୪ ଜୁଲାଇ ୨୦୧୯ ଗୁରୁବାର ପବିତ୍ର ରଥଯାତ୍ରା – କେମିତି କଟିବ ଆଜି ଆପଣଙ୍କ ଦିନ – ଜଗନ୍ନାଥଙ୍କ କୃପା ଏହି ୪ଟି ରାଶିକୁ ଖୁସି ଖବର ମିଳିବ

ମେଷ :  ଆଜି କେହି ଜଣେ ଗୁରୁଜନ ଆପଣଙ୍କୁ ଉପଦେଶ ଦେବେ ଯାହାକି ଆପଣଙ୍କ ଜୀବନରେ ବହୁତ କାମ ଆସିବ । ଯଦିଓ ଆପଣ କାହାରି ଉପଦେଶ ଖୋଜୁ ନଥିଲେ ତଥାପି ଆପଣଙ୍କୁ ଲାଭ ଜନକ ଉପଦେଶ ମିଳିଯିବ । ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ । ଆଜି ଆପଣଙ୍କପାଇଁ ଅଧିକ ଆରାମଦାୟକ ଦିନ ଅଟେ। ପ୍ରତ୍ୟେକ କାର୍ଯ୍ୟ ସରଳତା ପୂର୍ବକ ସଂପନ୍ନ ହେବ। ଚାକିରିରେ ଉଚ୍ଚ ପଦାଧିକାରୀମାନେ ପ୍ରସନ୍ନ ରହିବେ। ପ୍ରମୋଶନର ଯୋଗ ଅଛି। ଉଚ୍ଚାଧିକାରିମାନଙ୍କର ମହତ୍ତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ପରିଜନମାନଙ୍କ ମଧ୍ୟରେ ବିଚାର ବିମର୍ଶ ହେବ।ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ବୃଷ :  ଯଦି ଆପଣଙ୍କୁ ଆଜି ଅନୁଭବ ହୁଏ ଯେ ଆପଣଙ୍କର ପରିବାରର କାହା ସହିତ କୌଣସି ପ୍ରକାର ସମସ୍ୟା ଅଛି ତେଣୁ ଆପଣ ଏହାକୁ ଆଜି ନଷ୍ଟ କରିବାକୁ ଚ଼େଷ୍ଟା କରନ୍ତୁ । ଆଜି ଆପଣ କୌଣସି ସ୍ୱାର୍ଥ ନଥିଲେ ସହାୟତା କରନ୍ତୁ । ଏଥିରୁ ଆପଣଙ୍କୁ ଖୁସି ମିଳିବ । ଆଜି ଆପଣଙ୍କ ପାଇଁ ସମ୍ପର୍କର ମହତ୍ତ୍ୱ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହେବ । ନିଜ ପ୍ରିୟଜନମାନଙ୍କ ସହିତ ସମୟ କଟାଇଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ଆଜି ଆପଣଙ୍କ ଦିନ ଅନୁକୂଳ ଅଟେ। ସୁସ୍ଥ ମନରେ ଆଜି ସମସ୍ତ କାର୍ଯ୍ୟ କରି ପାରିବେ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ। ମାତାଙ୍କଠାରୁ ଲାଭ ହେବ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ମିଶିବାରୁ ଘରେ ଖୁସିର ବାତାବରଣ ରହିବ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ । ଆଜି ଆପଣଙ୍କ ମନ କୌଣସି ତୀର୍ଥ ଯାତ୍ରାରେ ଯିବାକୁ କହୁଛି । ଆଜି ଆପଣ ଦେବ କାର୍ଯ୍ୟରେ ମନ ନିବେଶ କରିବେ । ଆପଣ ନିଜ ଜୀବନରେ ଧର୍ମର ମହତ୍ତ୍ୱ ଚାହୁଁଛନ୍ତି । ଏହି ପଥରେ ଜୀବନ ଧାରା ନେଲେ ସୁଖ ଓ ଶାନ୍ତି ମିଳିବ । ଆଜି ଆପଣଙ୍କ ମନ ଅନେକ ପ୍ରକାରର ଚିନ୍ତାରେ ଗ୍ରସ୍ତ ହୋଇପାରେ। ସ୍ଵାସ୍ଥ୍ୟ ବିଗଡ଼ି ପାରେ ଏବଂ ଆଖିରେ ଯନ୍ତ୍ରଣା ହେବାର ଆଶଂକା ଅଛି। ଆଜି ଆରମ୍ଭ କରାଯାଇଥିବା ନୂଆ କାର୍ଯ୍ୟ ଅପୂର୍ଣ୍ଣ ରହିପାରେ। ଅଯଥା ଖର୍ଚ୍ଚ ହୋଇପାରେ। ଦୁର୍ଘଟଣାରୁ ସାବଧାନ ରୁହନ୍ତୁ।ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କର୍କଟ : ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ । ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି । ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। କାହା ସହିତ ଯୁକ୍ତି କିମ୍ବା ମନମାଳିନ୍ୟ ହେବାର ଆଶଂକା ଅଛି। ଧନ ଦବା-ନବାରେ ସାବଧାନ ରହିବେ। ସ୍ଵଜନମାନଙ୍କ ସହିତ ମତପାର୍ଥକ୍ୟ ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ।ପ୍ରତିକାର:- ବିଧବାଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

