March 22, 2024

Odia Express

News For Public

ମହମ୍ମଦ ଶାମ୍ମିଙ୍କ ଉପରେ ପୁଣି ଉତକ୍ଷିପ୍ତ ହେଲେ ପତ୍ନୀ ହସୀନ ଜହାଁ, କହିଲେ- ‘ଅଭଦ୍ର ଓ ଲଫଙ୍ଗା ଅଟନ୍ତି ଶାମ୍ମି’ କାରଣ ସେ..

ଯେଉଁଠି ଗୋଟିଏ ପଟେ ନିଜର ଉଚ୍ଚକୋଟୀର ଖେଳ ଦ୍ଵାରା ପ୍ରଶଂସକ ମାନଙ୍କର ହୃଦୟ ଜିତି ଯାଇଛନ୍ତି ମହମ୍ମଦ ଶାମ୍ମି , ଅନ୍ୟପଟରେ ସୋସିଆଲ ମିଡିଆରେ ତାଙ୍କୁ ଭର୍ତ୍ସନା କରିଛନ୍ତି । ହସୀନ ଜହାଁ ମହମ୍ମଦ ଶାମ୍ମିଙ୍କ ଉପରେ ନିଜର ଆକ୍ରୋଶ ଜାହିର କରିଛନ୍ତି । ଏଥିପାଇଁ ସେ ଗୋଟିଏ ପୋଷ୍ଟ କରିଛନ୍ତି । ହସୀନ ଜହାଁ ମହମ୍ମଦ ଶାମ୍ମିଙ୍କ ଚରିତ୍ରକୁ ନେଇ ପୁଣିଥରେ ପ୍ରଶ୍ନ ଉଠେଇଛନ୍ତି । ଏହାଦ୍ୱାରା ଶାମ୍ମିଙ୍କର ବ୍ୟକ୍ତିଗତ ଜୀବନ ପୁଣି ଥରେ ବିବାଦରେ । ଚଲାନ୍ତୁ ଏବେ ଜାଣିବା ହସୀନ ଜହାଁ କାହିଁକି ଉତ୍ୟକ୍ତ ହୋଇଛନ୍ତି ।

 

ବୁଧବାର ରାତ୍ରିରେ ମହହମଦ ଶାମ୍ମିଙ୍କ ପତ୍ନୀ ହସୀନ ଜହାଁ ସୋସିଆଲ ମିଡିଆରେ ନିଜର ଅସନ୍ତୁଷ୍ଟ ଜାହିର କରିଛନ୍ତି । ହସୀନ ଜହାଁ ପୁଣି ଥରେ ଶାମ୍ମିଙ୍କ ଉପରେ ଗମ୍ଭୀର ଆରୋପ ଲଗେଇଛନ୍ତି ଓ ଅନେକ ଅପଶବ୍ଦ ମଧ୍ୟ କହିଛନ୍ତି । ବିଗତ କିଛି ବର୍ଷ ହେବ ହସୀନ ଜହାଁ ଶାମ୍ମିଙ୍କ ଉପରେ ବିଭିନ୍ନ ପ୍ରକାର ଆରୋପ ଲଗେଇ ଆସୁଛନ୍ତି । ଏହାର ପ୍ରଭାବ କିଛି ଦିନ ଧରେ ତାଙ୍କର ଖେଳ ଉପରେ ମଧ୍ୟ ପଡିଥିଲା । କିନ୍ତୁ ଏହି ଅସୁବିଧା ସମୟରୁ ନିଜକୁ ମୁକ୍ତ କରି ନିଜ ଖେଳକୁ ଆହୁରି ପରିମାର୍ଜିତ କରିଛନ୍ତି ଶାମ୍ମି ଯାହାକି ଖେଳ ପଡିଆରେ ଦୃଶ୍ୟ ହେଉଛି ।

ଆଉଥରେ ଶାମ୍ମିଙ୍କ ଉପରେ କ୍ରୋଧ କଲେ ହସୀନ ଜହାଁ

 

