ଶାହିଦ କପୁରଙ୍କ ଶାଳି ତାଙ୍କ ପତ୍ନୀଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦରୀ , ସୁନ୍ଦରତା ଓ ହଟ୍ ନେସ୍ ଯିଏ ବି ଦେଖିବ ସେ ତାଙ୍କ ଦିବାନା ହେଇଯିବେ..

ଶାହିଦ କପୁର ଏଇ ନିକଟରେ ନିଜର ଚଳଚ୍ଚିତ୍ର ‘କବୀର ସିଂହ’କୁ ନେଇ  ଚର୍ଚାରେ ଅଛନ୍ତି । ତାଙ୍କର ଏହି ଚଳଚ୍ଚିତ୍ର ବକ୍ସଅଫିସରେ ଧମାଲ କରିଛି । ଏହା ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ ର ହିନ୍ଦୀ ସଂସ୍କରଣ ଅଟେ।। ଏହି ଫିଲ୍ମ କୁ ସାଧାରଣ ଲୋକେ ଓ ସମୀକ୍ଷକ ମାନଙ୍କ ଦ୍ଵାରା ପ୍ରଶଂସା କରାଯାଇଛି । ବିଶେଷକରି ଏହି ଫିଲ୍ମରେ ଶାହିଦ ଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି । ଏହି ଫିଲ୍ମ ବକ୍ସଅଫିସରେ ଚମତ୍କାର ବ୍ୟବସାୟ କରୁଛି । ଫିଲ୍ମ ଟି ଦେଖି ତାଙ୍କର ପତ୍ନୀ ମୀରା ରାଜପୁତ ଭାବୁକ ହୋଇଯାଇଥିଲେ । ଆପଣମାନେ ମୀରାଙ୍କୁ ଶାହିଦ ଙ୍କ ସହ ଅନେକ ଜାଗାରେ ଦେଖିଥିବେ । ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ଅଟନ୍ତି । ନିକଟରେ ମୀରା ଇନଷ୍ଟାଗ୍ରାମରେ ନିଜର ଭଉଣୀ ନୁର ୱାଧୱାନୀଙ୍କର ଏକ ଫଟୋ ଶେୟାର କରିଥିଲେ । ଏହି ଫଟୋ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥିଲା । ଏହି ଫଟୋରେ ମୀରା ଓ ନୁର ଏକାଭଳି ଡ୍ରେସ ପିନ୍ଧିଥିଲେ ।

 

ଫଟୋ ଦେଖି ଜଣାପଡୁଛି ଶାହିଦ କପୁରଙ୍କ ଶାଳି ବହୁତ ସୁନ୍ଦରୀ । ବହୁତ ଲୋକ କୁହନ୍ତି ନୁର ନିଜ ଭଉଣୀ ମୀରା ଠାରୁ ଅଧିକ ସୁନ୍ଦରୀ । ଏହି ଫଟୋରେ ଏକା ଭଳି ଡ୍ରେସ ପିନ୍ଧି ଦୁଇ ଭଉଣୀ ହସୁଛନ୍ତି । ଏମାନଙ୍କ ଯୋଡି ଅନନ୍ୟ ଅଟେ । ଏହି ଫଟୋ ଶେୟାର କରି ମୀରା ଲେଖିଛନ୍ତି “ଆମ କୁଟୁମ୍ବର ସବୁଠାରୁ ପବିତ୍ର ଝିଅକୁ ଜନ୍ମଦିବସର ଶୁଭକାମନା , ମୋ ସହିତ ସବୁ ସମୟରେ ଏକତ୍ର ରହିଥିବାରୁ ଧନ୍ୟବାଦ, ସେ ଯେକୌଣସି , ସ୍ଥାନ, ସମୟ, ସ୍ଥିତି ତୁମେ ସବୁ ସମୟରେ ମୋତେ ସହଯୋଗ କରିଛ । ତୁମେ ଅନ୍ତର ଓ ବାହ୍ୟରୂପେ ସୁନ୍ଦରୀ ଅଟ, ତୁମେ ସେହି ଅଟ ଯାହାକୁ ପ୍ରେମ କରିବା ନିମନ୍ତେ ମୁଁ ସବୁବେଳେ ପ୍ରସ୍ତୁତ , ମୁଁ ତୁମକୁ ସବୁବେଳେ ଖୋଜୁଥିବି ମୋ ପ୍ରିୟା ଭଉଣୀ” ।

 

ଆପଣଙ୍କ ଜାଣିବା ନିମନ୍ତେ କହି ରଖୁଚୁ ଯେ ମୀରା ରାଜପୁତ ନିଜ ପରିବାରର ସବୁଠାରୁ ଛୋଟ ଝିଅ ଅଟନ୍ତି । ତାଙ୍କର ଆଉ ଦୁଇଜଣ ଭଉଣୀ ଅଛନ୍ତି ସେମାନେ ମୀରାଙ୍କ ଠାରୁ ବଡ ଅଟନ୍ତି । ସବୁଠାରୁ ବଡ ଭଉଣୀଙ୍କ ନାମ ପ୍ରିୟା ରାଜପୁତ ତୁଲ୍ସନ ଅଟେ ଓ ସେ ମୀରାଙ୍କ ଠାରୁ ୧୧ବର୍ଷ ବଡ । ପ୍ରିୟା ଏମବିଏ କରିଛନ୍ତି ଓ ସେ ନିଜର ବ୍ୟବସାୟ କରୁଛନ୍ତି । ମୀରାଙ୍କ ଦ୍ଵିତୀୟ ଭଉଣୀଙ୍କ ନାମ ନୁରଜହାଁ ରାଜପୁତ (ୱାଧୱାନୀ) ଅଟେ । ନୁର ମୀରାଙ୍କ ଠାରୁ ୭ବର୍ଷ ବଡ । ସେ ନୂଆଦିଲ୍ଲୀ ର NIFT କଲେଜ ରୁ ଟେକ୍ସଟାଇଲ ଡିଜାଇନ ରେ ସ୍ନାତକ କରିଛନ୍ତି । ନୁର ଆମେରିକାରେ ରୁହନ୍ତି । ତାଙ୍କ ସ୍ବାମୀଙ୍କ ନାମ ମୋହନିଶ ୱାଧୱାନୀ ଅଟେ । ଏମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ମୀରା ନିଜର ଦୁଇ ଭଉଣୀଙ୍କୁ ବହୁତ ଭଲ ପାଆନ୍ତି । ନୁର ଓ ଶାହିଦ ଙ୍କର ମଧ୍ୟ ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଅଛି ।

 

ମୀରା କବୀର ସିଂହ ଫିଲ୍ମ ମୁକ୍ତିଲାଭ କରିବା ପରେ ନିଜ ସ୍ଵାମୀ ଶାହିଦ କପୁରଙ୍କ ସହ ଗୋଟିଏ ସୁନ୍ଦର ଫଟୋ ଶେୟର କରିଛନ୍ତି । ଏହି ଫଟୋ ରେ ମୀରା ଏହି ଫିଲ୍ମର ଗୀତର କିଛି ଧାଡି ଲେଖିଛନ୍ତି । ଓ କହିଛନ୍ତି “ଏ ଜମାନେ ଆଜମାଲେ ରୁଠତା ନେହିନ ଫାଶଲୋ ସେ ହୋସଲା ଯେ ଟୁଟତା ନେହିନ “… ମୁଁ ତୁମ ଉପରେ ଗର୍ବ କରୁଛି , ଏହା ତୁମର ଚମକିବାର ସମୟ ଅଟେ “ ।

 

Leave a Reply

Your email address will not be published.