April 18, 2024

Odia Express

News For Public

ମୋଦୀ ସରକାରଙ୍କ ଐତିହାସିକ ଫଇସଲା – ଆମ୍ବୁଲାନ୍ସକୁ ରାସ୍ତାରେ ବାଟ ନ ଛାଡିଲେ ୧୦ ହଜାର ଟଙ୍କାର ଜୋରିମାନା ଲାଗିବ – ଆପଣଙ୍କ ସହମତି ଥିଲେ ସେୟାର କରିବେ..

କେନ୍ଦ୍ର ସରକାର ଏକ ଗୁରୁତ୍ୱପୁର୍ଣ୍ଣ ଫଇସଲା ନେଇକରି ମୋଟର ବାହାନ ସଂଶୋଧନ ବିଧେୟକ ପାସ୍ କରିନେଇଛନ୍ତି , ଏହି ବିଲ୍ ଦ୍ୱାରା ଟ୍ରାଫିକ୍ ନିୟମରେ ଉଲ୍ଲଘନ କରିଥିବା ଲୋକଙ୍କ ବିପକ୍ଷରେ ଶକ୍ତ ଆକ୍ସନ୍ ନିଆଯିବ , ରିପୋର୍ଟ ଅନୁସାରେ ଏବେ ଆମ୍ବୁଲାନ୍ସ ରାସ୍ତା ନଦେଲେ ୧୦ ହଜାର ଟଙ୍କା ଜୋରିମାନା ଲାଗିପାରିବ । ଏହା ଛଡା ଓଲା ଓ ଉବେର୍ ପରି କମ୍ପାନୀଗୁଡିକ ଡ୍ରାଇଭିଙ୍ଗ୍ ଲାଇସେନ୍ସ ନିୟମ ଅଣଦେଖା କରିଥାନ୍ତି । ତେବେ ଏହି ପ୍ରାବଧାନ ଅନୁସାରେ ୧ ଲକ୍ଷ ଟଙ୍କା ଜୋରିମାନା ଲଗାଯିବ , ବିନା ଲାଇସେନ୍ସ ଗାଡି ଚଲାଇବା , ଓଭର୍ ସ୍ପିଡ୍ , ରାସ୍ ଡ୍ରାଇଭିଙ୍ଗ୍ ଓ ଆଲକୋହଲ୍ ସେବନ କରି ଗାଡି ଚଳାଇବା ପାଈଁ ଜୋରିମାନା ଦେବେ ।

 

କେନ୍ଦ୍ରୀୟ ମନ୍ତ୍ରୀମଣ୍ତଳ ମୋଟର ବାହାନ ସଂସୋଧନ ବିଧାୟକ ମସୋଦାକୁ ମଞ୍ଜୁରି ଦେଇଛନ୍ତି , ଏହା ଦ୍ୱାରା ଯାତାୟତ ନିୟମ ଉଲ୍ଲଘନ କରିବାରେ ଭାରି ଜୋରିମାନା ପ୍ରାବଧାନ କରିଛନ୍ତି , ସଂଶୋଧିତ ବିଧେୟକ ଦ୍ୱାରା ୧୦ ଗୁଣା ଜୋରିମାନା ପର୍ଯ୍ୟନ୍ତ ଦଣ୍ତ ପ୍ରାବଧାନ କରଯାଇଛି ,

 

ଏହା ପୁର୍ବରୁ ଏହି ବିଲ୍ ୧୬ ତମ ଲୋକସଭାରେ ପେସ୍ କରାଯାଇଥିଲା । କିନ୍ତୁ ଏହି ବିଧେୟକ ରାଜ୍ୟସଭାରେ ଲମ୍ବିତ ହୋଇଥିଲା । ଓ କାର୍ଯ୍ୟକାଳ ସମାପ୍ତ ହେବାପରେ ନିରସ୍ତ ହୋଇଗଲା । ଏବେ ବିଧେୟକ ୧୮ ଟି ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସୁଫାରିସ୍ ଉପରେ ଆଧାରିତ ପ୍ରାବଧାନ ସରକାର ପେସ୍ କରିବ ।

୧) ବିନା ବିମା ପଲିସି ବାହାନ ଚଲାଇଲେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିବ ,

୨) ବିନା ସିଟ୍ ବେଲ୍ଟ ଲଗାଇ କିମ୍ବା ବିନା ହେଲମେଟ୍ ପିନ୍ଧିକରି ବାହାନ ଚଳାଇଲେ ୧୦୦୦ ଟଙ୍କା ଜୋରିମାନା ଓ ତିନି ମାସ ପାଇଁ ଲାଇସେନ୍ସ ରଦ୍ଧ କରିବେ ।

୩) କିଶୋର ଙ୍କ ଦ୍ୱାରା ଗାଡି ଚଲାଇଲେ କିଛି ଅପରାଧ ଘଟିଲେ ସ୍ଥିତି ଗାଡିର ମାଲିକ ଅଥବା ଅଭିଭାବକ ଦୋଷୀ ମାନାଯିବ , ତିନି ବର୍ଷର ଦଣ୍ତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିବ , ତାହା ସହ ବାହନ ପଞ୍ଜିକରଣ ନିରସ୍ତ କରାଜିବ ।

 

୪) ସଂଶୋଧନ ବିଧେୟକ ଅନୁସାରେ , ଯାତାୟତ ନିୟମଗୁଡିକ ଉଲ୍ଲଘନ କରିଲେ ନ୍ୟୁନତମ ୧୦୦ ଟଙ୍କା ସ୍ଥାନରେ ୫୦୦ ଟଙ୍କା ଜୋରିମାନା ଲାଗିବ ,

୫) ମଦ ପିଇକରି ଗାଡି ଚଳାଇଲେ ୧୦ ହଜାର ଜୋରିମାନା ଓ ଜେଲ୍ ବି ହୋଇପାରେ ,

୬) ସ୍ପିଡ୍ ଲିମିଟ୍ ଉଲ୍ଲଘନ କରିଲେ ୨୦୦୦ ଟଙ୍କା ଜୋରିମାନା ପ୍ରାବଧାନ ରହିଛି ,

୭) ହିଟ୍ ଆଣ୍ତ ରନ୍ ମାମଲାରେ ପିଡିତ ପରିବାରଙ୍କୁ ୨୫ ହଜାର ଟଙ୍କା ଜାଗାରେ ୨ ଲକ୍ଷ ଟଙ୍କା କ୍ଷତିପୁରଣ ଦିଆଯିବ ।

Leave a Reply

Your email address will not be published. Required fields are marked *