ବୁଧବାର ରାତିରେ ହସୀନ ଜହାଁ ଗୋଟିଏ ପୋଷ୍ଟ ଶେୟାର କରି ଶାମ୍ମିଙ୍କ ପାଇଁ କିଛି ଅପଶବ୍ଦ କହିଛନ୍ତି , ଯେଉଁଠାରୁ ବିବାଦର ସୂତ୍ରପାତ ହୋଇଛି । ହସୀନ ଜହାଁ ଏହିଥର ଶାମ୍ମିଙ୍କ ଫୋଲୋଇଙ୍ଗ କୁ ନେଇ ପ୍ରଶ୍ନ କରିଛନ୍ତି । ଏହିଥର ଟିକଟକରେ ମହିଳା ମାନଙ୍କୁ ଫଲୋ କରୁଥିବା ନେଇ ଶାମ୍ମିଙ୍କୁ ଖୁବ ଭଲମନ୍ଦ କରି କହିଛନ୍ତି ହସୀନ ଜହାଁ। ହସୀନ ଜହାଁ ଲେଖିଛନ୍ତି ଲଫଙ୍ଗା ଶାମ୍ମି ଟିକଟକ ରେ ଆକାଉଣ୍ଟ ଖୋଲିଛି, ଯେଉଁଥିରେ ୯୭ ଲୋକଙ୍କୁ ଫାଲୋ କରୁଛି ଓ ସେଥିରୁ ୯୦ଜଣ କେବଳ ଝିଅ , ବିଲକୁଲ ଅଭଦ୍ର ସେ ।

 

ଗତବର୍ଷ ଆସିଥିଲା ଶାମ୍ମିଙ୍କ ଜୀବନରେ ଭୂମିକମ୍ପ

ଆଇପିଏଲ ର ପୂର୍ବ ସିଜନ ଠାରୁ ଶାମ୍ମିଙ୍କ ଜୀବନରେ କିଛି ଭଲ ଚାଲୁନି। ଶାମ୍ମିଙ୍କ ପତ୍ନୀ ତାଙ୍କ ଉପରେ ଅନ୍ୟ ନାରୀ ସହ ସମ୍ବନ୍ଧ ରଖିବାର କେବେ ଅଭିଯୋଗ କରିଛନ୍ତି ତ କେବେ ଶାମ୍ମି ତାଙ୍କୁ ମାରପିଟ କରିବାର ଅଭିଯୋଗ କରିଛନ୍ତି । ଏତିକି ନୁହେଁ ଶାମ୍ମିଙ୍କ ବିରୋଧରେ ଅନେକ ଧାରା ଲଗେଇ କେସ କରିଛନ୍ତି ।ବ୍ୟକ୍ତିଗତ ଜୀବନ ସହ ଲଢି ଶାମ୍ମିଙ୍କର କ୍ୟାରିଅର ମଧ୍ୟ ଖରାପ ହୋଇଗଲା । କିନ୍ତୁ ଏହି ଖରାପ ସମୟରେ ଶାମ୍ମି ଧୌର୍ଯ୍ୟର ସହ ଧ୍ୟାନ ପୂର୍ବକ ନିଜର ଅଭ୍ୟାସ ଜାରି ରଖିଲେ ଯାହାର ଫଳ ଏହି ବିଶ୍ଵକପରେ ଦୃଶ୍ୟ ହେଉଛି । ଶାମ୍ମିଙ୍କ ଉପରେ ଏତେ ସବୁ ଅଭିଯୋଗ କରିବା ପରେ ହସୀନ ଜହାଁ କହିଛନ୍ତି ଯେ ଶାମ୍ମିଙ୍କ ଠାରେ ତାଙ୍କର ଆଉ ଆଗ୍ରହ ନାହିଁ

 

ହସୀନ ଜହାଁ ମଡେଲିଙ୍ଗ ଆରମ୍ଭ କରିଛନ୍ତି

ହସୀନ ଜହାଁ ବୃତ୍ତିରୁ ଜଣେ ମଡ଼େଲର କିନ୍ତୁ ୨୦୧୪ମସିହାରେ ଶାମ୍ମିଙ୍କ ସହ ବିବାହ ପରେ ସେ ମଡେଲିଙ୍ଗ ଛାଡି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେ ଆଉଥରେ ମଡେଲିଙ୍ଗ ଆରମ୍ଭ କରିଛନ୍ତି । ଦ୍ଵିତୀୟଥର ମଡେଲିଙ୍ଗ ଜଗତକୁ ପ୍ରବେଶ କରିବା ନେଇ ସେ କୁହନ୍ତି ନିଜର ପିଲା ମାନଙ୍କୁ ପାଳିବା ନିମନ୍ତେ ସେ ମଡେଲିଙ୍ଗ କରିବେ ଓ ସମ୍ମାନର ସହ ପାଳିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଶାମ୍ମି ଓ ହସୀନ ଜହାଁଙ୍କ ବିବାଦ ଶେଷ ହେବାର ନାଁ ଧରୁନି ଓ ସମସ୍ୟା ବଢି ଚାଲିଛି ।

Leave a Reply

Your email address will not be published. Required fields are marked *