ଯେଉଁ କୋର୍ଟରେ ଓକିଲ ହୋଇ ବାପା ଲଢିବେ କେସ୍ , ସେହି କୋର୍ଟରେ ଜର୍ଜ ହେଇଗଲେ ଝିଅ – ଆଉ ତାପରେ କହିଲେ ଏଭଳି କଥା..

କୌଣସି ବି ବାପାଙ୍କ ପାଇଁ ଏହାଠାରୁ ଅଧିକା ଖୁସିର କଥା ହୋଇପାରିବ ନାହିଁ ଯେବେ ତାଙ୍କ ଝିଅ ସଫଳତାର ଶିଖରରେ ପହଞ୍ଚିଯାଇଥାଉ , ଏମିତି କିଛି କରି ଦେଖାଇଛନ୍ତି ରାୟସେନର ବେଗମଗଞ୍ଜର ଦୁଇଟି ଜଜ୍ ଭଉଣୀ , ରାୟସେନ ଜିଲ୍ଲାର ବେଗମଗଞ୍ଜରେ ରହୁଥିବା ଓକିଲ ରାଜକୁମାର ଗୁପ୍ତାଙ୍କ ଝିଅ ରୁପଲ ଗୁପ୍ତା ସିଭିଲ୍ ଜର୍ଜ ପରୀକ୍ଷାରେ ମଧ୍ୟପ୍ରଦେଶରେ ଜର୍ଜ ତାଲିକାରେ ଅଷ୍ଟମ ସ୍ଥାନ ପ୍ରାପ୍ତ କରିଥିଲେ , ଓ ସେଥିରେ ସେ ଟପ୍ କରିଥିଲେ , ଏବେ ତାଙ୍କର ପରିବାରରେ ଖୁସିର ମାହୋଲ୍ ହୋଇଯାଇଛି ।

 

ସେଠାକାର ଲୋକେ ବଧାଇ ଦେବାପାଇଁ ତାଙ୍କ ଘରେ ପହଞ୍ଚିସାରିଲେଣି , ଏହା ପୂର୍ବରୁ ତାଙ୍କର ବଡ ଝିଅ ସୋନଲ୍ ଗୁପ୍ତା ବି ସିଭିଲ୍ ଜର୍ଜ ପରୀକ୍ଷାରେ ଟପ୍ କରିସାରିଛନ୍ତି , ଏବେ ସେ ବିଦିଶା ଜିଲ୍ଲାରେ ନିଯୁକ୍ତି ପାଇଛନ୍ତି , ରୁପଲ ହରି ସିଂହ ଗୌର୍ ବିଶ୍ୱବିଦ୍ୟାଳୟରୁ ବିଧି ବିଭାଗର ଛାତ୍ରା ଅଟନ୍ତି , ଯିଏକି ଜବଲପୁର ହାଇକୋର୍ଟ୍ ଦ୍ୱାରା ଆୟୋଜିତ ସିଭିଲ୍ ଜର୍ଜ ପରୀକ୍ଷା ଦେଇଥିଲେ , ପରୀକ୍ଷାର ପରିଣାମ ଆସିବା ପରେ ଓକିଲ ରାଜକୁମାର ଗୁପ୍ତା ଘରେ ଏବେ ଦୁଇ ଜଣ ଝିଅ ଜର୍ଜ ହୋଇସାରିଛନ୍ତି ,

 

ରୁପଲ ସିଭିଲ୍ ଜର୍ଜର ପଢାପଢି ଇନ୍ଦୋରରେ ପୂର୍ବ ଜର୍ଜ ରହମାନ ସାର୍ ଙ୍କ ମାର୍ଗଦର୍ଶନରେ ବିଧି ବିଷୟରୁ କୋଚିଙ୍ଗ୍ ନେଇ ଥିଲେ , ଓ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ନାଁ ଉଜ୍ଜଳ କରିଥିଲେ , ଜର୍ଜ ରୁପଲ ଗୁପ୍ତା ନିଜ ସଫଳତା ଶ୍ରେୟ ନିଜ ବାପା ଛୋଟ ଭାଇ , ଓ ଶିକ୍ଷକଙ୍କୁ ଦେଇଛନ୍ତି , ଓକିଲ ରାଜକୁମାର ଗୁପ୍ତା କହିଲେ କି ମୋର ଦୁଇ ଝିଅଙ୍କୁ ଜର୍ଜ ବନାଇଦେଲି , ମୁଁ କେବେ ବି ପୁଅ କିମ୍ବା ଝିଅର ଫରକ ଦେଖିନଥିଲି , ଯାହାର ପରିଣାମ ଆଜି ଆପଣଙ୍କ ସାମନାରେ ଅଛି , ମୁଁ ଜଣେ ଓକିଲ ହିସାବରେ ଲଢୁଥିବି , କିନ୍ତୁ ମୋ ଦୁଇ ଝିଅ ଯେଉଁଠି ବି ରହିବେ ଜର୍ଜ ହୋଇ ରହିବେ , ସେ ସବୁ ବେଳେ ନିଷ୍ପକ୍ଷ ଫଇସଲା ଶୁଣାଇବେ , ଏହା ମୋର ଆଶା , ତାଙ୍କର ସଫଳତା ପାଇଁ ମୁଁ ଗର୍ବ କରୁଛି ।

Leave a Reply

Your email address will not be published.