April 11, 2024

Odia Express

News For Public

ଆଜି ବି ଗୁଜୁରାଟର ଏକ ପେଟ୍ରୋଲ୍ ପମ୍ପରେ ଚାକିରୀ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାଇ – ପ୍ରତ୍ୟେକ ମାସ ୯୦୦୦/- ଟଙ୍କା ଦରମା ପାଉଛନ୍ତି ସେ..ଜାଣନ୍ତୁ ତାଙ୍କ ବିଷୟରେ..

କଣ ଆପଣ କେଉଁ ପ୍ରଧାନମନ୍ତ୍ରୀଙ୍କ ଭାଇ ଏକ ପେଟ୍ରୋଲ୍ ପମ୍ପରେ ଚାକିରି କରୁଥିବାର ଶୁଣିଛନ୍ତି ? ଆପଣ ଏହା ତ ଜାଣିଥିବେ କି ଆମ ଦେଶର ଅଧିକାଂଶ ନେତା ନିଜର ପଦ ପାଇବାପରେ ନିଜ ସହ ସଂମ୍ପର୍କୀୟଙ୍କୁ ମଙ୍ଗଳ କରିବାରେ ଲାଗିପଡନ୍ତି । ସେ ଅବୈଧ ରୂପରେ ଟେଣ୍ତର ଦେବା ସେ ଯାହା ବି ହେଉ ଯେପରି ତାଙ୍କୁ ଅଧିକା ଫାଇଦା ମିଳିପାରିବ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ପିଏମ୍ ମୋଦୀଙ୍କର ଏକ ଏମିତି ଭାଇଙ୍କ ସହ ସାକ୍ଷାତ କରାଇବୁ ଯାହାଙ୍କ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ,ଯଦି ଆପଣ ଗୁଜୁରାଟର ବାସିନ୍ଦା ହୋଇଥିବେ । ପାଳନପୁର ହାଇୱେ ରେ ଲାଲବାଡା ପେଟ୍ରୋଲ୍ ପମ୍ପରୁ ପେଟ୍ରୋଲ୍ ଭରୁଛନ୍ତି । ଓ ଆପଣଙ୍କୁ କିଏ କହେ କି ଯେଉଁ ଆଟେଡାଣ୍ତ ଆପଣଙ୍କ କାର୍ ରେ ପେଟ୍ରୋଲ୍ ଭରୁଛନ୍ତି ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ଭାଇ ଚାଚା ନରସିଂହଦାସ ମୋଦୀ ଙ୍କ ପୁଅ ଭରତ ଭାଇ ମୋଦୀଙ୍କର ମାନେ ପ୍ରଧାନମନ୍ତ୍ରୀଙ୍କର ଦାଦା ପୁଅ ଅଟନ୍ତି ।

 

ତେବେ କଣ ଆପଣ ବିଶ୍ୱାସ କରିବେ ? ଯଦି ଆପଣଙ୍କୁ କିଏ କହେ ଭରତ ସିଂ ମୋଦୀ ୪୦ କିମି ସାଇକେଲ୍ ଚଲାଇକରି ବଡନଗର ରୁ ଯାଇଥାନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏହା ପ୍ରକୃତ ସତ୍ୟ ଅଟେ । ଏହି ଦେଶରେ ଯେଉଁଠି ସଂମ୍ପର୍କୀୟ ଯଦି କେଉଁ ବିଧାୟକ ବି ହୋଇଥାଏ ତେବେ ସେ ବହୁତ ଦୂର ସଂମ୍ପର୍କୀୟମାନେ ତାଙ୍କ ସଂମ୍ପର୍କୀୟଙ୍କ ପାଇଁ ଗର୍ବ କରିଥାନ୍ତି । ସେମିତି ଭାରତ ଦେଶର ବଡ ନେତା, ଦେଶର ପ୍ରଧାନମନ୍ତ୍ରୀଙ୍କ ନିଜ ଦାଦାପୁଅ ଓ ଭଉଣୀ ସାମନାରେ ଆସିଲେ ବି ଆପଣ ଚିହ୍ନି ପାରିବେ ନାହିଁ , ଓ ନା ହିଁ କେଉଁ ଭାଇ କେଉଁ ଭଳି କିଛି ଫାଇଦା ଉଠାଇଥାଏ , ଓଲଟା ସାଧାରଣ ଜୀବନ ଶୈଳୀରେ ଚଳୁଛନ୍ତି ।

