March 28, 2024

Odia Express

News For Public

ଷ୍ଟେସନ୍ ର ନାଁ ଶେଷରେ କଣ ପାଇଁ ଲେଖା ହୋଇଥାଏ ଜଙ୍କସନ୍ , ଟର୍ମିନାଲ୍ , ଓ ସେଣ୍ଟ୍ରାଲ୍ , କଣ ଆପଣ ଏହା ବିଷୟରେ ଜାଣିଛନ୍ତି କି ? ଏବେ ଜାଣି ରଖନ୍ତୁ

କଣ ଆପଣ କେବେ ଭାବିଛନ୍ତି ରେଲୱେ ଷ୍ଟେସନର ନାଁ ଶେଷରେ ଜଙ୍କସନ୍, ଟର୍ମିନାଲ୍ , ସେଣ୍ଟ୍ରାଲ୍ କଣ ପାଇଁ ଲେଖା ହୋଇଥାଏ , ଯଦି ଜାଣିନାହାନ୍ତି ତେବେ ଏହାର ଉତ୍ତର ଦେବା ପାଇଁ ଆପଣଙ୍କୁ ଭାରତୀୟ ରେଲୱେ ର କିଛି ଖାସ୍ କଥା ବିଷୟରେ ଜାଣିବାକୁ ହେବ ।ଭାରତୀୟ ରେଳ ନେଟୱାର୍କ ବିଶ୍ୱର ଚତୁର୍ଥ ସ୍ଥାନରେ ଅଛି , ଭାରତୀୟ ରେଲୱେ ଟ୍ରାକ୍ ୯୨,୦୮୧ କିଲୋମିଟର ଯାଏଁ ବ୍ୟାପିଛି , ଯାହା ଦେଶର କୋଣ ଅନୁକୋଣ ସହ ଯୋଡି ହୋଇଛି , ଗଣନାରୁ ଜଣାଯାଏ କି ଭାରତୀୟ ରେଳ ଦିନରେ ପ୍ରାୟ ୬୬,୬୮୭ କିମି ଦୁରତା ଅତିକ୍ରମ କରିଥାଏ , ଆଜି ଆମେ ଏହି ସବୁ ବିଷୟରେ ନୁହେଁ ବରଂ ରେଲୱେ ଷ୍ଟେସନର ନାଁ ଶେଷରେ ଜଙ୍କସନ୍, ଟର୍ମିନାଲ୍ , ସେଣ୍ଟ୍ରାଲ୍ କଣ ପାଇଁ ଲେଖା ହୋଇଥାଏ ତାହା ବିଷୟରେ ଜଣାଇବୁ ।

 

ସବୁ ଠାରୁ ପ୍ରଥମେ କହିଦେବୁ କି ଯଦି କେଉଁ ରେଲୱେ ଷ୍ଟେସନ୍ ର ନାଁ ଶେଷରେ ଟର୍ମିନାଲ୍ ଲେଖା ହୋଇଥାଏ ଏହାର ମତଲବ ହୋଇଥାଏ କି ଏହାର ଟ୍ରାକ୍ ନାହିଁ , ମାନେ ଟ୍ରେନ୍ ଯେଉଁ ଧାରଣାରେ ଯାଉଛି ସେହି ଧାରଣାରେ ଫେରିବ , ସେଥିପାଇଁ ତାକୁ ଟର୍ମିନସ୍ କିମ୍ବା ଟର୍ମିନାଲ୍ କୁହାଯାଇଥାଏ , କହିଦେବୁ କି ଦେଶରେ ପ୍ରାୟ ୨୭ ଟି ଏମିତି ରେଲୱେ ଷ୍ଟେସନ୍ ଅଛି ଯେଉଁଠି ଟର୍ମିନାଲ୍ ଲେଖା ହୋଇଥାଏ , ଛତ୍ରପତି ଶିବାଜୀ ଟର୍ମିନାଲ୍ , ଲୋକମାନ୍ୟ ତିଳକ ଟର୍ମିନାଲ୍ ଦେଶର ବଡ ଟର୍ମିନାଲ୍ ଷ୍ଟେସନ୍ ଅଟେ ।

