ମଦ୍ୟପାନ କରି ବାହନ ଚଲେଇଲେ ୧୦ ହଜାର ଜୋରିମନା ଦେବାକୁ ପଡିବ – ଲାଞ୍ଚ ଆଉ ଚଳିବ ନାହିଁ ..

ଏବେଠାରୁ ମଦ୍ୟପାନ କରି ଗାଡି ଚଳେଇବା ଆପଣଙ୍କୁ ମହଙ୍ଗା ପଡିପାରେ । ଯଦି ଆପଣ ଏପରି କରନ୍ତି ଆପଣଙ୍କୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମନା ଦେବାକୁ ପଡିପାରେ । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ମୋଟର ବାହନ ସଂଶୋଧନ ବିଧେୟକ ବିଲ କୁ ମଞ୍ଜୁରୀ ଦେଇସାରିଛି । ଏହାର ନିୟମ ଅନୁଯାୟୀ ଯାତାୟାତ ସମ୍ପର୍କିତ ନିୟମ ଉଲ୍ଲଂଘନ କରିଲେ ବହୁତ ଅଧିକ ଜୋରିମନା ର ବ୍ୟବସ୍ଥା କରାଯାଇଛି । ସଂଶୋଧିତ ବିଧେୟକରେ ଦଶଗୁଣ ପର୍ଯ୍ୟନ୍ତ ଜୋରିମନା ଓ ଜେଲ ଦଣ୍ଡର ବ୍ୟବସ୍ଥା ହୋଇଛି ।

ଏହାପୂର୍ବରୁ ଏହି ବିଲ 16ତମ ଲୋକସଭା ରେ ଆଗତ କରାଯାଇଥିଲା କିନ୍ତୁ ଏହି ବିଧେୟକ ରାଜ୍ୟସଭାରେ ପଡିରହିଲା ଓ କାର୍ଯ୍ୟକାଳ ସମାପ୍ତ ହେବା ପରେ ନିରସ୍ତ ହୋଇଗଲା । ଏବେ ବିଧେୟକ ରେ ୧୮ରାଜ୍ୟର ପରିବହନ ମନ୍ତ୍ରୀ ମାନଙ୍କର ସୁପାରିଶ ଉପରେ ଆଧାରିତ ବ୍ୟବସ୍ଥା କରି ନୂତନ ସରକାର ଆଗତ କରିବେ ।

 

ବିଲରେ କଣ ବ୍ୟବସ୍ଥା ହୋଇଛି : ୧. ବିନା ବୀମା ପଲିସୀରେ ବାହନ ଚଲେଇଲେ ୨୦୦୦ଟଙ୍କା ଯାଏଁ ଜୋରିମନା ରଖାଯାଇଛି ୨. ବିନା ସିଟ ବେଲ୍ଟ କିମ୍ବା ହେଲମେଟ ଲଗେଇ ବାହନ ଚଲେଇଲେ ୧୦୦୦ଟଙ୍କା ଯାଏଁ ଜୋରିମନା ଆଦାୟ, ଓ ତିନି ମାସ ପାଇଁ ଲାଇସେନ୍ସ ନିଲମ୍ବନ କରିବା ସାମିଲ ୩. କିଶୋର ଦ୍ଵାରା ଗାଡି ଚଳେଇବା ସମୟରେ କୌଣସି ଅପରାଧ ହେଲେ ଗାଡିର ମାଲିକ କିମ୍ବା ଅଭିଭାବକଙ୍କୁ ଏହାର ଦୋଷୀ ରୂପେ ବିଚାର କରାଯିବ । ଓ ତିନି ବର୍ଷ ପର୍ଯ୍ୟନ୍ତ ସଜା ସହିତ ୨୫ହଜାର ଟଙ୍କା ଜୋରିମନା ଲାଗିବ । ତାସହ ବାହନର ପଞ୍ଜୀକରଣ ନାକଚ ହୋଇଯିବ ।

 

୪- ସଂଶୋଧିତ ବିଧେୟକ ନିୟମ ଅନୁଯାୟୀ ଯାତାୟାତ ନିୟମର ଉଲ୍ଲଂଘନ କଲେ ୧୦୦ଟଙ୍କା ସ୍ଥାନରେ ୫୦୦ଟଙ୍କା ଜୋରିମନା ଲାଗିବ ୫- ମଦ୍ୟପାନ କରି ଗାଡି ଚଲେଇଲେ ୧୦ହଜାର ଟଙ୍କାର ଜୋରିମନା ସହ ଜେଲ ଯିବାକୁ ପଡିପାରେ । ୬- ସୀମିତ ବେଗଠାରୁ ଦ୍ରୁତ ଗାଡି ଚଲେଇଲେ ୨ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମନା ହୋଇପାରେ ୭- ହିଟ ଆଣ୍ଡ ରନ ମାମଲାରେ ପରିବାରକୁ ୨୫ହଜାର ବଦଳରେ ୨ଲକ୍ଷ ଟଙ୍କା ଜୋରିମନା କ୍ଷତିପୂରଣ ଦେବାର ନିୟମ ରହିଛି ।

Leave a Reply

Your email address will not be published.