ବିଶ୍ୱକପ ଚାଲିଥିବା ସମୟରେ ହଟାତ ଆଉ ଜଣେ ନାମୀ ଦାମୀ ଭାରତୀୟ କ୍ରିକେଟିୟର୍ କ୍ରିକେଟ୍ ଜଗତରୁ ସନ୍ୟାସ ନେଲେ – ଦେଖନ୍ତୁ କିଏ ସେ ମହାନ ଖେଳାଳି…

ୱାର୍ଲଡ କପ୍ ୨୦୧୯ ରେ ଟିମ୍ ଇଣ୍ତିଆରେ ସାମିଲ୍ ନହେବା ଯୋଗୁଁ ଅମ୍ବାତି ରାଇଡୁ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ଅଲବିଦା କହିଦେଇଛନ୍ତି , ଟିମ୍ ଇଣ୍ତିଆ ପାଇଁ ସେମିତି ତାଙ୍କୁ ବହୁତ ମଉକା ମିଳିଛି କିନ୍ତୁ ଶିଖର ଧବନ ଆଘାତପ୍ରାପ୍ତ ହେବା ପରେ ଯେଉଁଠି ଭାରତୀୟ ଟିମ୍ ରେ ରିଷଭ ପନ୍ଥଙ୍କୁ ସାମିଲ୍ କରାଗଲା ସେମିତି ବିଜୟ ଶଙ୍କରଙ୍କୁ ଲାଗିଥିବା ଆଘାତ ସତ୍ତ୍ୱେ ବି ମୟଙ୍କ ଅଗ୍ରୱାଲ୍ ଙ୍କୁ ମଉକା ମିଳିଥିଲା,  ଭାରତୀୟ ଟିମ୍ ଦୁଇଥର ଅଣଦେଖା କରାଯିବାପରେ ସେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ପୁରା ଭାବେ ବିଦାୟ ନେଇଯାଇଛନ୍ତି ।

ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ହିସାବରେ ଏକ ଇଂରାଜୀ ୱେବସାଇଟ୍ ରେ କଥାବାର୍ତ୍ତା ବେଳେ କହିଥିଲେ କି ଇଣ୍ତିଆନ୍ ପ୍ରିମିୟର୍ ଲିଗ୍ ରେ ବି ସେ ଆଉ ଖେଳିବେ ନାହିଁ ,  ସେ ସନ୍ୟାସ ନେବାର କୌଣସି ଏବେ ପର୍ଯ୍ୟନ୍ତ ଅଫିସିଆଲ୍ ପୃଷ୍ଟି ମିଳିନାହିଁ , ଏବେ ପର୍ଯ୍ୟନ୍ତ ଖେଳିଥିବା ୫୫ ଟି ୱାନ୍ ଡେ ମ୍ୟାଚରୁ ୫୦ ଟି ପାରିରୁ ୪୭,୦୫ ଓସତରେ ସେ ୧୬୯୪ ରନ୍ କରିଥିଲେ । ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର୍ ନାବାଦ୍ ୧୨୪ ରନ୍ ଥିଲା । ସେ ତିନୋଟି ଶତକ ଓ ୧୦ ଟି ଅର୍ଦ୍ଧଶତକ କରିଥିଲେ,  ସେମିତି ୬ ଟି ଟିଟ୍ୱେଣ୍ଟିରେ ସେ ୧୦,୫୦ ଓସତରେ ୪୨ ରନ୍ କରିଥିଲେ ।

ୱାର୍ଲଡ୍ କପ୍ ରେ ଭାରତୀୟ ଟିମ୍ ରେ ସାମିଲ୍ ହେବାପାଇଁ ଅଗ୍ରୱାଲ୍ ଙ୍କୁ ବଛାଯିବାପରେ ରାୟଡୁଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଇଥିଲା , ରାୟଡୁ ଚୟନକର୍ତ୍ତାଙ୍କ ଦ୍ୱାରା ବିଜୟ ଶଙ୍କରଙ୍କୁ ନେବାର ଫଇସଲାରେ ବି ପ୍ରଶ୍ନ ଉଠାଯାଈଥିଲା , ଯେଉଁଥିରେ ମୁଖ୍ୟ ଚୟନକର୍ତ୍ତା ବୟାନକୁ ମଜାକ୍ ଉଡାଯାଈଥିଲା,  ମଙ୍ଗଳବାର ଦିନ ଏକ ଟ୍ୱୀଟ୍ ମାଧ୍ୟମରେ କ୍ରିକେଟିୟର୍ ରାଇଡୁ ଏହି ସନ୍ଦେଶ ଦେଇଛନ୍ତି , ଓ କହିଛନ୍ତି କି ସେ ନିଜ ଦେଶ ପାଇଁ ଖେଳିବେ ।

 

କହିଦେବୁ କି ମୁଖ୍ୟ ଚୟନକର୍ତ୍ତା ଏମ୍ ଏସ୍ କେ ପ୍ରସାଦ ଏହା କହିକରି ୱାର୍ଲଡ କପ୍ ରୁ ବାହାର କଲେ କି ଆମେ ୩ ଡି ପ୍ଲେୟାର୍ ଙ୍କ ଦରକାର ଅଛି , ଯିଏକି ବ୍ୟାଟିଙ୍ଗ୍ ସହ ଭଲ ବୋଲିଙ୍ଗ୍ କରିପାରିବେ , ଏଥିପାଇଁ ରାଇଡୁଙ୍କ ଜାଗାରେ ସେ ବିଜୟ ଶଙ୍କରଙ୍କୁ ବାଛିଛନ୍ତି ।

Leave a Reply

Your email address will not be published. Required fields are marked *