March 23, 2024

Odia Express

News For Public

୩ ଜୁଲାଇ ୨୦୧୯ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାକାଳ ଙ୍କ କୃପା ରହିବ ଏହି ୩ଟି ରାଶି ଉପରେ

1 min read

ମେଷ  – ଆଜି ଆପଣ ବନ୍ଧୁଙ୍କ ସହିତ ଝଗଡ଼ା କରିବା ଦ୍ୱାରା ଚ଼ିନ୍ତାରେ ପଡ଼ିଯିବେ । ଏହି କଥା ପାଇଁ ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ ଏବଂ ବହୁତ ବୁଦ୍ଧିର ସହିତ ଆପଣଙ୍କୁ ଏହି ପରିସ୍ଥିତିକୁ ସମ୍ଭାଳିବା ପାଇଁ ପଡ଼ିବ । ବର୍ତ୍ତମାନ ବୋଧହୁଏ ଆପଣ କୌଣସି କଠିନ କାମ କରୁଛନ୍ତି ।ଭଲ ଭାବରେ ବୁଝିବିଚ଼ାରି କାମ କରନ୍ତୁ ଏବଂ ନିଜର ବିଚ଼ାରକୁ ଷ୍ପଷ୍ଟ ଭାବରେ ଉପସ୍ଥାପନ କରନ୍ତୁ । ବ୍ୟସ୍ତ ହୋଇ କୌଣସି ଭୂଲ୍ କରନ୍ତୁ ନାହିଁ । ବ୍ୟୟ ଭରଣା କରି ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇପାରିବେ। ଶିକ୍ଷାକ୍ଷେତ୍ରରେ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ପାଇପାରିବେ। ମହିଳାମାନେ କର୍ମକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ। ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ। ଇଷ୍ଟ ପ୍ରାପ୍ତ ହେବାର ଅବସର ପାଇବେ। ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷ ଦେଖାଦେବ। ପ୍ରତିକାର– କୁକୁରକୁ ଖାଦ୍ୟ ଦିଅନ୍ତୁ।

ବୃଷ–  ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି । ପରିବାରରେ ଖୁସି ଏବଂ ଆନନ୍ଦର ମାହୌଲ ରହିବ। ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ଲାଭର ସମାଚାର ମିଳିବ। ଉଚ୍ଚ ଅଧିକାରୀ ଆପଣଙ୍କଠାରୁ କାର୍ଯ୍ୟଗୁଡ଼ିକର ପ୍ରଶଂସା ମିଳିବ। ବୈବାହିକ ଯୋଗ ଅଛି। ମହିଳା ମିତ୍ରମାନଙ୍କର ବିଶେଷ ଲାଭ ହେବ। ଦାମ୍ପତ୍ୟଜୀବନରେ ମାଧୁର୍ଯ୍ୟର ଆନନ୍ଦ ନେବେ। ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ପାରିବାରିକ ଜୀବନରେ ଗୁରୁଜନ କେହି ଅସନ୍ତୁଷ୍ଟରହିବେ। ପୁରୁଣା ରୋଗର ପ୍ରକୋପ ଯୋଗେ ସ୍ୱାସ୍ଥ୍ୟ ଖରାପ ହେବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମିଥୁନ– ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ ।ଆପଣଙ୍କ ମଧ୍ୟରେ ଚିନ୍ତାଧାରାରେ ବହୁତ ସାମଞ୍ଜସ୍ୟ ଥିବାରୁ ଏକା ସାଂଗରେ ସମୟ କଟାଇବାକୁ ବହୁତ ଭଲ ଲାଗିବ । ଏହି ସମ୍ପର୍କକୁ ଏହି ଭଳି ବଜାଇ ରଖନ୍ତୁ । ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ। ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ। ମାତାଙ୍କ ତରଫରୁ ଲାଭ ହେବ। ଯାତ୍ରାର ଯୋଗ ଅଛି। ଧନ ଲାଭ, ଉତ୍ତମ ଭୋଜନ ଏବଂ ଭେଟ-ଉପହାର ମିଳିବାରରୁ ଆପଣ ଆନନ୍ଦିତ ରହିବେ । ପ୍ରତିକାର: କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

