April 16, 2024

Odia Express

News For Public

ପାକିସ୍ଥାନୀ ମହିଳା ଟୟଲେଟ୍ ଭାବି ଖୋଲି ଦେଲେ ଏରୋପ୍ଲେନ୍ ର ଏମରଜେନ୍ସି କବାଟ , ଜାଣନ୍ତୁ ତାପରେ କଣ ହେଲା..

1 min read

ଉଡାଜାହାଜ ଯେଉଁଥିରେ ଯାତ୍ରା କରିବାକୁ ବହୁତ ଲୋକେ ଦ୍ୱନ୍ଦରେ ପଡିଯାଆନ୍ତି , ଖାସ୍ କରି ସେହି ଲୋକ ଯିଏକି ପ୍ଲେନ୍ ରେ ଯାତ୍ରା କରନ୍ତି ନାହିଁ,  ଏମିତିରେ ପ୍ଲେନ୍ ରେ ଥିବା ସବୁ ଜିନିଷ ବିଷୟରେ ତାଙ୍କୁ ସୁଚନା ନଥାଏ , ବୋଧେ ଏହି କାରଣ ରହିଥିବ ଯେବେ ଜଣେ ପାକିସ୍ଥାନୀ ମହିଳା ପ୍ଲେନ୍ ରେ ଯାତ୍ରା କରୁଥିବା ସମୟରେ ଟୟଲେଟ୍ କବାଟ ଭାବି ଏମରଜେନ୍ସି କବାଟ ଖୋଲିଦେଇଥିଲେ । ମହିଳାଙ୍କ ଏହି ଭୁଲ୍ ପାଇଁ ଏୟାରଲାଇନ୍ସ କର୍ମଚାରୀଙ୍କୁ ବହୁତ ଅସୁବିଧା ହୋଇଥିଲା,  ତାଙ୍କର ଫ୍ଲାଇଟ୍ ୭ ଘଣ୍ଟା ଲେଟ୍ ହୋଇଗଲା , ଓ ୨୦ ଲକ୍ଷରୁ ଅଧିକା କ୍ଷତି ସହିବାକୁ ପଡିଲା , ଏହି ପୁରା ଘଟଣା ପାକିସ୍ଥାନ ଇଣ୍ଟରନ୍ୟାଶାନାଲ୍ ଏୟାର୍ ଲାଇନ୍ସ (PIA) ର ଇସଲାମବାଦ୍ ବାଉଡ୍ PK-702 ର ଅଟେ , ଏହି ଫ୍ଲାଇଟ୍ ମନେଞ୍ଚଷ୍ଟର୍ ଏୟାରପୋର୍ଟରୁ ଉଡାଣ ଭରିବାର ଥିଲା , ଏହି ସମୟରେ ଲୋକଙ୍କର କୋଳାହଳ ଶୁଣାଗଲା, କିଏ ଜଣେ ପ୍ଲେନ୍ ର ଏମରଜେନ୍ସି ଡୋର୍ ଖୋଲିଦେଇଛି ବୋଲି ।

 

ଏହି କାରଣରୁ ଏମରଜେନ୍ସି ଡୋର୍ ଖୋଲିବାପରେ ଏୟାର୍ ବ୍ୟାଗ୍ ବାହାରକୁଆସିଗଲା , ପ୍ଲେନ୍ ରେ ଥିବା ୩୭ ଜଣ ପ୍ୟାସେଞ୍ଜର ଙ୍କୁ ଓହ୍ଲାଇବାକୁ ପଡିଲା , ଏହା ସହ ଲଗେଜ୍ ବି ବାହାର କରାଗଲା , ଯେବେ ଏହି ଘଟଣା ହେଲା ତେବେ ପ୍ଲେନ୍ ରନୱେ ପାର୍କରେ ଥିଲା , ଯେବେ ମହିଳାଙ୍କୁ ପଚାରା ଗଲା କି ସେ ପ୍ଲେନ୍ ର ଏମରଜେନ୍ସି ଗେଟ୍ କଣ ପାଇଁ ଖୋଲିଲେ , ସେ କହିଲେ ମୁଁ ଭୁଲ୍ ବଶତଃ ନ ଜାଣି ଟୟଲେଟ୍ ଯିବା ଦ୍ୱାର ଭାବି ଖୋଲି ଦେଇଥିଲି , ଏହା ପାଇଁ ଏୟାରଲାଇନ୍ସଙ୍କୁ ବହୁତ କ୍ଷତି ସହିବାକୁ ପଡିଲା , ଏହି ସମୟରେ ଯାତ୍ରୀଙ୍କୁ ଗୋଟେ ହୋଟେଲ୍ ରେ ରଖାଗଲା,  ଓ ଏହା ଦ୍ୱାରା ପ୍ଲେନ୍ ଆଉଥରେ ଫେରିବାକୁ ବାଧ୍ୟ ହୋଇଥିଲା ।