 

ଏବେ ଆପଣଙ୍କୁ କହିବୁ ରେଲୱେ ଷ୍ଟେସନର ନାଁ ଶେଷରେ ସେଣ୍ଟ୍ରାଲ୍ କଣ ପାଇଁ ଲେଖାହୋଇଥାଏ , ଆପଣଙ୍କୁ କହିଦେବୁ କି ରେଲୱେ ଷ୍ଟେସନ୍ ନାଁ ଶେଷରେ ସେଣ୍ଟ୍ରାଲ୍ ଲେଖାଯିବାର କାରଣ ଏହା କି ଏହି ସହରରେ ଅଧିକା ରେଲୱେ ଷ୍ଟେସନ୍ ଅଛି , ଯାହାର ନାଁ ଶେଷରେ ସେଣ୍ଟ୍ରାଲ୍ ଲେଖା ହୋଇଥାଏ ତାହା ପୁରୂଣା ଷ୍ଟେସନ୍ ବୋଲି ଜଣାଯାଏ , ଏହା ମତଲବ ଏହା କି ଏହି ସହରର ରେଲୱେ ଷ୍ଟେସନ୍ ସବୁଠାରୁ ବ୍ୟସ୍ତ ବ୍ୟହୁଳ ରେଲୱେ ଷ୍ଟେସନ୍ ଅଟେ , ସୂଚନା ପାଇଁ କହିଦେବୁ କି ଏବେ ଭାରତର ମୁମ୍ବାଇ ସେଣ୍ଟ୍ରାଲ୍ , ଚେନ୍ନାଇ ସେଣ୍ଟ୍ରାଲ୍ ତ୍ରିବେନ୍ଦ୍ରମ୍ ସେଣ୍ଟ୍ରାଲ୍ , ମାଙ୍ଗାଲୋର ସେଣ୍ଟ୍ରାଲ୍ , କାନପୁର ସେଣ୍ଟ୍ରାଲ୍ ପ୍ରମୁଖ ସେଣ୍ଟ୍ରାଲ୍ ଷ୍ଟେସନ୍ ଅଟେ ।

 

ଏବେ ଆପଣଙ୍କୁ ଜଣାଇଦେବୁ କି ରେଲୱେ ଷ୍ଟେସନ୍ ନାଁ ଶେଷରେ ଜଙ୍କସନ୍ କଣ ପାଇଁ ଲେଖା ହୋଇଥାଏ , ଏହାର ମତଲବ ଏହା କି ସେହି ଷ୍ଟେସନ୍ ରେ ଟ୍ରେନ୍ ଆସିବା ପାଈଁ ୩ ରୁ ଅଧିକା ରାସ୍ତା ବା ଧାରଣା ଅଛି , ମାନେ ଗୋଟେ ଧାରଣାରେ ଟ୍ରେନ୍ ଆସିପାରିବ  ଓ ଅନ୍ୟ ଧାରଣାରେ ଟ୍ରେନ୍ ଯିବା ଆସିବା କରିପାରିବ , ଏଥିପାଇଁ ଷ୍ଟେସନର ନାଁ ଶେଷରେ ଜଙ୍କସନ୍ ଲେଖା ହୋଇଥାଏ , ଭାରତର ଏବେ ମଥୁରା ଜଙ୍କସନ୍ (୭ ଟି ରୁଟ୍) ସାଲେମ୍ ଜଙ୍କସନ୍ (୬ ଟି ରୁଟ୍) ବିଜୟୱାଡା ଜଙ୍କସନ୍ (୫ ଟି ରୁଟ୍ ) ବରେଲି ଜଙ୍କସନ୍ ( ୫ ଟି ରୁଟ୍) ଜଙ୍କସନ୍ ମାନ ଅଛି ।

Leave a Reply

Your email address will not be published. Required fields are marked *