ସିଂହ : କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚ଼ିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ । ଆପଣ ଆଶାକରିଥିବା ଛୋଟ ଧରଣର ଯାତ୍ରାପାଇଁ ଆପଣ କୁଆଡେ ଯାଇପାରନ୍ତି । ଏହିଭଳି ଭଲ ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି । ଆଜି ଆପଣଙ୍କ ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ପରିବାରରେ ଝଗଡ଼ା ନ ହେଉ, ଏହାର ଧ୍ୟାନ ରଖିବେ। ଶରୀରରେ ଫୂର୍ତ୍ତି ତଥା ଊର୍ଜାର ଅଭାବ ହୋଇପାରେ। କୌଣସି ଅର୍ଥ ଦେବା ନେବାରୁ ଦାୟିତ୍ୱହୀନତାରୁ ବଞ୍ଚନ୍ତୁ। ଅଧିକ ଲାଭରୁ ଲୋଭରେ ହାନି ନ ହେଉ ଏହାର ଧ୍ୟାନ ରଖିବେ।ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।

କନ୍ୟା : ଆଜି ଆପଣ କୌଣସି ଖୁସି ଖବର ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଆଜି ଆପଣଙ୍କୁ ନିଜ ଲୋକଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ । ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । ଏହି ସମୟଟି ଆପଣ ନିଜ ଲୋକଙ୍କ ସହିତ କଟାଇ ପାରନ୍ତି ।  ଆଜି ଆପଣ କୌଣସି ଏକ ସାମାଜିକ ସମାରୋହର ଭାଗ ନେବେ । ଏହି ସମାରୋହର ଆପଣଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ହୋଇପାରେ । ଏହି ସମାରୋହରେ ଯିବା ଦ୍ୱାରା ଆପଣଙ୍କୁ ବହୁତ ଖୁସି ଲାଗିବ । ଆଜିର ଦିନ ଆପଣଙ୍କପାଇଁ ବହୁତ ଲାଭପ୍ରଦ ଅଟେ। ଧନ ପ୍ରାପ୍ତି ପାଇଁ ଶୁଭ ଦିନ ଅଟେ। ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦପ୍ରଦ ହେବ ଏବଂ ତାଙ୍କଠାରୁ ଲାଭ ମଧ୍ୟ ହୋଇପାରେ। ଉତ୍ତମ ଭୋଜନ ସୁଖ ମିଳିବ। ସନ୍ତାନଙ୍କର ତରଫରୁ ଶୁଭ ସମାଚାର ମିଳିବ। ଚାକିରି ଏବଂ ବ୍ୟାପାରରେ ବୃଦ୍ଧି ହେବ।ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ତୁଳା :  ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ । ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ବ୍ୟବସାୟ କାର୍ଡ ନେବା ଉଚିତ ହେବ । ଆଜି କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ସମ୍ଭବ ହେଲେ, ବାହରର ଖାଇବା-ପିଇବାକୁ ବାରଣ କରନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ବନୁଥିବା କାମ ବିଗିଡ଼ି ପାରେ। ପରିଜନମାନଙ୍କ ସହିତ ଉଗ୍ର ଭାବରେ କଥା ହୁଅନ୍ତୁନାହିଁ। ଏହାର ବିଶେଷ ଧ୍ୟାନ ରଖିବେ।ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ବିଚ୍ଛା : ଆଜି ଆପଣ ସାରାଦିନ ସାଙ୍ଗମାନଙ୍କ ସହିତ କଟାଇବେ ଓ ବହୁତ ମଜା କରିବେ । ଏହି ସମୟରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବା ସହିତ ଆପଣଙ୍କର ନିକଟତର ଲୋକ ଆପଣଙ୍କ ଖୁସିର କାରଣ ହେବେ । ଆଜିର ଦିନ ଆପଣ ବହୁତ ମଜା କରନ୍ତୁ । ଆପଣ ଖେଳିବା କିମ୍ବା ଚଳଚ୍ଚିତ୍ର ଦେଖିବାପାଇଁ ଚାହୁଁଥିଲେ ମଧ୍ୟ ଏହା ଆପଣଙ୍କର ପଢିବାର ସମୟ । ଆଜି ଆପଣଙ୍କ ମନ କିଛିଟା ବିଚଳିତ ରହିବ ,ମାତ୍ର ଆପଣ ନକାରାତ୍ମକତାରୁ ଧ୍ୟାନ ହଟାଇ ପଢାରେ ମନ ଦେବା ଉଚିତ । ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକରେ ପ୍ରତି ଧ୍ୟାନ ଦିଅନ୍ତୁ। ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟଗୁଡ଼ିକରେ ଆଜିର ଦିନ ବିତିବ। ଧାର୍ମିକ ଯାତ୍ରାର ଆୟୋଜନ ହୋଇପାରେ। ଆଜି ଆପଣ ଟିକେ କ୍ରୋଧିତ ହୋଇପାରନ୍ତି, ଯାହା କାରଣରୁ ମାନସିକ ଅଶାନ୍ତି ହୋଇପାରେ।ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ଧନୁ : ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ । ଆଜି ଆପଣଙ୍କୁ ନିଜର ବୁଝା ଶୁଣା ଏବଂ ଚ଼ତୁରତାକୁ ପରଖିବାକୁ ହେବ ।କିଛି ଲୋକ ନିଜର ସୀମାକୁ ଲାଙ୍ଘି ଆପଣଙ୍କର ଅସୁବିଧାକୁ ଶିକ୍ଷା କରିବାକୁ ଯାଉଛନ୍ତି । ଆପଣଙ୍କୁ ଶାନ୍ତି ରହିବା ସହିତ ସେମନଙ୍କୁ ରୋକିବାକୁ ଚ଼େଷ୍ଟା କରିବାକୁ ହେବ । ଗୃହସ୍ଥ ଜୀବନରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ହେବ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ଅଫିସ୍ ରେ ସାଥିରେ କାମ କରୁଥିବା ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ମହିଳା ମିତ୍ରମାନଙ୍କ ସହିତ ଭେଟ ହେବ ଏବଂ ମା ଘରୁ ଭଲ ସମାଚାର ମିଳିବ। ଧନ ଲାଭ ହେବ। ରୋକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପ୍ରମୋଶନ ଯୋଗ ଅଛି।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।