କର୍କଟ– ଆଜି ଆପଣଙ୍କର କରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । କରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ପାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯାତ୍ରା ଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ବିଦ୍ୟାରେ ଉନ୍ନତି କରିବେ। ପ୍ରବାସ ଓ ଯାତ୍ରାରେ ଲାଭବାନ୍ ହେବେ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ସିଂହ– ଆଜି ଘରେ ବହୁତ କୋଳାହଳମୟ ପରିବେଶ ହେବ । ଘରେ ଏକା ସାଙ୍ଗରେ ବହୁତ କାର୍ଯ୍ୟ ହେବ । ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସି ପାରନ୍ତି । ଆପଣ ନିଜର ସବୁ ସମସ୍ୟାକୁ ଗୋଟିଏ ପଟେ ରଖି ନିଜ ସାଙ୍ଗ ସାଥିଙ୍କ ସହିତ ମଜ୍ଜା କରନ୍ତୁ । କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ। ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ ରହିବେ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିଶ୍ରମ ବ୍ୟର୍ଥ ହେବା ପରି ଲାଗିବ। । କର୍ମକ୍ଷେତ୍ରରେ ଆନ୍ତରିକ ଉତ୍ସାହ ଉଦ୍ଦୀପନା ବୃଦ୍ଧିହେବା ଫଳରେ କର୍ମର ଚାପ ବଢିବ। ପାରିବାରିକ ଜୀବନ ସୁଖରେ କାଟିବେ। ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କନ୍ୟା– ଆଜି ଆପଣଙ୍କ ସାଙ୍ଗକୁ ଆପଣଙ୍କର ସାହାଯ୍ୟ ଆବସ୍ୟକତା ଅଛି । ଆପଣ ତାଙ୍କୁ ସାହାଯ୍ୟ କରିବା ଉଚ଼ିତ୍ ହେବ । ଯାହା ହେଲେ ମଧ୍ୟ ଆପଣଙ୍କର ସମ୍ପର୍କ ଏମିତି ଅଛି । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ । ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ। ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ। ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ। ଧାର୍ମିକ ଯାତ୍ରାର ଆୟୋଜନ ହେବ ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ। କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇଆନନ୍ଦିତ ହେବେ। ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

ତୁଳା– ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି । ଆଜି ଆପଣ ମୁଣ୍ଡକୁ ଶାନ୍ତ ରଖିବାକୁ ହେବ । କାର୍ଯ୍ୟରେ ଅସଫଳତା ହତାସ ସୃଷ୍ଟି କରିପାରେ। ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ। ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ହୋଇପାରେ। ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ପଡ଼ି ସମସ୍ୟା ସୃଷ୍ଟି ହୋଇପାରେ। ସନ୍ତାନମାନଙ୍କ ମାମଲାରେ ଚିନ୍ତା ସୃଷ୍ଟି ହେବ। ଆର୍ଥିକ ଲାଭ ହେବ, ପ୍ରେମୀ ସହିତ ଆନନ୍ଦର ସମୟ କାଟିବେ| ପରିବହନ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ସ୍ଵାସ୍ଥ୍ୟହାନିର ମଧ୍ୟ ଆଶଙ୍କା ରହିଛି। ମହିଳାମାନେ ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ହଇରାଣ ହେବେ। ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ବିଛା– ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ ।  ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁରଖିବେ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବ। ମହିଳାମାନେ ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ୍ଣା ଓ ପତିପ୍ରିୟା ହେବେ। ଗସ୍ତ କାର୍ଯ୍ୟକ୍ରମ ଥିଲେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ। ସାମାନ୍ଯ ଚେଷ୍ଟା କାଲେ ଜମି, ଜମା ବିବାଦ ମେଣ୍ଟି ଯିବ। ପ୍ରତିକାର– ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

ଧନୁ– ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଖର୍ଚ୍ଚ ଯୋଗୁଁ ଅତିରିକ୍ତ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବାପାଇଁ ଉପଦେଶ। କାହା ସହିତ ଯୁକ୍ତି ହେବାର ଆଶଂକା ଅଛି। ଆର୍ଥିକ ମାମଲାରେ କିମ୍ବା ଆଦାନ-ପ୍ରଦାନରେ ସାବଧାନ ରହିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ଝଗଡ଼ା ହୋଇପାରେ। ନକାରାତ୍ମକ ବିଚାର ମନ ଉପରେ ରହିବ। ଖାଦ୍ୟ-ପେୟପ୍ରତି ଦାୟିତ୍ୱହୀନତାଯୋଗୁଁ ସ୍ଵାସ୍ଥ୍ୟ ଖରାପ ହେବାର ଆଶଂକା ଅଛି। ପାରିବାରିକ ଜୀବନରେ ଅ।ବଶ୍ୟକସ୍ଥଳେ ଛଳନାର ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ। ମହିଳାମାନେ ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରିପାରିବେ। ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ମକର–ଆଜି ଆପଣ ଆଉ କାହାର ଖରାପ ବ୍ୟବହାରରେ ଦୁଃଖି ଅଟନ୍ତି । ଆପଣ ପୁରା ଚ଼େଷ୍ଟା କରନ୍ତୁ , କୌଣସି ବେକାର କାର୍ଯ୍ୟ ନକରି ନିଜ ଉପରେ ଥିବା ଦାୟିତ୍ୱକୁ କାର୍ଯ୍ୟରେ ପରିଣତ କରନ୍ତୁ । ଘରସଜ୍ଜା ଉପରେ ବିଶେଷ ଧ୍ୟାନ ଦେବେ। ନୂଆ ଘରପାଇଁ ଦ୍ରବ୍ୟ କିଣିବାର ସଂଭାବନା ଅଛି। ବ୍ୟାପାରିମାନଙ୍କ ଏବଂ ଚାକିରି କରୁଥିବା ଲୋକମାନଙ୍କର ଲାଭ ତଥା ପଦୋନ୍ନତିର ଆଶା ରଖିପାରନ୍ତି। ପାରିବାରିକ ସୁଖ-ଶାନ୍ତିର ବାତାବରଣ ରହିବ। ସରକାରୀ ଲାଭ ମିଳିବ। ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଆର୍ଥିକ ଲାଭ ହେବ। ଆଜି ସମସ୍ତ କାର୍ଯ୍ୟ ସୁସ୍ଥତା ଏବଂ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ । ଆର୍ଥିକ ଟଣାଟଣି ଅବସ୍ଥା ସୁଧୁରି ଯିବ। ନିଜର ଭୁଲ୍ ଯୋଗୁଁ ବ୍ୟବସାୟରେ ହାନି ହେବ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ପ୍ରତିକାର:- ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

