March 24, 2024

Odia Express

News For Public

ଯେଉଁ କୋଚ ମାହିଙ୍କୁ ଧୋନି ରୂପରେ ତିଆରି କରିଥିଲେ – ସେହି କୋଚଙ୍କ ପାଇଁ ଧୋନି କରିଲେ ଏପରି କାମ ଯେ ସାରା ବିଶ୍ୱ ଧୋନିଙ୍କ ପ୍ରଶଂସା କଲା..

ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଓ ଉଇକେଟକିପର ତାଲିକାରେ ସାମିଲ ଓ ତାଙ୍କର ଏହି ଦୀର୍ଘ ଯାତ୍ରାରେ ଯୋଗଦାନ କରିଥିବା ଲୋକଙ୍କୁ ଏଥିପାଇଁ ଗର୍ବ ଅଟେ । ଧୋନୀଙ୍କର ବାଲ୍ୟକାଳ ପ୍ରଶିକ୍ଷକ କେଶବ ରଞ୍ଜନ ବାନାର୍ଜୀ ଅଟନ୍ତି , ଜୀବବିଜ୍ଞାନ ଶିକ୍ଷିକା ସୁଷମ ଶୁକ୍ଲା କିମ୍ବା ମେକୋନ ଷ୍ଟାଡିୟମର ପ୍ରଭାରୀ ଉମାକାନ୍ତ ଜେନା ଏ ସମସ୍ତଙ୍କୁ ଧୋନୀଙ୍କ ସହ ଥିବା ଯୋଗୁ ଗର୍ବ ଅନୁଭବ ହୁଏ ।ଧୋନୀଙ୍କ ଜୀବନ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି’ ରେ ଏମାନଙ୍କ ମଧ୍ୟରୁ ଅନେକ ଚରିତ୍ର ସାମିଲ ଅଛନ୍ତି । ଓ ଯେବେ ଆପଣ ରାଞ୍ଚି ପହଞ୍ଚିବେ, ଆପଣଙ୍କ ମନରେ ଏହା ଜାଣିବାର ଉତ୍ସୁକତା ଥାଏ ଯେ ପ୍ରକୃତ ଜୀବନରେ ଏହି ଚରିତ୍ର ମାନେ ସମାନ ନା ଅଲଗା ।

 

ବାନାର୍ଜୀ ସାର କହିଲେ “ କିଛି ଲୋକ ମୋତେ ପଚାରନ୍ତି ଆପଣଙ୍କୁ କଣ ଟଙ୍କା ଦିଆଯାଇଥିଲା ଯେଉଁଥିପାଇଁ ଆପଣଙ୍କ ଚରିତ୍ର ଚଳଚ୍ଚିତ୍ରରେ ଦେଖାଯାଇଥିଲା ଓ ଏହା ଶୁଣି ମୋତେ ବିରକ୍ତ ଲାଗିଥିଲା”। ସେ କହିଲେ “ ମୁଁ ତାର ପିତା ନୁହେଁ କିନ୍ତୁ ପିତୃତୁଲ୍ୟ ଅଟେ । ଯଦି ପିତା ନିଜର ପୁତ୍ର ଠାରୁ କିଛି ମାଗେ ତୋ ଏହା ଲଜ୍ଜାଜନକ ଅଟେ”। ତାଙ୍କ ହିନ୍ଦୀ ଉଚ୍ଚାରଣରେ ବଙ୍ଗାଳୀ ସ୍ପର୍ଶ ରହିଛି ଯାହା କି ଚଳଚ୍ଚିତ୍ର ରେ ରାଜେଶ ଶର୍ମାଙ୍କ ଚରିତ୍ରରେ ଦେଖାଯାଇଛି ।

ସେ କହିଲେ : ସେ ବହୁତ ଲାଜକୁଳା ସ୍ଵଭାବର ପିଲା ଥିଲା ଓ ଏବେ ମଧ୍ୟ ଅଛି । ସେ ସବୁବେଳେ ନିଜର ହସ ଦ୍ଵାରା ଭାବନାକୁ ଲୁଚେଇ ରଖୁଥିଲା । ତାକୁ ଜଣା ଥିଲା ଯେ କ୍ରିକେଟ ତାକୁ ସେହି ଜୀବନ ଦେଇପାରିବ ଯାହା ସେ ନିଜ ପାଇଁ ଓ ତାଠାରୁ ଅଧିକ ନିଜ ପରିବାର ପାଇଁ ଚାହୁଁଛି । ମାହି ଆଜି ମଧ୍ୟ ଏହିଭଳି ଅଟେ”

