March 28, 2024

Odia Express

News For Public

SP ଅଫିସ ରେ ସମସ୍ତେ ଚାହିଁରହିଲେ ଯେବେ ଏହି ବି.ଟେକ ଛାତ୍ରକୁ SP ନିଜେ ସଲାମ କଲେ, କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଉନ୍ନାଓ ର ଏସପି କାର୍ଯ୍ୟାଳୟରେ ଗୁରୁବାର ଦିନ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଲା ଯିଏବି ଦେଖିଲା ଦେଖି ରହିଗଲା। ପାସପୋର୍ଟର ସତ୍ୟତା ରିପୋର୍ଟ ଦେବାପାଇଁ ଏସପି କାର୍ଯ୍ୟାଳୟଆସୁଥିବା ଦୁଇଜଣ ବିଟେକ ଛାତ୍ରଙ୍କୁ ସଡକ ଉପରେ ପଡିଥିବା ୩୫୦୦୦ଟଙ୍କା ମିଳିଲା । ଦୁଇଜଣ ଯାକ ଛାତ୍ର ନିଜର ସାଧୁତାର ଉଦାହରଣ ଦେବାକୁ ଯାଇ ସେହି ନୋଟ ବଣ୍ଡଲକୁ ଏସପି କାର୍ଯ୍ୟାଳୟରେ ଜଣେ ପୋଲିସ କର୍ମୀଙ୍କୁ ଦେଲେ । ଏହି ଖବର ଏସପିଙ୍କ କର୍ଣ୍ଣଗୋଚର ହେବାରୁ ସେ ସେହି ଛାତ୍ର ଦ୍ୱୟଙ୍କୁ ନିଜ ପାଖକୁ ଡାକିଲେ ଓ ସେମାନଙ୍କୁ ନିଜର ସଚ୍ଚୋଟତା ପାଇଁ ସଲାମ କଲେ  ଓ ସେମାନଙ୍କ ପିଠି ଥାପୁଡେଇ ସାବାସି ଦେଲେ ।

 

ଆଦର୍ଶ ନଗର କଲୋନୀ ନିବାସୀ ସଗୁଣ ପାଣ୍ଡେୟ ଓ ସ୍ପର୍ଶ ପାଣ୍ଡେୟ ପୁତ୍ର ସଂଜୀବ ପାଣ୍ଡେୟ ଦିଲ୍ଲୀର ଏକ କଲେଜ ରେ ବିଟେକ ପଢୁଥିଲେ । ଦୁଇଜଣ ଯାକ ପାସପୋର୍ଟ ପାଇଁ ଆବେଦନ କରିଥିଲେ । ପୋଲିସ ରିପୋର୍ଟ ପାଇଁ ଗୁରୁବାର ଦିନ ଦୁଇଭାଇ ଏସପି କାର୍ଯ୍ୟାଳୟକୁ ଯାଉଥିଲେ । କାର୍ଯ୍ୟାଳୟ ଗେଟ ନିକଟରେ ଦୁଇଭାଇ ପହଞ୍ଚିଥିଲେ ତ ସେମାନେ ଦେଖିଲେ ସଡକ ଉପରେ ଟଙ୍କାର ଏକ ବଣ୍ଡଲ ପଡିଛି । ସେହି ବଣ୍ଡଲକୁ ରାସ୍ତାଉପରୁ ଗୋଟେଇ ଦୁଇଭାଇ ଚିନ୍ତା କଲେ ଯେ ଯାହାର ଏହି ଧନ ତାପଖରେ ସେମାନେ ଏହାକୁ ପହଞ୍ଚେଇବେ ।

 

