March 22, 2024

Odia Express

News For Public

ନିଜର ଝିଅମାନଙ୍କର ନାଁରେ ଭରନ୍ତୁ ଏହି ଫର୍ମ , ତାଙ୍କର କଲେଜର ପାଠପଢାରୁ ନେଇକରି ବାହାଘର ପର୍ଯ୍ୟନ୍ତ ସବୁ ଖର୍ଚ୍ଚ କରିବେ ସରକାର – ଦେଖନ୍ତୁ କିପରି.

ସୁକନ୍ୟା ସମୃଦ୍ଧି ଯୋଜନା ଏକ ଏପରି ଯୋଜନା ଅଟେ ଯାହା ଆପଣଙ୍କ କନ୍ୟା ସନ୍ତାନଙ୍କ ପାଇଁ ୨୦୧୫ ରୁ ସରକାର ଏହାକୁ ଆରମ୍ଭ କରିଛନ୍ତି , ଯାହା ଦ୍ୱାରା ଆପଣ ନିଜର ଝିଅଙ୍କ ପାଇଁ ପାଠ ପଢା ଓ ବିବାହ ପାଇଁ ଖର୍ଚ୍ଚରୁ ମୁକ୍ତି ପାରିପାରିବେ , ଏହା ଦ୍ୱାରା ଆପଣଙ୍କୁ ବହୁତ ଭଲ ରିଟର୍ଣ୍ଣ ବି ମିଳିଯିବ , ଓ ସୁଧ ହାର ବହୁତ ଭଲ ଦାମରେ ବି ପାଇପାରିବେ , ଏଥିରେ ଆପଣଙ୍କୁ କିଛି ଅତିରିକ୍ତ କର ଦେବାକୁ ପଡିନଥାଏ , ଜାଣିନିଅନ୍ତୁ କଣ ଅଟେ ଏହି ଯୋଜନା ।

କଣ ଅଟେ ସୁକନ୍ୟା ସମୃଦ୍ଧି ଯୋଜନା :

ଝିଅମାନଙ୍କ ପାଇଁ ଏହା ଏକ ସ୍ୱଳ୍ପ ସେଭିଙ୍ଗ୍ ସ୍କିମ୍ ମାନେ ଛୋଟ ସଞ୍ଚୟ ଯୋଜନା ଅତେ , ଯେଉଁ ଝିଅମାନଙ୍କର ବୟସ ୧୦ ବର୍ଷ କିମ୍ବା କମ୍ ଅଟେ , ଯଦି ଆପଣଙ୍କ ଘରେ କିମ୍ବା ଆଖପାଖରେ କେଉଁ ଝିଅ ଅଛି ଯାହାର ବୟସ ୧୦ ବର୍ଷରୁ କମ୍ ଅଟେ , ତେବେ ଏହି ଏକାଉଣ୍ଟ ଖୋଲି ଏହାର ଲାଭ ଉଠାଇପାରିବେ । ଏହାପାଇଁ ଆପଣଙ୍କୁ ଆପଣଙ୍କର ନିକଟସ୍ଥ ପୋଷ୍ଟ ଅଫିସ୍ କିମ୍ବା ସରକାରୀ ବ୍ୟାଙ୍କକୁ ଯିବାକୁ ହେବ , ପୋଷ୍ଟ ଅଫିସରେ ଆପଣ ଆରାମ ସେ ଏହି ଏକାଉଣ୍ଟ ଖୋଲି ପାରିବେ , ସରକାରୀ ବ୍ୟାଙ୍କ ମାନଙ୍କ ଛଡା ଆପଣଙ୍କର ପ୍ରାଇଭେଟ୍ ବ୍ୟାଙ୍କ ହିସାବରେ ଆଇସିଆଇସି ବ୍ୟାଙ୍କ୍ ଓ ଆକ୍ସିସ୍ ବ୍ୟାଙ୍କରେ ଏହି ସୁବିଧା ଉପଲ୍ଲବ୍ଧ ହେଉଛି , ସେଠାରେ ଯାଇ ଫର୍ମ ପୂରଣ କରି ଦେଇ ଦିଅନ୍ତୁ , ଏଥିପାଇଁ ଆପଣଙ୍କୁ ଯାହା ଡକୁମେଣ୍ଟ ମାଗିବେ ତାହା ସହ ସଂଯୋଗ କରି ଦେବେ , ଆପଣ ନିଜ ଝିଅ ପାଇଁ ବି ଏହି ଏକାଉଣ୍ଟ ଖୋଲି ପାରିବେ , ଯଦି ଆପଣ ଅଭିବାବକ ଅଟନ୍ତି ,ତେବେ ଆପଣ ଖାତା ଖୋଲିପାରିବେ , ସର୍ତ୍ତ ଏହାକି ଆପଣଙ୍କ ଝିଅ ଭାରତୀୟ ନାଗରିକ ହେବା ଜରୁରୀ ।