 

ଏହି ସବୁ ଘଟଣା ପାଇଁ ଏୟାରଲାଇନ୍ସଙ୍କୁ ୬୦୦୦ ଡଲାରୁ ୩୦ ହଜାର ଡଲାର୍ ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିଲା , ଏହାକୁ ଯଦି ଭାରତୀୟ ମୁଦ୍ରାରେ ଗଣାଯାଏ ତେବେ ୪ ଲକ୍ଷରୁ ୨୦ ଲକ୍ଷ ମଧ୍ୟରେ ହେବ , ପିଆଇଏ ର ଚିଫ୍ ଏୟାର୍ ମାର୍ଶଲ୍ ଅରସଦ ମଲିକ୍ ଏହି ଘଟଣାର ଯାଞ୍ଚ କୁ ନେଇ ଆଦେଶ ଦେଇଛନ୍ତି , ସେପଟେ ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ୍ ହୋଇଥିଲା,  ଲୋକେ ଅଲଗା ଅଲଗା କମେଣ୍ଟ କରିବାକୁ ଲାଗିଲେ , ଜଣେ ୟୁଜର୍ ଲେଖିଥିଲେ କି ସେ ଏହି ଘଟଣା ଘଟିବାପରେ ମହିଳାଙ୍କୁ ପରିଶ୍ରା କରିଥିଲେ କି ନାହିଁ , ଆଉ ଜଣେ ୟୁଜର୍ ଲେଖିଥିଲେ କି ଏୟାର୍ ଲାଇନ୍ସ ଯେଉଁ ଲକ୍ଷାଧିକ ଟଙ୍କା କ୍ଷତି ସହିଛି, ତାହା ନିଜ ଦ୍ୱାରା ଭରଣା କରିବ ନାଁ ମହିଳାଙ୍କ ଠାରୁ ବସୁଲ୍ କରିବ , ତାପରେ ଆଉଜଣେ ୟୁଜର୍ କହିଲେ କି ଯଦି ଆପଣ ଫ୍ଲାଇଟ୍ ରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ କେଉଁ କଥା ଜଣାନାହିଁ ତେବେ ଏୟାର୍ ହୋଷ୍ଟେସ୍ କେଉଁ କାମକୁ ଆସିଲେ , ମହିଳାଙ୍କୁ ପଚାରିକରି ଟୟଲେଟ୍ ଯିବାର ଥିଲା , କିଛି ମହିଳା ଏପରି ଅବୋଧ କାର୍ଯ୍ୟ ପାଇଁ କ୍ଷୁବ୍ଧ ହୋଇଛନ୍ତି , ସେହି ମହିଳାଙ୍କ କାରଣରୁ ବାକି ପାସେଞ୍ଜରଙ୍କୁ ଫ୍ଲାଇଟ୍ ରେ ଡେରି ହୋଇଥିଲା ।

 

ସେଥିପାଇଁ ଯେବେ ଆପଣ ଫ୍ଲାଇଟ୍ ରେ ପ୍ରଥମଥର ଯାତ୍ରା କରୁଛନ୍ତି ତେବେ ସାବଧନତା ଅବଲମ୍ବନ କରନ୍ତୁ , ଯଦି କିଛି ପ୍ରଶ୍ନ ଅଛି ତେବେ ଏୟାର୍ ହୋଷ୍ଟେସ୍ ଙ୍କୁ ପଚାରନ୍ତୁ , ଆପଣଙ୍କ ଗୋଟେ ଭୁଲ୍ ପାଇଁ କାହା ଉପରେ ଭାରି ପଡିପାରେ , ଏହି କଥାକୁ ବିଶେଷ କରି ଧ୍ୟାନ ଦିଅନ୍ତୁ ।

 

 

Leave a Reply

Your email address will not be published. Required fields are marked *