 

ବିନମ୍ରତା ଏଭଳି ଗୁଣ ଯାହା ସମସ୍ତେ ଧୋନୀଙ୍କ ସହ ଜୋଡନ୍ତି । ଜୱାହର ବିଦ୍ୟାମନ୍ଦିର ର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁଷମା ଶୁକ୍ଲା କହିଲେ “ସେ ବହୁତ ଶାନ୍ତ ସ୍ଵଭାବର ଥିଲା । ମୁଁ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ତାକୁ ଜୀବବିଜ୍ଞାନ ପଢାଉଥିଲି । ମୋର ଭଲକରି ମନେ ଅଛି  ତାକୁ ପଚାରିଥିଲି ‘ମହେନ୍ଦ୍ର, ତୁମେ ସିଂହ ନା ଧୋନୀ?’ସେ ଉତ୍ତର ଦେଇଥିଲା ,‘ମହଶୟା ମୁଁ ସିଂହ ବି ଅଟେ ଓ ଧୋନୀ ବି’।“ ସେ କହିଲେ “କ୍ରିକେଟ ପାଇଁ  ପୂର୍ଣ୍ଣ ରୂପେ ସମର୍ପିତ ହେବାପରେ ମଧ୍ୟ ସେ ୬୦%ନମ୍ବର ପାଉଥିଲା । ମୋର ମନେ ଅଛି ଥରେ ସେ ଜୀବବିଜ୍ଞାନର ପ୍ରାକ୍ଟିକାଲ ପରୀକ୍ଷାରେ ଭାଗ ନେଇନଥିଲା କାରଣ ତାକୁ କୌଣସି ମ୍ୟାଚଖେଳିବାର ଥିଲା ଓ ସେଇ ଟ୍ରେନରେ ଯାତ୍ରା କରୁଥିଲା ଯେଉଁଥିରେ ମୁଁ କରୁଥିଲି। ‘

 

ସୁଷମ କହିଲେ “ ସମ୍ଭବତଃ: ତାକୁ ଜଣା ଥିଲା କି ମୁଁ ସେଠାରେ ଥିଲି ଓ ତାର ଦଳର ଜଣେ ସାଥି ମୋ ପାଖକୁ ଆସିଲା ଓ କହିଲା ଆପଣ କଣ ମହେନ୍ଦ୍ରର ଶିକ୍ଷୟତ୍ରୀ ଅଟନ୍ତି। ମୁଁ କହିଲି କିଏ, ଧୋନୀ । ପୁଅଟି କହିଲା ସେ ମ୍ୟାଚ ପାଇଁ ପରୀକ୍ଷା ଛାଡି ଆସିଛି । କିନ୍ତୁ ମହଶୟା , ଏହି ପିଲା ଦିନେ ସାରା ଦୁନିଆରେ ପ୍ରସିଦ୍ଧ ହେବ । ସୁଷମା ଓ ପି.ଟି ଶିକ୍ଷୟତ୍ରୀ ଆଭା ସହାୟ ଯେଉଁଠାରେ ରୁହନ୍ତି ସେ ସେଠାରେ ପ୍ରସିଦ୍ଧ ଓ ସମସ୍ତେ ତାକୁ ଜାଣନ୍ତି । ସେ କହିଲେ ମୁଁ ମହରାଷ୍ଟ୍ରରେ ନିଜର ପିତାଙ୍କ ସହରରେ ରହୁଛି ଓ ସେହି ଫିଲ୍ମ ରେ ଆମକୁ ପ୍ରାୟ ୩୦ସେକଣ୍ଡ ପାଇଁ ଦେଖାଯାଇଥିଲା ଏହିପାଇଁ ମୋତେ ସେମାନେ ମୋତେ ଧୋନୀଙ୍କର ଶିକ୍ଷତ୍ରି ରୂପେ ଜାଣନ୍ତି ।

 