 

କିଛି ଦିନ ହେବ ଭୋପାଳରେ ଏକ ଘଟଣାର ବିଷୟରେ ଖବର ଆସିଥିଲା କି ନରେନ୍ଦ୍ର ମୋଦୀଙ୍କ ଦାଦା ଝିଅ ଯିଏକି ଭୋପାଳରେ ରୁହନ୍ତି ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଗଲା ତାଙ୍କୁ କ୍ୟାନ୍ସର୍ ହୋଇଥିଲା , ଓ ସେ ଏହି ରୋଗ ପାଇଁ ବହୁତ ଦିନ ହେଲା ପୀଡିତ ଥିଲେ , ତାଙ୍କ ଭଉଣୀ ସିଲେଇ କରି ସ୍ୱାମୀଙ୍କ ଔଷଧ ଓ ପରିବାରର ଖର୍ଚ୍ଚ ଚଲାଉଥିଲେ । ତାଙ୍କର ନିଜ ଭାଇ ପ୍ରହ୍ଲାଦ ମୋଦୀ ଆଜି ବି ସରକାରୀ ଦୋକାନ ଚଲାଉଛନ୍ତି । ଯାହାଙ୍କୁ ମିଡିଆ ମାଧ୍ୟମରେ ଟିଭିରେ ବହୁତଥର ଦେଖାଯାଇଥିଲା , ଓ ଦେଶର ଜନତା ତାଙ୍କୁ ଚିହ୍ନିବି ଛନ୍ତି । ମୋଦୀଙ୍କର ଦାଦାପୁଅ ଗୋଟେ ପେଟ୍ରୋଲ୍ ପମ୍ପରେ ଗାଡିରେ ପେଟ୍ରୋଲ୍ ଭରୁଛନ୍ତି , ତାଙ୍କର ଫଟୋ ଏବେ ଫେସବୁକ୍ ରେ ଭାଇରାଲ୍ ହେଉଛି , ମଧ୍ୟମ ବର୍ଗୀୟ ପରିବାରରୁ ଜନ୍ମ ନେଇଥିବାପରେ ମୋଦୀଙ୍କର ଭାଇ ଭଉଣୀ ଶିକ୍ଷିତ ଅଟନ୍ତି ।

 

ପରିବାରର ଆର୍ଥିକ ସ୍ଥିତି ଭଲ ନ ହେବା ଯୋଗୁଁ ମୋଦୀଙ୍କର ବାପା ଛୁଆଙ୍କ ପାଠ ପଢାରେ କେଉଁ ଭଳି କମି ଦେଇନଥିଲେ । ମୋଦୀଙ୍କ ମା ହୀରା ପୂର୍ବରୁ ବଡନଗର ସ୍ଥିତ ନିଜ ପୂରୁଣା ଘରେ ଏକେଲା ରହୁଥିଲେ , କିନ୍ତୁ ଗତ କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଏବେ ମୋଦୀ ଙ୍କ ଛୋଟ ଭାଇ ପଙ୍କଜଭାଇଙ୍କ ଘର ଗାନ୍ଧୀନଗରରେ ରୁହନ୍ତି । ତାଙ୍କର ସବୁଠାରୁ ବଡ ଭାଇ ସୋମାଭାଇ ଦାମୋଦରଦାସ ମୋଦୀ ଚିକିତ୍ସା ବିଭାଗରେ ଚାକିରୀ କରୁଛନ୍ତି । କିନ୍ତୁ ଏବେ ସେଥିରୁ ଅବସର ନେଇସାରିଲେଣି । ଓ ସମାଜ ସେବା କାର୍ଯ୍ୟରେ ଲାଗିଛନ୍ତି ।

