April 19, 2024

Odia Express

News For Public

ମହିଳା ଗାଡି ସର୍ଭିସ୍ ପାଇଁ ଗାଡି ଦେଇଥିବା ବେଳେ ମେକାନିକ୍ କୁ କହିଥିଲେ ଯାହା ବି ହୋଇଯାଉ କାର୍ ଡିକି ଭୁଲ୍ ରେ ଖୋଲିବ ନାହିଁ , କିନ୍ତୁ ସେ ଖୋଲିଦେଲେ ଆଉ ତାପରେ..

ଫ୍ରାନ୍ସରେ ଏକ ଏପରି ମାମଲା ଆସିଛି ଯାହା ସମସ୍ତଙ୍କ ପାଇଁ ଭୟଭୀତ କରିଦେଲା ଭଳି ଅଟେ , ଏଠାରେ ଜଣେ ମହିଳା ନିଜ ପ୍ରେଗନେନ୍ସି କଥାକୁ ଲୁଚାଇ ୨ ବର୍ଷର ଝିଅକୁ ନିଜ କାର୍ ର ଡିକ୍କିରେ ଲୁଚାଇରଖିଥିଲେ । କିନ୍ତୁ ଯେବେ କାର୍ ମେକାନିକ୍ ରିପାୟର୍ ପାଇଁ ଡିକ୍କି ଖୋଲିଲା ତେବେ ଯାଇ ଏହି କଥାର ଖୁଲାସା ହେଲା , ଡିକ୍କି ଭିତରେ ଯାହା ଦେଖିବାକୁ ପାଇଲେ ତେବେ ସମସ୍ତେ ତାହା ଦେଖି ଚକିତ ହୋଇଯାଇଥିଲେ । ଡିକ୍କି ଭିତରେ ଏକ କୁପୋଷିତ ଛୁଆ ଶୋଇଥିଲା , ଯାହା ବିଲକୁଲ୍ ମରିବାକୁ ଯାଉଥିଲା ।ଟେରିସନ୍ ଲେବିଲେଡିୟୁ ରେ ରହୁଥିବା ୫୦ ର ରୋଜା ମାରିଆ ଡା କ୍ରୁଜ୍ ନିଜ ତିନି ବର୍ଷର ଛୁଆ ସହ ରହୁଥିଲେ । କିନ୍ତୁ ଯେବେ ନିଜ ଚତୁର୍ଥ ପ୍ରେଗନେନ୍ସି ଖବର ମିଳିଲା ତ ସେ ଡରିଯାଈଥିଲେ।

 

ସେ ଚାହୁଁନଥିଲେ କି ତାଙ୍କର ଚତୁର୍ଥ୍ ପ୍ରେଗନ୍ନାସି ବିଷୟରେ ତାଙ୍କ ଛୁଆ ଓ ସ୍ୱାମୀଙ୍କୁ ଜଣାଯାଉ , ଓ ସେ ଲୁଚାଇକରି ନିଜ ଛୁଆକୁ ଜନ୍ମ ଦେଇଥିଲେ।  ଓ ସେ ନିଜ କାର୍ ରେ ସେହି ଛୁଆକୁ ରଖୁଥିଲେ । ଦିନେ ରୋଜା କାର୍ ମରାମତି କରିବାପାଇଁ ଏକ ମେକାନିକ୍ ପାଖକୁ ନେଇଯାଇଥିଲେ , ଓ କହିଥିଲେ କି କାର୍ ଡିକ୍କି ନ ଖୋଲିବା ପାଇଁ , ମେକାନିକ୍ ଭାବିଲେ କି କେଉଁ ଜନ୍ତୁ ଅଛି , ଏଥିପାଇଁ ସେ କାର୍ ଡିକ୍କି ଖୋଲିଦେଲେ , ଯେବେ ମେକାନିକ୍ ଡିକ୍କି ଖୋଲିଲେ ତେବେ ସେ ଦେଖିଲେ ଗୋଟେ ବାକ୍ସରେ ଗୋଟେ ଛୁଆ ଶୋଇଛି, ଓ ବହୁତ ଦୟନୀୟ ଅବସ୍ଥାରେ ଥିଲା ।

 

ମେକାନିକ୍ କହିଲେ କି ଭିତର ଡିକ୍କିରୁ ବହୁତ ଦୁର୍ଗନ୍ଧ ଆସୁଥିଲା , ଯିଏକି ପାଖରେ କିଏ ବି ଠିଆ ହୋଇପାରିବ ନାହିଁ , ଏହି ଦୁଇ ବର୍ଷର ଛୁଆ କୁ ପୋଷିତ ହୋଇଥିବାର ତାହାର ଶାରରୀକ ବିକାଶ ହୋଇପାରି ନଥିଲା ।

ମେକାନିକ୍ ତୁରନ୍ତ ଏମରଜେନ୍ସି ନମ୍ବରରେ ଫୋନ୍ କରିଥିଲେ । ଓ ସବୁ ସୁଚନା ଦେଲେ । ଛୁଆକୁ ଫାଷ୍ଟ ଆର୍ଡ ଦେବାକୁ ପହଞ୍ଚିଲା ଟିମ୍ ଓ କହିଲେ କି ଯଦି ଡିକ୍କି ଖୋଲାଯାଇନଥାନ୍ତା ତେବେ ଅଧା ଘଣ୍ଟାରେ ଛୁଆଟି ମରିଯାଇଥାନ୍ତା , ପୋଲିସ୍ ରୋଜା ଓ ତାର ସ୍ୱାମୀଙ୍କୁ ଗିରଫ କଲେ , ଦୁହେଁ ମାଇନର୍ ବିରୁଦ୍ଧରେ ହିଂସା ଓ କେସ୍ ଦର୍ଜ କରିଥିଲେ । ୨ ବର୍ଷର ଛୁଆ ସମେତ ତିନୋଟି ଛୁଆଙ୍କୁ ଫାଷ୍ଟର କେୟାରରେ ରଖାଗଲା , କିନ୍ତୁ ପରେ କୋର୍ଟ ରୋଜାଙ୍କ ସ୍ୱାମୀଙ୍କ ଦଲିଲରେ ସ୍ୱିକାର କରି ଛାଡିଦେଇଥିଲେ । ଓ ସେ ନିଜ ତିନୋଟି ଛୁଆଙ୍କ ସହ ଘରକୁ ଚାଲିଗଲେ । ଓ ଏବେ ସେହି ତିନୋଟି ଛୁଆଙ୍କର ଚିକିତ୍ସା ଚାଲୁଛି ।

Leave a Reply

Your email address will not be published. Required fields are marked *