ଆଭାଙ୍କୁ ଧୋନୀଙ୍କର ଶିକ୍ଷୟତ୍ରୀ ହେବାର କାରଣରୁ ଯେଉଁ ସମ୍ମାନ ମିଳେ ତାହା ତାଙ୍କ ନିମନ୍ତେ ସର୍ବୋଚ୍ଚ ଅଟେ । ସେ କହିଲେ “ ଆମକୁ ଗର୍ବ ଅନୁଭବ ହୁଏ ଯେ ଆମେ ଏକ ବିନମ୍ର ଛାତ୍ର ଗଢିବାରେ କିଛି ସହଯୋଗ କରିଛୁ । ସେ ଜଣେ ମହାନ ଖେଳାଳି ଅଟନ୍ତି କିନ୍ତୁ ସଫଳତା ପାଇବା ପରେ ଏହି ବିନମ୍ରତା ଅନେକଙ୍କ ଥରେ ରୁହେ ନାହିଁ । “ ମେକୋନ ଷ୍ଟାଡିୟମର ପ୍ରଭାରୀ ଉମାକାନ୍ତ ଜେନା ୧୯୮୫ରେ ପ୍ରଥମ ଥର ଧୋନୀଙ୍କୁ ଦେଖିଥିଲେ ଯେତେବେଳେ ସେ କେବଳ ମାତ୍ର ସାଢେ ତିନି ବର୍ଷର ଥିଲେ । ଜେନା ସ୍ମରଣ କରି କୁହନ୍ତି, “ ଏହା କଲୋନୀର କବାଟ ଓ ମାହି ପ୍ଲାଷ୍ଟିକ ବ୍ୟାଟ ଓ ପେଣ୍ଡୁ ସହିତ ଏହିଠାରେ ଖେଳୁଥିଲା “।

 

ସେ କହିଲେ “କିଏ ଭାବିଥିଲା ଯେ ସେ ଏତେ ସବୁ ହାସଲ କରିବ । ଭାରତୀୟ ଅଧିନାୟକ ହେବା ପରେ ସେ ଥରେ ଆସିଥିଲା ଓ ମୋ ପୁଅକୁ ବ୍ୟାଟ ଓ ଉଇକେଟ କିପିଙ୍ଗ ଗ୍ଲୋବସ ଦେଇଥିଲା । ଭଲ ଖେଳିଲେ ପୁରା କ୍ରିକେଟ କିଟ ଦେବାର ପ୍ରତିଶ୍ରୁତି ଦେଇଥିଲା । ଜେନା କହିଲେ “ଆପଣଙ୍କୁ ଜଣାଅଛି କି ସବୁଠାରୁ ଲଜ୍ଜାଜନକ କଣ ଥିଲା । ସେ ଭୂମି ଉପରେ ବସିଥିଲା ଓ ମୁଁ ଚୌକି ଉପରେ । ମୁଁ ତାକୁ ଏପରି ନକରିବାକୁ କହିଲି କିନ୍ତୁ ସେ ମୋ କଥା ଶୁଣିନଥିଲା । “ ବାନାର୍ଜୀ ସାର ଆଉ ମଧ୍ୟ ସ୍ମରଣ କରି କହିଲେ କିପରି ଥରେ ଧୋନୀ ବିଳମ୍ବିତ ରାତ୍ରରେ ତାଙ୍କର ବିବାହବାର୍ଷିକୀରେ ଅଭିନନ୍ଦନ କରିବାକୁ ଆସିଥିଲା ଓ ତାଙ୍କ ପତ୍ନୀଙ୍କୁ ଚାଉମିନ କରିବାକୁ କହିଥିଲା ।

 

ବାନାର୍ଜୀ ସାର କହିଲେ ସେ କେବେ ଭୁଲିପାରିବେ ନାହିଁ ଧୋନୀ ତାଙ୍କ ପତ୍ନୀଙ୍କ ଚିକିତ୍ସା ରେ ସହାୟତା କରିଥିଲେ । ସେ କହିଲେ “ମୁଁ ନିଜର ପତ୍ନୀଙ୍କ ଚିକିତ୍ସା ପାଇଁ ବେଲ୍ଲୁର ନେବାକୁ ଚାହୁଁଥିଲି ଓ ଆମେ ତିନି ମାସ ପରର ସମୟ ମିଳିଥିଲା । ସେତେବେଳେ ମୁଁ ଧୋନୀ ସହ କଥା ହୋଇଥିଲି ଓ ପଚାରିଥିଲି ସେ କଣ ସାହାଯ୍ୟ କରିପାରିବ କି ?” ସେ କହିଲେ“ ପନ୍ଦର ଦିନ ଭିତରେ ଆମକୁ ବେଲ୍ଲୁରରୁ ଫୋନ ଆସିଲା ଓ ମୋ ପତ୍ନୀଙ୍କର ଠିକ ସମୟରେ ଚିକିତ୍ସା ହୋଇପାରିଲା । ମୁଁ ଜାଣିନି ସେ କାହାକୁ ଫୋନ କରିଥିଲା ।

Leave a Reply

Your email address will not be published. Required fields are marked *