କୁମ୍ଭ– ଆଜି ଆପଣଙ୍କର ପରିବାର ସଦସ୍ୟ କୌଣସି ଶୁଭ ସମାଚ଼ାର ଦେଇପାରିବେ । ଆଜି ଆପଣଙ୍କୁ କୌଣସି ଶୁଭ ସମାଚ଼ାର ମିଳିପାରେ । ଆଜି ଆପଣଙ୍କର ପାଖ ପରିବେଶ ବହୁତ ଭଲ ରହିବ ।  ବ୍ୟପ୍ରଣୟ, ରୋମାନ୍ସ, ମନୋରଞ୍ଜନ ଏବଂ ମଉଜ-ମସ୍ତୀରେ ଭରପୂର ରହିବ ଆଜିର ଦିନ। ସାର୍ବଜନିକ ଜୀବନରେ ଆପଣ ମହତ୍ତ୍ୱ ପ୍ରାପ୍ତ କରିବେ। ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ। ଭାଗିଦାରୀ ସହିତ ଲାଭ ହେବ। ସୁନ୍ଦର ବସ୍ତ୍ର କିମ୍ବା ବସ୍ତ୍ରାଭୂଷଣ କ୍ରୟ କରିବେ। ଦାମ୍ପତ୍ୟସୁଖ ଏବଂ ବାହନସୁଖ ଭଲ ମିଳିବ। ମିତ୍ରମାନଙ୍କ ସହିତ ଯାତ୍ରା କରିବେ। ଜଗନ୍ନାଥଙ୍କର ଆଶୀର୍ବାଦ ଆପଣଙ୍କ ସହିତ ଅଛି। ମହିଳାମାନଙ୍କର ପାରିବାରିକ ଜୀବନ ସୁଖମୟ ହେବ। କର୍ମ କ୍ଷେତ୍ରରେ ଉପେକ୍ଷା ଓ ବ୍ୟବହାର ଯୋଗୁଁ କ୍ଷତି ସହିବେ। ପୁରାତନ ରୋଗ ନେଇ ଚିନ୍ତିତ ରହିବେ। ପ୍ରତିକାର–ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମୀନ- ଆଜି ଆପଣ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟଟି ପୁରଣ ନକରିପାରନ୍ତି ସେଥି ପାଇଁ ସଚ଼େତନ ହେବା ଆବଶ୍ୟକ । ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ ।  ଆଜି ଆପଣଙ୍କ ମନ ବହୁତ ଆସ୍ୱସ୍ତି ଅନୁଭବ କରିବ। ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହ ବୃଦ୍ଧି କରିବ। ପଡ଼ୋଶୀମାନଙ୍କ ଏବଂ ଭାଇ-ଭଉଣୀମାନଙ୍କ ସହିତ ଅଧିକ ମେଳ-ମିଳାପ ରହିବ। ଘରେ ମିତ୍ରମାନଙ୍କ ଆଗମନ ଆନନ୍ଦଦାୟୀ ରହିବ। ପ୍ରିୟ ବ୍ୟକ୍ତିଙ୍କ ସହିତ ଏବଂ ଭାଗ୍ୟ ବୃଦ୍ଧିର ଯୋଗ ଅଛି। କାହାରି ପାଖରେ ମୁଣ୍ଡ ନଇଁବ ନାହିଁ। ମହିଳାମାନେ ଚାକିରିରେ ଉତ୍ତମ ରୋଜଗାର କରିପାରିବେ। ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ପ୍ରତିକାର:- ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *