April 25, 2024

Odia Express

News For Public

୭ ଥର ବିଧାୟକ ରହିଥିବା ଭଗବତୀ ସିଂ, ଆଜି ବି ଭଡା ଘରେ ରହୁଛନ୍ତି , ଯାହା ବି ପଇସା କମାଇଥିଲେ ସବୁ ଜନତାଙ୍କ ହିତରେ ଲଗାଇଦେଇଥିଲେ – କହିଲେ ଏଭଳି କଥା ଯେ ଆପଣଙ୍କ ଆଖିରେ ଲୁହ ଆସିଯିବ..

1 min read

ଆପଣଙ୍କୁ ଆଜି ଏମିତି ଜଣେ ଲିଡର୍ ଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି ୭ ଥର ବିଧାୟକ ରହିସାରିଥିଲେ, କିନ୍ତୁ ନିଜେ ଏକ ଘର ତିଆରି କରିନଥିଲେ , ଆଜି ବି ସେହି ବ୍ୟକ୍ତି ଫ୍ୟାମିଲି ସହ ଗୋଟେ ଭଡା ଘରେ ରହୁଛନ୍ତି , କିଛି ଏମିତି ୭ ଥର ବିଧାୟକ ହୋଇଥିବା ବ୍ୟକ୍ତିର ବିଷୟରେ କହୁଛୁ ଯିଏ କି ୟୁପିର କାନପୁର ଜିଲ୍ଲାରେ ରହୁଛନ୍ତି ତାଙ୍କର ବୟସ ୯୭ ବର୍ଷ ହେବ ତାଙ୍କର ନାଁ ଭଗବତୀ ସିଂ ବିରଶାଦ ଅଟେ ।୩୦ ସେପ୍ଟେମ୍ବର ୧୯୨୧ କୁ ଉନ୍ନାବରେ ଜନ୍ମ ନେଇଥିବା ଭଗବତୀ ୫ମ ଶ୍ରେଣୀ ଯାଏଁ ଶିକ୍ଷା ନେବା ପରେ କାନପୁର ସହରରେ ନିଜ ବାପାଙ୍କ ସହ ରହିବାକୁ ଲାଗିଲେ , ଏଠାରୁ ତାଙ୍କର ନିର୍ବାଚନ ଯାତ୍ରା ଆରମ୍ଭ ହୋଇଥିଲା ,

 

ସେ ୭ ଥର ବିଧାୟକ ହେଲେ , ତାଙ୍କର ୫ଟି ପୁଅ ଓ ଗୋଟେ ଝିଅ ଅଛନ୍ତି , ଯେଉଁଠି ଗୋଟେ ପୁଅର ମୃତ୍ୟୁ ହୋଇସାରିଛି, ବଡ ପୁଅ ରଘୁବିର ସୀ ରିଟାୟର୍ଡ ମାଷ୍ଟର , ଓ ଦ୍ୱିତୀୟ ପୁଅ ଦିନେଶ ସିଂ ରିଟାୟର୍ଡ ଏୟାର୍ ଫୋର୍ସ, ନରେଶ ସିଂ ରିଟାୟର୍ଡ ପ୍ରାଇଭେଟ୍ ଜବ୍ , ରମେଶ ସିଂ ରିଟାୟର୍ଡ ଟେଲିଫୋନ୍ ବିଭାଗରେ ଅଛନ୍ତି , ଝିଅର ବାହାଘର ହୋଇସାରିଛି , ୭ ଥର ବିଧାୟକ ଭଗବତୀ ସିଂ ବର୍ତ୍ତମାନ ସମୟରେ ସହରର ଧନକୁଟ୍ଟି ଇଲାକାରେ ଏକ ଭଡା ଘରେ ନିଜ ଅନ୍ତିମ ସମୟ କଟାଉଛନ୍ତି , ତାଙ୍କ ସହ ତାଙ୍କର ପୁତୁରା ଓ ତୃତୀୟ ନମ୍ବର ପୁଅ ନରେଶ ସିଂ ନିଜ ପରିବାରଙ୍କ ସହ ରହୁଛନ୍ତି ,

 

ଭଗବତୀ ସିଂ କହନ୍ତି କ୍ ମୋର ପାଖରେ ନିଜର ଘର ନାହିଁ , ଓ ବିଧାୟକ ଥିବା ସମୟରେ କେବେ ବି ଭାବିନଥିଲି , ମୋର ମାନିବା କଥାକି ଯେଉଁ ନେତା ନିଜ ଘର ବିଷୟରେ ଭାବିଥାଏ , ସେ ଅନ୍ୟମାନଙ୍କର କେବେ ବି ଭଲ କରିପାରିବ ନାହିଁ , ମୁଁ ନିଜ ଘର ବିଷୟରେ ଯଦି ଭାବିଥାନ୍ତି , ତେବେ ମୁଁ ୭ ଥର ବିଧାୟକ ହୋଇପାରିନଥାନ୍ତି , ଲୋକ ମୋତେ ନିର୍ବାଚନ ଲଢିବା ପାଇଁ ମୋର ଘର ପାଖରେ ଆସି ବସିନଥାନ୍ତେ , ସେମିତି ମୋର ପୁଅ ମୋର ଏହି ଭାବନାକୁ ମାନନ୍ତି ନାହିଁ , ସେଥିପାଇଁ ସେମାନେ ସମସ୍ତେ ଅଲଗା ଚଳୁଛନ୍ତି , ଗୋଟେ ପୁଅ ଗୁଜୁରାଟ, ଅନ୍ୟ ଜଣଙ୍କ ୟୁପିରେ କେଉଁଠି, ଓ ତୃତୀୟ ପୁଅ ବାଙ୍ଗାଲୋର ନିଜ ପରିବାର ସହ କେଉଁଠି ରହୁଛି , ଖାଲି ଗୋଟେ ପୁଅ ମୋ ସାଙ୍ଗରେ ଅଛି ।

 

ଭଗବତୀ ସିଂ କହନ୍ତି କି ଉନ୍ନାବରୁ କାନପୁର ଆସିବାପରେ ମୋର କଲେଜ୍ ଲାଇଫ୍ ରେ ବହୁତ୍ କ୍ରାନ୍ତିକାରୀଙ୍କ ସହ ସଂମ୍ପର୍କ ହୋଇଥିଲା , ତାଙ୍କୁ ଦେଖିକରି ସେବାକରିବା ପାଇଁ ଭାବନା ଜାଗ୍ରତ ହେଲା , ସେହି ସମୟରେ କଂଗ୍ରେସ ପାର୍ଟିର ଚାଲୁଥିଲା , ପାର୍ଟିର କ୍ରେଜ୍ ଦେଖିକରି ମୁଁ କଂଗ୍ରେସରେ ସାମିଲ୍ ହୋଇଯାଇଥିଲି , ୧୧ ବର୍ଷ ବୟସରେ କାନପୁରରେ କପଡା ବଜାରରେ ଥିବା ଏକ ଦୋକାନରେ କାମ କରିବାକୁ ପଡିଲା , କପଡା ବଜାରରେ କାମ କରୁଥିବା କର୍ମଚାରୀଙ୍କ ସହ ଏକ ସଂଗଠନ ବନାଇଥିଲି , ତାପରେ ଛୁଟିରେ ଓ କାମ କରିବା ସମୟରେ ଲଢିଲି , ଓ ସଫଳ ହେଲି , ଭଗବତି ସିଂ କହନ୍ତି କି ୧୯୫୨ ରେ ବିଧାନସଭା ନିର୍ବାଚନରେ ପିଏସ୍ ପି ପାର୍ଟି କାନପୁର ଜେନେରାଲଗଞ୍ଜ ସିଟ୍ ରେ ଟିକେଟ୍ ପାଇଥିଲେ , ପାର୍ଟିକୁ ଲିଡ୍ କରୁଥିବା ପ୍ରକାଶ ନାରାୟଣ ନିଜେ ଦିଲ୍ଲୀ ଡାକିକରି ଟିକେଟ୍ ଦେଲେ , କିନ୍ତୁ ମୁଁ ହାରିଯାଇଥିଲି ,

 

ଏହାପରେ ୧୯୫୭ କୁ ବିସ୍ ନିର୍ବାଚନରେ ପିଏସ୍ ପି ପାର୍ଟି ଆଉଥରେ ଉନ୍ନାବ ର ବାରସଗବର ସିଟ୍ ରୁ ନିର୍ବାଚନ ଲଢିଥିଲି , ଓ ଜିତି ଗଲି , ୧୯୬୨ ର ନିର୍ବାଚନରେ ବାରାସଗବର ସିଟ୍ ରୁ କଂଗ୍ରେସ କ୍ୟାଣ୍ତିଡେଡ୍ ଦେବଦତ୍ତ ମୋତେ ହରାଇଦେଲେ , ୧୯୬୭ ନିର୍ବାଚନରେ ମୁଁ ଜିତି ଥିଲି , ଏହାପରେ ୧୯୬୯ ରେ ବିସ୍ ନିର୍ବାଚନରେ କଂଗ୍ରେସ ଟିକେଟ୍ ରୁ ଲଢିବାକୁ ପଡିଲା , ଓ ଜିତି ଗଲି ଏଠାରୁ ମୋର କଂଗ୍ରେସ ପାର୍ଟି ସହ ମୋର ଯାତ୍ରା ଆରମ୍ଭ ହୋଇଥିଲା , ୧୯୭୪ ଯାଏଁ ମୋର ଜିତ୍ ଜାରି ରହିଥିଲା , ୧୯୭୭ ରେ ବିଜେଏସ୍ ଦେବକି ନନ୍ଦନ ହାରିଗଲା , କିନ୍ତୁ ୧୯୮୦ ଓ ୧୯୮୫ ନିର୍ବାଚନରେ ଜିତ୍ ହାସିଲ୍ କରିଥିଲି , ୧୯୮୯ ରେ ଦେବକି ନନ୍ଦନ ଆଉଥରେ ହାରିଗଲେ , ୧୯୯୧ ରେ ଶେଷ ନିର୍ବାଚନରେ ଚୌଧୁରୀ ଦେବକି ନନ୍ଦନକୁ ହରାଇକରି ୭ ଥର ବିଧାୟକ ହୋଇଥିଲି ,

ଭଗବତୀ ସିଂଙ୍କ ସଂମ୍ପର୍କୀୟ ମାନେ କୁହନ୍ତି କି ବିଧାୟକ ସମୟରେ ଭଗବତୀ ଗାଁର ଲୋକଙ୍କ ସହ ସବୁ ସମସ୍ୟାକୁ ଶୁଣୁଥିଲେ ଓ ତାକୁ ଦୁର କରିବାପାଇଁ ଯେ କୌଣସି ଅଧିକାରୀଙ୍କ ସହ ଝଗଡା ବି କରୁଥିଲେ , ନିଜର ୪-୫ ଜଣ କାର୍ଯ୍ୟକର୍ତ୍ତା ସହ ସେ ସାଇକେଲ୍ ରେ ଗାଁ ଆଡେ ବାହାରି ପଡୁଥିଲେ , ୪-୫ ଦିନ ପାଇଁ ସେ ଘରୁ ବାହାରେ ରହୁଥିଲେ , ଲୋକଙ୍କ ଘର ଘରକୁ ଯାଇକରି କଂଗ୍ରେସର ମେମ୍ବର ବନାଉଥିଲେ , ଦୂର ବାଟ ଗଲେ ତାଙ୍କର ପାର୍ଟିର ଯେ କୌଣସି କାର୍ଯ୍ୟକର୍ତ୍ତାଙ୍କ ଘରେ ରାତ୍ରୀ ଯାପନ କରୁଥିଲେ , ଦିନରେ ଘର ଆସୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଖାଇବା ଖୁଆଉଥିଲେ , ଭଗବତୀ ସିଂ କହନ୍ତି କି ୧୯୫୭ ରେ ନିର୍ବାଚନରେ ମୁଁ ଏକ ଗାଡି ଭଡା କରି ନିର୍ବାଚନ ପ୍ରଚାର କରିଥିଲି , ଘରୁ ବାହାରିବା ସମୟରେ ମୋର ସ୍ତ୍ରୀ କଳାବତି ମୋତେ ରୁଟି ଓ ଭଜା ବାନ୍ଧିକରି ଦେଉଥିଲେ ।

 

Leave a Reply

Your email address will not be published. Required fields are marked *