ବାସ୍ତବ ଜୀବନରେ ଏପରି ଦିଶନ୍ତି ଶାହିଦ କପୁରଙ୍କ ଫିଲ୍ମ ଚାକରାଣୀ, ବଡ ବଡ ହିରୋଇନ ମଧ୍ୟ ତାଙ୍କ ଆଗେ ଫିକା ପଡିଯିବେ..

ଚଳଚ୍ଚିତ୍ରରେ ଅଧିକାଂଶ ସମୟରେ ଲୋକମାନେ ମୁଖ୍ୟ କଳାକାରମାନଙ୍କ ଅଭିନୟ ଦେଖନ୍ତି ଓ ସେମାନଙ୍କ ଚରିତ୍ରକୁ ପସନ୍ଦ କରନ୍ତି । ବହୁତ ଏପରି ଚରିତ୍ର ଅଛନ୍ତି ଯେଉଁମାନଙ୍କ ବିଷୟରେ ଆମେ ଜାଣି ପାରୁ ନାହୁଁ । ଏହି ଛୋଟ ଚରିତ୍ରକୁ ଏହି କଳାକାର ମାନେ ଏପରି ଦମଦାର କରି ତୋଳନ୍ତି ଆମେ ସେମାନଙ୍କୁ ମନେ ରଖୁ । କିଛି ଏଭଳି ଘଟିଛି ଚଳଚ୍ଚିତ୍ର କବୀର ସିଂହକୁ ନେଇ , ଏଥିରେ ଶାହିଦ କପୁରଙ୍କ ଚାକରାଣୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପ୍ରକୃତରେ ଅଲଗା ଦେଖାଯାଆନ୍ତି ।ଚଳଚ୍ଚିତ୍ରରେ ସେ ପଛେ ଶାଢୀ ପିନ୍ଧି ଚାକରାଣୀ ଅଭିନୟ କରିଛନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ଏଭଳି ଦେଖାଯାନ୍ତି ।

 

ବାସ୍ତବ ଜୀବନରେ ଏଭଳି ଦେଖାଯାଆନ୍ତି ଶାହିଦ କପୁରଙ୍କର ଫିଲ୍ମି ଚାକରାଣୀ  – ଶାହିଦ କପୁର ଓ କିଆରା ଆଡଭାନୀ ଅଭିନୀତ ‘କବୀର ସିଂହ’ ଚଳଚ୍ଚିତ୍ର ବକ୍ସଅଫିସରେ ଧମାଲ କରିଛି । ଫିଲ୍ମ ର ଗୋଟିଏ ଦୃଶ୍ୟରେ ଶାହିଦ କପୁର ନିଜ ଚାକରଣୀକୁ ଦଉଡେଇ ନେଉଛନ୍ତି ଓ ଏହି ଦୃଶ୍ୟ ବହୁତ ଲୋକପ୍ରିୟ ହୋଇଛି । ଏହି ଦୃଶ୍ୟରେ ଚାକରାଣୀ ହାତରୁ ଗୋଟିଏ କାଚ ଗ୍ଳାସ ଭାଙ୍ଗି ଯାଉଛି ଓ ଶାହିଦ ତା ପଛରେ ତଡୁଛନ୍ତି ଏହି ଦୃଶ୍ୟ ଦେଖି ସିନେମାହଲ ରେ ଲୋକଙ୍କ ହସ ବନ୍ଦ ହେଉନାହିଁ । ଚାକରାଣୀର ଚରିତ୍ର କରିଥିବା ଅଭିନେତ୍ରୀ ‘ବନିତା ଖରାଟ’ ପ୍ରକୃତରେ ସେ ଏତେ ମୋଟି ନୁହଁନ୍ତି ଯେତେ ସେ ଫିଲ୍ମରେ ଦିଶୁଛନ୍ତି ।

 

ତାଙ୍କର ପ୍ରକୃତ ଫଟୋ ଆପଣଙ୍କ ହୃଦୟ ଚୋରେଇ ନେଇପାରେ କାରଣ ପ୍ରକୃତରେ ସେ ବହୁତ ସୁନ୍ଦର ଅଟନ୍ତି ଓ ଫିଲ୍ମ ରୁ ସଂପୂର୍ଣ୍ଣ ଅଲଗା ଦିଶୁଛନ୍ତି ।

ଶାହିଦ କପୁର ନିଜର ଏକ ସାକ୍ଷାତକାରରେ କହିଛନ୍ତି କବୀରସିଂହ ଚରିତ୍ର କରିବା ଏତେ ସହଜ ନଥିଲା ଓ ଏହି ଚରିତ୍ର ତାଙ୍କ ପାଇଁ ଏକ ଆହ୍ଵାନ ଥିଲା । ଶାହିଦ ଙ୍କ ଅନୁଯାୟୀ ‘କବୀର ସିଂହ ମୋ ପାଇଁ ମାନସିକ ଓ ଶାରୀରିକ ଭାବରେ ଅଧିକ ଆହ୍ଵାନପୂର୍ଣ୍ଣ ଥିଲା । ଫିଲ୍ମ ରେ ମୋର ତିନୋଟି ଅଲଗା ଅଲଗା ଚରିତ୍ର ରହିଛି । ମୋତେ ବହୁତ ଥର ଶାନ୍ତ ସ୍ଵଭାବର ଦେଖାଯାଇଥିଲା ଓ କେବେ ଆକ୍ରମଣାତ୍ମକ ଦେଖାଯାଇଥିଲା । ମୋତେ ଅନେକ ଧୂମ୍ରପାନ କରିବାକୁ ପଡିଛି ଓ ଦାଢି ରଖିବାକୁ ହୋଇଛି  ଯାହା ମୋର ଚରିତ୍ର ଦରକାର କରୁଥିଲା ମୋ ନିର୍ଦେଶକ ଯେପରି ଚାହୁଁଥିଲେ ମୁଁ ସେପରି କରିବା ପୂର୍ବରୁ ଥରେ ମଧ୍ୟ ଭାବିନି।

 

ମୋତେ କଷ୍ଟକର ଅଭିନୟ କରିବା ବହୁତ ପସନ୍ଦ । ଚାକରାଣୀ ଚରିତ୍ର କରିଥିବା ବନିତା ଖରାଟ କହିଲେ ଯେ ସେ ଅନେକ ଡ୍ରାମା କରିଛନ୍ତି ଓ ଫିଲ୍ମ ରେ ଛୋଟମୋଟ ଅଭିନୟ କରିଛନ୍ତି କିନ୍ତୁ ଏହି ଚରିତ୍ର କରିବା ବହୁତ କଷ୍ଟକର ଥିଲା । ଏହି ଚଳଚ୍ଚିତ୍ର ଏବେ ସିନେମାଘରେ ଭଲ କରୁଥିବାରୁ ମୁଁ ବହୁତ ଖୁସି ଓ ଏକ ସଫଳ ଚଳଚ୍ଚିତ୍ରରେ କାମ କରିଥିବାରୁ ମୋତେ ଆତ୍ମସନ୍ତୋଷ ମିଳିଛି ।

Leave a Reply

Your email address will not be published.