March 25, 2024

Odia Express

News For Public

ଜାଣନ୍ତୁ ବଲିଉଡର ଏହି ବଡ କଳାକାର ମାନଙ୍କ ବଡିଗାର୍ଡଙ୍କ ଦରମା କେତେ ? ସଲମାନଙ୍କ ବଡିଗାର୍ଡ ଦରମା ଜାଣିଲେ ଆପଣ କହିବେ ମୋତେବି ଚାକିରୀ ଦିଅ ସଲମାନ ଭାଇ …

ବଲିଉଡ ଚଳଚ୍ଚିତ୍ର ଜଗତରେ ଅନେକ ବିଖ୍ୟାତ ଅଭିନେତା ଅଛନ୍ତି ଯେଉଁମାନେ ଆଜି ଫିଲ୍ମଜଗତର ବଡ ନାମ । ଏହି କାରଣରୁ ଏହି ଷ୍ଟାର ମାନଙ୍କର ନିରାପତ୍ତା ନିମନ୍ତେ ଦେହରକ୍ଷୀ ରଖିଛନ୍ତି ଯେଉଁମାନେ ସବୁ ସମୟରେ ଏହି କଳାକାର ମାନଙ୍କ ରକ୍ଷା କରୁଥିବା ଦୃଷ୍ଟିଗୋଚର ହୋଇଥାନ୍ତି । କିନ୍ତୁ ଆପଣ ହୁଏତ ଜାଣିନଥାଇ ପାରନ୍ତି ଏହି ଦେହରକ୍ଷୀ ମାନଙ୍କୁ ତାଙ୍କର ଏହି କାମ ନିମନ୍ତେ କେତେ ପ୍ରାପ୍ୟ ମିଳୁଛି । ଆଜି ଆପଣ ମାନଙ୍କୁ ଜଣେଇ ଦେବୁ ଏହି କଳାକାରମାନଙ୍କ ଦେହରକ୍ଷୀଙ୍କର ଦରମା କେତେ

 

ଅକ୍ଷୟ କୁମାର  – ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କର ଦେହରକ୍ଷୀ ନାମ ଶ୍ରେୟଶ ଥେଲେ ଅକା ଓ ସେ ବର୍ଷକୁ 1.2 କୋଟି ଦରମା ନିଅନ୍ତି ।

 

ଅମିତାଭ ବଚ୍ଚନ  – ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଙ୍କର ଦେହରକ୍ଷୀ ନାମ ଜିତେନ୍ଦ୍ରଶିନ୍ଦେ ଓ ସେ ବର୍ଷକୁ ୧.୫କୋଟି ଦରମା ଆକାରରେ ନେଇଥାନ୍ତି ।

 

ଅମିର ଖାନ  – ବଲିଉଡର ପରଫେକ୍ଟନିଷ୍ଟ କଳାକାର ଅମିର ଖାନ ବଲିଉଡର ଲୋକପ୍ରିୟ କଳାକାର ମାନଙ୍କ ମଧ୍ୟରୁ ଜଣେ। ଏହାଙ୍କ ଦେହରକ୍ଷୀଙ୍କର ନାମ ଯୁବରାଜ ଘୋରପଡେ ଓ ତାଙ୍କର ବାର୍ଷିକ ଦରମା ୨କୋଟି ଅଟେ ।

 

ସଲମାନ ଖାନ  – ବଲିଉଡର ଏହି ଦବଙ୍ଗ ଅଭିନେତା ସଲମାନ ଖାନ ଜଣାଶୁଣା ଅଭିନେତା ଅଟନ୍ତି ଓ ତାଙ୍କର ଦେହରକ୍ଷୀ ସବୁଠାରୁ ଚର୍ଚିତ ଦେହରକ୍ଷୀ ଅଟନ୍ତି । ସେ ସୁପରିଚିତ ଓ ତାଙ୍କ ନାମ ଶେରା ଅଟେ । ସେ ବାର୍ଷିକ ୨କୋଟି ଟଙ୍କା ଦରମା ନିଅନ୍ତି ।

ଶାହରୁଖ ଖାନ  – ବଲିଉଡର ବାଦଶାହ ଅଭିନେତା ଶାହରୁଖ ଖାନ ଜଣେ ଶୀର୍ଷ ସ୍ତରର ଅଭିନେତା ଅଟନ୍ତି । ତାଙ୍କ ଦେହରକ୍ଷୀଙ୍କ ନାମ ରବି ସିଂହ ଓ ସେ ବାର୍ଷିକ ୨.୫କୋଟି ବେତନ ନିଅନ୍ତି ।

Leave a Reply

Your email address will not be published. Required fields are marked *