୨ ଜୁଲାଇକୁ ଲାଗୁଛି ସୁର୍ଯ୍ୟ ଗ୍ରହଣ – ଗ୍ରହଣ ସମୟରେ କରନ୍ତୁ ନାହିଁ ଏହି କାମ , ନହେଲେ ବହୁତ ଅସୁବିଧା ଭୋଗିପାରନ୍ତି ଆପଣ..

ଏହି ବର୍ଷ ୨ ଜୁଲାଇକୁ ସୂର୍ଯ୍ୟ ଗ୍ରହଣ ଲାଗିବାର ଅଛି, ଏହାର ପ୍ରଭାବ ବହୁତ ରାଶି ଉପରେ ପଡିପାରେ , ୨ ଜୁଲାଇକୁ ସୂର୍ଯ୍ୟଗ୍ରହଣ ରାତି ୧୦ ଟା ୨୫ ମିନିଟ୍ ରୁ ଆରମ୍ଭ ହେବ , ଯାହା ୧୨ ଟା ୫୩ ମିନିଟ୍ ରେ ପର୍ଯ୍ୟନ୍ତ ଚାଲୁରହିବ , ସୂର୍ଯ୍ୟ ଗ୍ରହଣ ଜ୍ୟୋତିଷ୍ୟ ଶାସ୍ତ୍ରରେ ଶୁଭ ମାନାଯାଇନି । ଏଥିପାଇଁ ଆପଣ କେଉଁ ଶୁଭ କାର୍ଯ୍ୟ କରିବେ ନାହିଁ , ତେବେ ନିମ୍ନରେ ଦିଆଯାଇଥିବା କଥାକୁ ଧ୍ୟାନ ଦିଅନ୍ତୁ ।

ସୂର୍ଯ୍ୟ ଗ୍ରହଣ ସମୟରେ ଏହି କାର୍ଯ୍ୟ କରିବାକୁ ନିଷେଧ :

 

୧) ଖାଦ୍ୟ ତିଆରି କରନ୍ତୁ ନାହିଁ : ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟ ପକାଇବା ଶୁଭ ହୋଇନଥାଏ , ଏହି ସମୟରେ ବନା ହୋଇଥିବା ଖାଦ୍ୟ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ହୋଇଥାଏ , ଏଥିପାଇଁ ଆପଣ ସୁର୍ଯ୍ୟ ଗ୍ରହଣ ଆରମ୍ଭ ହେବା ପରେ ପୂର୍ବରୁ କିମ୍ବା ଶେଷ ହେବାପରେ ରୋଷେଇ କରିବା ନିଷେଧ  କୁହାଯାଇଛି ।

ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏହି ସମୟରେ ଯେ କୌଣସି ଖାଦ୍ୟ ଗ୍ରହଣ କରିବା ନିଷେଧ ଅଟେ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟ ଖାଇଲେ ଏହା କୁ ପ୍ରଭାବ ପକାଇଥାଏ , ଓ ଖାଦ୍ୟକୁ ସ୍ନାନ କରିବାପରେ ଖାଇବା ଉଚିତ୍ ।

 

ଗର୍ଭବତୀ ମହିଳା ମାନେ ସତର୍କ ରୁହନ୍ତୁ ସୂର୍ଯ୍ୟଗ୍ରହଣ ସମୟରେ : ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନିଷେଧ କରାଯାଇଛି , ସୂର୍ଯ୍ୟ ଗ୍ରହଣ ସମୟରେ ଯଦି ସୂର୍ଯ୍ୟର କିରଣ କେଉଁ ଗର୍ଭବତୀ ମହିଳାଙ୍କ ଉପରେ ପଡିଯାଏ , ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରରୀକ ଦୋଷ ଲାଗିଯାଏ , ଯାହା ବିପଦ ଅଟେ ।

ସୂର୍ଯ୍ୟ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଓ ନାହିଂ କିଛି ବି ଶୁଭ କାର୍ଯ୍ୟ କରିବାକୁ ଆଲୋଚନା କରନ୍ତୁ । ଏହା ଦ୍ୱାରା ଅନିଷ୍ଟର ଆଶଙ୍କା ହୋଇଯାଏ ।

 

ଗ୍ରହଣ ସମୟରେ ବିଲକୁଲ୍ ପୁଜା କରନ୍ତୁ ନାହିଁ , ଏହି ସମୟରେ ମନ୍ଦିରରେ ରଖିଥିବା ଭଗବାନଙ୍କ ମୂର୍ତ୍ତିକୁ ପୁରା ଭାବେ ଢାଙ୍କି ଦିଅନ୍ତୁ , ସୂର୍ଯ୍ୟ ଗ୍ରହଣ ସମୟରେ କେଉଁ ଗଛକୁ ଛୁଇଁବା ମନା ।

 

ସୂର୍ଯ୍ୟ ଗ୍ରହଣ ସମୟରେ ଅନ୍ନ ଦାନ କରିବାର ଉତ୍ତମ ସମୟ ମାନାଯାଇଛି , ଏମିତି କୁହାଯାଏ କି ଗ୍ରହଣ ସମୟରେ ଅନ୍ନ ଦାନ କରିଲେ ଶରୀରରେ କେଉଁ ପରି ରୋଗ ହୋଇନଥାଏ । ଗ୍ରହଣ ଶେଷ ହେବାପରେ ସ୍ନାନ କରିବା ଉଚିତ୍ , ଓ ବସ୍ତ୍ରକୁ ବଦଳିବା ଉଚିତ୍ । ଗ୍ରହଣ ସରିବାପରେ ଆପଣ ଘରେ ରଖିଥିବା ଖାଦ୍ୟ ଜିନିଷ ଓ ପାଣିରେ ତୁଳସୀ ପତ୍ର ପକାଇଦିଅନ୍ତୁ , ଓ ଗ୍ରହଣ ଶେଷ ହେବାପରେ ଏହି ପତ୍ରକୁ ବାହାର କରି ଜଳରେ ପ୍ରବାହିତ କରିଦିଅନ୍ତୁ ,

 

ସୂର୍ଯ୍ୟଗ୍ରହଣ ସମୟରେ କାହା ସହ କଥା ହୁଅନ୍ତୁ ନାହୀଁ ଓ ସେହି ସମୟରେ ଭଗବାନଙ୍କ ମାଳା ଜପ କରନ୍ତୁ , ଏହା ଦ୍ୱାରା ଗ୍ରହର ଖରାପ ପ୍ରଭାବ ପଡିବ ନାହିଁ ।

ସୂର୍ଯ୍ୟ ଗ୍ରହଣ ସମୟରେ ସୂର୍ଯ୍ୟଙ୍କ ଠାରୁ ବାହରୁଥିବା କିରଣ କ୍ଷତିକାରକ୍ ହୋଇଥାଏ , ଏଥିପାଇଁ ଗ୍ରହଣ ସମୟରେ ଆପଣ ସମସ୍ତ କବାଟ ଓ ଝରକା ବନ୍ଦ ରଖନ୍ତୁ , ଯାହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ପ୍ରବେଶ କରିପାରିବ ନାହିଁ , ସେମିତି ଗ୍ରହଣ ଶେଷ ହେବାପରେ ନିଜ ଘରକୁ ଗଙ୍ଗାଜଳରେ ଛିଞ୍ଚନ କରନ୍ତୁ ଓ ପବିତ୍ର କରନ୍ତୁ ।

Leave a Reply

Your email address will not be published.