 

ଡକୁମେଣ୍ଟସ୍ କଣ କଣ ଲାଗିଥାଏ ଏହି ଏକାଉଣ୍ଟ ଖୋଲିବାରେ : –  ଆପଣଙ୍କର ଆଧାର କାର୍ଡ, ଘର ପ୍ରମାଣ ପତ୍ର, ଝିଅର ଜନ୍ମ ପ୍ରମାଣ ପତ୍ର , ଗ୍ରାମ ପଞ୍ଚାୟତ, କିମ୍ବା ନଗରପାଳିକା ବା ମୁନିସିପାଲିଟିର ଠିକଣା ଦରକାର ପଡିଥାଏ , ସୁକନ୍ୟା ସମୃଦ୍ଧି ଯୋଜନାରେ ଏକାଉଣ୍ଟ ଖୋଲିବା ସମୟରେ ଯେଉଁ ଫର୍ମ ଆସିଥାଏ ସେଥିରେ ଦରକାରୀ ପଡୁଥିବା ସବୁ ଡକୁମେଣ୍ଟ ଲେଖାହୋଇଥାଏ ଆପଣ ସେଠାରୁ ପଢି ଜାଣିପାରିବେ , ଏକାଉଣ୍ଟ ଖୋଲିବା ପରେ ଆପଣଙ୍କୁ ଏହାର ଏକ ସଞ୍ଚୟ ଖାତା ସଙ୍ଗେସଙ୍ଗେ ମିଳିଯିବ , ସେହି ଖାତାରେ ଆପଣଙ୍କର ସଂପୂର୍ଣ୍ଣ ବିବରଣୀ ରହିଥିବ ,

 

କେତେ ଟଙ୍କା ଲାଗିବ ଖାତା ଖୋଲିବା ପାଇଁ :  ଆପଣ ୧୦୦୦ ଟଙ୍କାରେ ଏହି ଖାତା ଖୋଲିପାରିବେ , ସବୁ ବର୍ଷ କମ୍ ସେ କମ୍ ୨୫୦ ଟଙ୍କା ଜମା କରିବାକୁ ହେବ , ଆଗରୁ ଆପଣ ବାର୍ଷିକ ଜମା ହିସାବରେ ୧ ହଜାର ଟଙ୍କା ରଖୁଥିଲେ କିନ୍ତୁ ଏବେ ତାହା କମାଇକରି ୨୫୦ ଟଙ୍କା କରିଦିଆଯାଇଛି , ଏଥିରେ ଆପଣ କିଛି କିଛି ପରିମାଣରେ ପଇସା ଜମା କରିପାରିବେ କିନ୍ତୁ ସେହି ଜମା ରାଶିକୁ ଆପଣ କାଢିପାରିବେ ନାହିଁ ଯେବେ ପର୍ଯ୍ୟନ୍ତ ଝିଅର ବୟସ ୧୮ ବର୍ଷ ନ ହୋଇଛି ।

 