ମକର : ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ । ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ । ଆଜି ଆପଣ ଯାତ୍ରା କରନ୍ତୁନାହିଁ। କାରଣ ପେଟ ସମ୍ବନ୍ଧୀତ ରୋଗ ଏବଂ ସମସ୍ୟା ହୋଇପାରେ। କାର୍ଯ୍ୟରେ ସଫଳତା ନ ହେବାରୁ ନିରାଶା ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସାହିତ୍ୟ ଏବଂ କଳା ପ୍ରତି ଆଜି ଆପଣଙ୍କ ରୁଚି ରହିବ। ପ୍ରିୟ ପାତ୍ରଙ୍କ ସହିତ ସମୟ ଭଲରେ କଟିବ।ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ

କୁମ୍ଭ : ଆଜି ଆପଣ କୌଣସି କଥାର ସତ୍ୟତା ପରିକ୍ଷା ପାଇଁ ତାହାକୁ ଯାଞ୍ଚ ନିଶ୍ଚୟ କରନ୍ତୁ । ଏମିତି କୌଣସି କଥାକୁ ଶୁଣି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି । ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ କଟିବ। ବିପରୀତ ଲିଙ୍ଗର ପାତ୍ର ଆପଣଙ୍କ ଜୀବନରେ ଆସିବେ। ନୂଆ ବସ୍ତ୍ର କ୍ରୟ କରିବେ। ମାନ-ସମ୍ମାନ ମିଳିବ। ଅଚାନକ ଧନ ଲାଭ ହୋଇପାରେ। ଭାଗ୍ୟ ଆପଣଙ୍କ ଭରପୂର ସାଥି ଦେବ। ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।

ମୀନ :  ଯଦି ଆପଣ ସାହାଯ୍ୟ ଚାହୁଁଥାନ୍ତି ତେବେ ଆଜି ନିଶ୍ଚିନ୍ତ ସାହାଯ୍ୟ ମିଳିବ । କେହି ଜଣେ ରାଜନୈତିକ ବ୍ୟକ୍ତି ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ କରିବ । ଏହି ସହାୟତା ନେବା ପାଇଁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଆଜି ଆପଣ ମାନସିକ ରୂପରେ ବହୁତ ହାଲୁକା ଅନୁଭବ କରିବେ। ଭାଇ-ଭଉଣୀମାନଙ୍କ ସହିତ ମିଶିକରି କୌଣସି ନୂଆ କାର୍ଯ୍ୟ କରିବେ। ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କର ଭେଟ ହେବ ଏବଂ ଛୋଟ ପ୍ରବାସର ଆୟୋଜନ ମଧ୍ୟ ହୋଇପାରେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ମଧ୍ୟ ପ୍ରାପ୍ତ ହେବ।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published.