ଆମ ଜୀବନରେ ଶାସ୍ତ୍ରର ବହୁ ଅଧିକ ମହତ୍ଵ ରହିଛି କାରଣ ଯେବେ କୌଣସି ବିଷୟରେ ସଠିକ ତଥ୍ୟ ଜାଣିନପାରିଲେ ଆମକୁ ଶାସ୍ତ୍ରର ସହାୟତା ନେବାକୁ ହୋଇଥାଏ । ଜୀବନର ସବୁ ସମସ୍ୟା ଓ ଦିନଚର୍ଯ୍ୟା ସହ ରହିଥିବା ପ୍ରଶ୍ନର ଉତ୍ତର ଶାସ୍ତ୍ରରେ ଥାଏ । ଆମ ଶାସ୍ତ୍ରରେ ଶୟନ ସମ୍ବନ୍ଧିତ କେତେକ ନିୟମ ପ୍ରଣୟନ ହୋଇଛି ଏହାର ଧ୍ୟାନ ସମସ୍ତେ ରଖିବା ଉଚିତ । ଯେଉଁ ବ୍ୟକ୍ତି ଏହାକୁ ଧ୍ୟାନରେ ନରଖିବେ ସେ ଅନେକ ପ୍ରକାର ସମସ୍ୟାରେ ଛନ୍ଦିହେବେ ଏହାବ୍ୟତୀତ ଧନହାନି ମଧ୍ୟ ହୋଇପାରେ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଶୋଇବା ସମୟରେ କେବେ ମଧ୍ୟ ଗୋଡ କବାଟ ଆଡକୁ ନରହେ । ଏହାଦ୍ଵାରା ମାଆ ଲକ୍ଷ୍ମୀ ଗୃହରେ ପ୍ରବେଶ କରନ୍ତି ନାହିଁ। ଏହିଭଳି କିଛି ମହତ୍ବପୂର୍ଣ୍ଣ କଥା ଅନ୍ୟ ଧର୍ମଶାସ୍ତ୍ର ରେ କୁହାଯାଇଛି ।
ଗ୍ରନ୍ଥରେ ଏହା ସିଧା କୁହାଯାଇଛି ଯେ ଶୋଇବା ସମୟରେ ପଶ୍ଚିମ କିମ୍ବା ଉତ୍ତର ଦିଗକୁ ନିଜର ପାଦ ରଖି ଶୋଇବା ଉଚିତ କାନନ ଏହାଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉତ୍ପନ୍ନ ହୁଏ ।
ଏତଦବ୍ୟତୀତ କେବେ ଅଇଁଠା ମୁହଁରେ ଶୋଇବା ଉଚିତ ନୁହେଁ । ଏହାଦ୍ଵାରା ରୋଗ ହୁଏ ଓ ଘରକୁ ଦରିଦ୍ରତା ଆସେ ।
ଏହା ମଧ୍ୟ କୁହାଯାଇଛି ଭୁଲରେ ବି ଶେଜ ଉପରେ ଓଦା ପାଦ ରଖି ଶୋଇବା ଉଚିତ ନୁହେ ନଚେତ ଲକ୍ଷ୍ମୀ ମାତା ଅସନ୍ତୁଷ୍ଟ ହୋଇଥାନ୍ତି ।
ଶାସ୍ତ୍ରରେ କୁହାଯାଇଛି ଶୋଇବା ସମୟରେ ମୁହଁରେ ପାନ କିମ୍ବା ଏଭଳି କିଛି ନଥିବା ଦରକାର । ମଥାରେ ତିଳକ କିମ୍ବା ବିନ୍ଦି ଲାଗିଥିଲେ ଏହାକୁ ସଫା କରିବା ଦରକାର। ଟୋପି ବା ପଗଡି ପିନ୍ଧି ଶୋଇବା ଉଚିତ ନୁହେଁ ।