠ ପ୍ରତିପାଦନ କରିବାକୁ ଚେଷ୍ଟିତ ରୁହନ୍ତି । ସାମାଜିକ ସ୍ତରରେ ଏମାନେ ହସମୁଖ  ଓ ମିଳାମିଶା ପ୍ରକୃତିର ହୋଇଥାନ୍ତି ।

 

ଏମାନେ ଲେଖନରେ ଆଗ୍ରହୀ । ପ୍ରତ୍ୟେକ କାର୍ଯ୍ୟକୁ ନିଜର ସ୍ଵତନ୍ତ୍ର ଉପାଯରେ କରିବା ପସନ୍ଦ କରନ୍ତି । ଏମାନେ ସବୁବେଳେ ନିଜ ମନକଥା ଶୁଣନ୍ତି ଓ କାହାର କ୍ଷତି କରନ୍ତି ନାହିଁ । ଏମାନେ ଗହଳି ରେ ଚଳାଇବା ପସନ୍ଦ କରନ୍ତି ନାହିଁ ଓ ଏଥିପାଇଁ ସ୍ଵୟଂ ନିଜର ରାସ୍ତା ବାଛନ୍ତି ।

ବିପଦର କିପରି ସମ୍ମୁଖୀନ ହେବ ଏହା ଖୁବ ଭଲଭାବରେ ଜାଣନ୍ତି । ନିଜର ବସ୍ତୁ ଅନ୍ୟ କାହା ସହ ଭାଗ କରିବା ପସନ୍ଦ କରନ୍ତି ନାହିଁ ।

 

ଏହିନାମର ବ୍ୟକ୍ତି ପ୍ରେମ ବ୍ୟାପାରରେ ଲାଜକୁଳା ସ୍ଵଭାବର ଅଟନ୍ତି । ପ୍ରେମରେ ନିଜ ତରଫରୁ କହିବ ଆଗରୁ ଲକ୍ଷେ ଥର ଭାବିବେ ଓ ଯାହାକୁ ବି ପ୍ରେମ କରନ୍ତି ସାରା ଜୀବନ ହୃଦୟରେ ରଖନ୍ତି ।

ଏମାନେ ନିଜର ବୈବାହିକ ଜୀବନ ଆନନ୍ଦମୟ କରିବା ନିମନ୍ତେ ସବୁବେଳେ ନୂତନ ପ୍ରଚେଷ୍ଟା କରନ୍ତି । ନିଜର ସାଥୀକୁ ନିଜ ଆଙ୍ଗୁଳିରେ ନଚେଇବା ପସନ୍ଦ କରନ୍ତି ଯାହା କାରଣରୁ ଦାମ୍ପତ୍ତ୍ୟ ଜୀବନରେ ସହଯୋଗର ଅଭାବ ହୁଏ ।

ବିବାହ ପରେ ଏହିନାମର ମହିଳାଙ୍କୁ ଅନେକ ପ୍ରକାର ବିପଦର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ନାମର ପୁରୁଷ ବିବାହ ପରେ ଜୀବନ ଅଧିକ ସୁଖମୟ ହୋଇଥାଏ ।

Leave a Reply

Your email address will not be published. Required fields are marked *