କେତେ ପଇସା ଜମା କରାଯାଇପାରିବ ଏହି ଏକାଉଣ୍ଟରେ : ଆପଣଙ୍କୁ ଏହି ଏକାଉଣ୍ଟରେ ୧,୫ ଲକ୍ଷରୁ ଉର୍ଦ୍ଧ୍ୱ ଏଥିରେ ଜମା କରିପାରିବେ ନାହିଁ , ଯଦି ଆପଣଙ୍କର ଦୁଇଟି ଝିଅ ଅଛି , କିନ୍ତୁ ଅଲଗା ଅଲଗା ଏକାଉଣ୍ଟ ଅଛି ତେବେ ତା ସତ୍ତ୍ୱେ ବି ଆପଣ ଉଭୟଙ୍କ ଏକାଉଣ୍ଟରେ ୩ ଲକ୍ଷରୁ ଅଧିକ ଜମା କରିପାରିବେ ନାହିଁ , ଯଦି ଆପଣ ଭୁଲ୍ ବଶତଃ ୧,୫ ଲକ୍ଷରୁ ଅଧିକା ରାଶି ଜମା କରିଦେଇଛନ୍ତି ତେବେ ତାହାକୁ ବାହାର କରିପାରିବେ କିନ୍ତୁ ସେଥିରେ ଆପଣଙ୍କୁ କିଛି ବି ସୁଧ ମିଳିବ ନାହିଁ , ଏଥିପାଇଁ ଆପଣଙ୍କୁ ଆପଣଙ୍କର ପାଖରେ ଥିବା ପୋଷ୍ଟ ଅଫିସ୍ ବ୍ୟାଙ୍କ୍ , କିମ୍ବା ସଂବନ୍ଧିତ ଅଧିକାରୀଙ୍କ ନିକଟରେ ଏକ ଦରଖାସ୍ତ ଦେବାକୁ ହେବ , ପଇସା କ୍ୟାଶ୍ , ଚେକ୍ , ଡିମାଣ୍ତ ଡ୍ରାଫ୍ , ଅନଲାଇନ୍ ଯେପରି ହେଉ ଜମା କରାଯାଇପାରିବ ।

 

କେତେ ଦିନ ଏହାକୁ ଡିପୋଜିଟ୍ କରିବେ ଓ ବାହାର କରିବେ , –  ଯେବେ ଆପଣଙ୍କ ଏକାଉଣ୍ଟ ଖୋଲା ହୋଇଛି , ସେବେ ଠାରୁ ନେଇକରି ୧୪ ବର୍ଷ ପର୍ଯ୍ୟନ୍ତ ଏଥିରେ ପଇସା ଡିପୋଜିଟ୍ କରିପାରିବେ , ଛୁଆ ୧୦ ବର୍ଷ ହୋଇଗଲେ ସେ ନିଜେ ଯାଇ ପଇସା ଜମା କରିପାରିବ , ନିଜ ଏକାଉଣ୍ଟ ସେ ନିଜେ ଚଲାଇପାରିବ , ଯେବେ ସେ ୧୮ ବର୍ଷର ହୋଇଯିବ , ତେବେ ସେହି ସମୟରେ ସେ ସବୁ କାର୍ଯ୍ୟ ନିର୍ବାହ କରିବ ସେଥିପାଇଁ ଜମା କରୁଥିବାବେଳେ ତାହାର ହସ୍ତାକ୍ଷର ମାନ୍ୟ ଅଟେ , ମାନି ନିଅନ୍ତୁ ଆପଣ ୨୦୧୮ ରେ ଖାତା ଖୋଲିଲେ , ଏହି ଏକାଉଣ୍ଟରେ ଆପଣଙ୍କୁ ୨୦୩୨ ପର୍ଯ୍ୟନ୍ତ ଡିପୋଜିଟ୍ କରିବାକୁ ହେବ , ୨୦୩୯ ରେ ଏହା ମ୍ୟାଚୁରିଟି ହୋଇଯିବ , ଓ ଏକାଉଣ୍ଟରୁ ମିଳୁଥିବା ସୁଧ ହାର ସମାପ୍ତ ହେଇଯିବ ,

Leave a Reply

Your email address will not be published. Required fields are marked *