 

ବଡନଗରରେ ସେ ଏକ ବୃଦ୍ଧାଶ୍ରମ ବି ଖୋଲି ଛନ୍ତି । ଏହାର ମାଧ୍ୟମରେ ବୃଦ୍ଧାଙ୍କ ସେବା କରନ୍ତି ଯାହାଙ୍କୁ ତାଙ୍କ ପରିବାର ଲୋକେ ଘରର ବୋଝ ଭାବି ଘରୁ ବାହାର କରିଦେଇଛନ୍ତି । ମୋଦୀଙ୍କ ଆଉ ଜଣେ ଭାଇ ଅମୃତଭାଇ ଦାମୋଦରଦାସ ମୋଦୀ ସେ ଏବେ ଅହମଦାବାଦରେ ଲେଥ ମେସିନ୍ ର ଅପରେଟର୍ ରୂପରେ କାର୍ଯ୍ୟରତ ଅଛନ୍ତି । ପରିଶ୍ରମ କରି ସେ ନିଜ ପରିବାର ସହ ଜୀବନଯାପନ କରୁଛନ୍ତି । ନରେନ୍ଦ୍ର ମୋଦୀଙ୍କ ତୃତୀୟ ନମ୍ବର ଭାଇ ପ୍ରହଲ୍ଲାଦ ଭାଇ ଦାମୋଦରଦାସ ମୋଦୀ ବର୍ତ୍ତମାନ ଏବେ ସେ ଅହମଦାବାଦରେ ଚାଉଳ ଆସୋସିଏସନ୍ ର ପ୍ରମୁଖ ଅଛନ୍ତି ।

ନରେନ୍ଦ୍ରଭାଇଙ୍କ ସବୁଠାରୁ ଛୋଟ ଭାଇଙ୍କ ନାଁ ହେଲା ପଙ୍କଜଭାଇ ଦାମୋଦରଦାସ ମୋଦୀ । ସେ ଗାନ୍ଧୀନଗର ସ୍ଥିତ ଇନଫରମେସନ୍ ଡିପାର୍ଟମେଣ୍ଟରେ ଚାକିରି କରୁଛନ୍ତି । ଓ ସରକାରୀ କ୍ୱାର୍ଟରରେ ରହୁଛନ୍ତି । ମୋଦୀଙ୍କ ମା ହୀରା ବି ତାଙ୍କ ସହ ରହୁଛନ୍ତି । ମୋଦୀଜୀ ଆଜି ନିଜ ଜନ୍ମଦିନରେ ନିଜ ମାଁଙ୍କ ଆଶିର୍ବାଦ ନେବାପାଇଁ ଏଠାକୁ ନିଶ୍ଚିତ ଆସିଥାନ୍ତି । ଓ ପରିବାର ଛୁଆଙ୍କ ସହ ଖୁସି ବାଣ୍ଟିଥାନ୍ତି । ପାଞ୍ଚ ଭାଇଙ୍କ ମଧ୍ୟରେ ମୋଦୀଙ୍କ ଏକ ଭଉଣୀ ଅଛନ୍ତି , ଯାହାଙ୍କ ନାଁ ବସନ୍ତୀ ବେନ୍ , ବସନ୍ତୀ ବେନ୍ ବିସନଗରରେ ରୁହନ୍ତି । ଓ ସେ ଜଣେ ଗୃହିଣୀ ଅଟନ୍ତି । ତାଙ୍କର ଦାଦାପୁଅ ଭାଇ ଅଟନ୍ତି ଭରତ ଭାଇ ମୋଦୀ ଯିଏକି ପେଟ୍ରୋଲ୍ ପମ୍ପରେ ଚାକିରି କରୁଛନ୍ତି ।

Leave a Reply

Your email address will not be published. Required fields are marked *