ଦୁଇଭାଇ ଏସପି କାର୍ଯ୍ୟାଳୟ ଭିତରେ ପହଞ୍ଚିଲେ ଓ ପୋଲିସଙ୍କୁ ଟଙ୍କା ମିଳିବା ଖବର ଦେଲେ । ନୋଟ ଗୁଡିକ ଅସଲି ହୋଇଥିବା ଯାଞ୍ଚ କରିବା ପରେ ପୋଲିସକର୍ମୀ ଦୁଇଭାଇଙ୍କ ସାଧୁତାର ପ୍ରଶଂସା କଲେ  । ଟଙ୍କା ଗୁଡିକ ଗଣିବାରୁ ତାହା ୩୫୦୦୦ର ପାଞ୍ଚଶହ ଟଙ୍କିଆ ନୋଟ ଥିଲା । ଦୁଇଜଣ ଯାକ ପୋଲିସ ପିଆରଓ ମନୋଜ ମିଶ୍ର ଙ୍କୁ ଟଙ୍କା ହସ୍ତାନ୍ତର କଲେ । ପିଆରଓ ସେ ଦୁହିଙ୍କୁ ଏସପି ଏମପି ବର୍ମା ଙ୍କ ସହ ସାକ୍ଷାତକର କରେଇଦେଲେ । ମାମଲା ଜାଣି ତଥା ଛାତ୍ର ଦୁଇଜଣଙ୍କ ସାଧୁତା ପାଇଁ ଏସପି ଏମପି ବର୍ମା ସେ ଦୁଇଜଣଙ୍କ ପିଠି ଥାପୁଡେଇ ସେମାନଙ୍କୁ ସାବାସି ଦେଲେ ।

 

ଏସପି ସୂଚନା ଦେଇଛନ୍ତି ଯେ ସେହି ଅର୍ଥ କେଉଁ ବ୍ୟକ୍ତିଙ୍କର ତାହା ଏଯାଏଁ ଜଣାପଡିନାହିଁ । ଯଦି କେହି ଏହି ଟଙ୍କା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ତେବେ ସେ ଉପଯୁକ୍ତ ପ୍ରମାଣ ଦେବାପରେ ଟଙ୍କା ତାଙ୍କୁ ହସ୍ତାନ୍ତର କରାଯିବ । ସ୍ପର୍ଶ ଓ ସଗୁଣ ଙ୍କ ପିତା ସଂଜୀବ ପାଣ୍ଡେୟ ଏଲଆଇସି ରେ ଆକାଉଣ୍ଟ ମ୍ୟାନେଜର ଅଛନ୍ତି ଓ ମାଆ ପୁନମ ପାଣ୍ଡେୟ ଗୃହିଣୀ ଅଟନ୍ତି । ନିଜ ପୁତ୍ରମାନଙ୍କର ଏହି ସାଧୁତା ରେ ମାତା ପିତାଙ୍କର ମଥା ଗର୍ବରେ ଉଞ୍ଚା ହୋଇଗଲା । ମାଆ ଓ ବାପା କହିଲେ ସେମାନେ ସବୁବେଳେ ସେମାନଙ୍କର ପୁତ୍ର ମାନଙ୍କୁ ସାଧୁତା ଶିଖେଇଛନ୍ତି । ବୁଝେଇଛନ୍ତି ଯେଉଁ ଜିନିଷ ସେମାନଙ୍କର ନୁହେଁ ତାହା କେଉଁ କାମର ନୁହେଁ ।

 

ସ୍ପର୍ଶ କହିଲେ ଟଙ୍କା ମିଳିବା ପରେ ସେ ଭାବିଲେ ଯାହାର ବି ଏହି ଟଙ୍କା ସେ ବହୁତ କଷ୍ଟ କରି ଆୟ କରିଥିବେ । ଏହି ଟଙ୍କା କୁ ନିଜ ପାଖରେ ରଖିବାର ତାଙ୍କର କୌଣସି ଅଧିକାର ନାହିଁ। ବିଟେକ ଛାତ୍ର ସଗୁଣ ଓ ସ୍ପର୍ଶ ପାସପୋର୍ଟ ପାଇଁ ଦେଇଥିବା ଡକ୍ୟୁମେଣ୍ଟର ସତ୍ୟପାଠ ପାଇଁ ହେଉଥିବା ବିଳମ୍ବ ପାଇଁ ଏସପିଙ୍କ ଠାରେ ଅଭିଯୋଗ କଲେ । ଏସପି ଏହି ବିଷୟକୁ ଗମ୍ଭୀରତା ସହ ଗ୍ରହଣ କଲେ ଓ ଖୁବ ଶୀଘ୍ର ଏହି ପ୍ରକ୍ରିୟା ପୂରଣ ହେବାର ପ୍ରତିଶ୍ରୁତି ଦେଲେ ଓ ଏହାପରେ ଛାତ୍ର ଦୁଇଜଣ ଘରକୁ ଫେରି ଆସିଲେ ।

Leave a Reply

Your email address will not be published. Required fields are marked *