April 19, 2024

Odia Express

News For Public

ମରିବା ପୂର୍ବରୁ ରାବଣ ଏହି ୭ଟି କାମ କରିବା ପାଇଁ ଚାହୁଁଥିଲା – ଯଦି ସଫଳ ହେଇଥାନ୍ତେ ତେବେ ଆଜି ଦୁନିଆ ସ୍ଵର୍ଗରେ ପରିଣତ ହେଇଥାନ୍ତ – ଜାଣିଲେ ଆପଣ ମଧ୍ୟ ଖୁସି ହେବେ..

ଲଙ୍କାର ରାଜା ରାବଣଙ୍କୁ ତାଙ୍କର ଦଶଶିର ନିମନ୍ତେ ଜଣାଯାଇଥାଏ । ଏହି କାରଣରୁ ତାଙ୍କୁ ଦଶାନନ ମଧ୍ୟ କୁହାଯାଏ । ଯେତେବେଳେ ଏହି ବସୁଧା ଉପରେ ତାଙ୍କର ଅତ୍ୟାଚାର ସୀମା ଅତିକ୍ରମ କରିଥିଲା , ସେତେବେଳେ ଭଗବାନ ବିଷ୍ଣୁ ରାମ ଅବତାର ଗ୍ରହଣ କରି ତାଙ୍କର ବଧ କରିଥିଲେ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ରାବଣ ମୃତ୍ୟୁ ପୂର୍ବରୁ ସାତଟି ଏପରି କାମ କରିବାକୁ ଚାହିଁଥିଲା ଯାହାର ଫଳ ସ୍ୱରୂପ ସେ ସର୍ବଶକ୍ତିମାନ ହୋଇଥାନ୍ତା , କିନ୍ତୁ ସେ ଏଥିରେ ଅସଫଳ ରହିଲା ।

୧. ରାବଣ ସାତ ସମୁଦ୍ରର ଜଳକୁ ମିଠା କରିବାକୁ ଚାହୁଁଥିଲା, ଯାହାଦ୍ୱାରା ପୃଥିବୀରେ କେବେ ପାନୀୟ ଜଳର ଅଭାବ ହେବନାହିଁ ॰

 

୨. ରାବଣର ଉଦ୍ଦେଶ୍ୟ ଥିଲା ସେ ପୃଥିବୀରେ ଭଗବାନଙ୍କର ପୂଜାର ପରମ୍ପରା ସମାପ୍ତ କରିଦେବ, ଏହା ଫଳରେ ଦୁନିଆରେ କେବଳ ତାର ପୂଜା ହେବ।

୩. ସେ ଚାହୁଁଥିଲା ସ୍ଵର୍ଣ ରେ ସୁଗନ୍ଧ ରହିବା ଆବଶ୍ୟକ , ସେ ଦୁନିଆର ସବୁ ସୁନା ତା ଅଧିନରରେ ରଖିବାକୁ ଚାହୁଁଥିଲା । ସୁନା ଖୋଜିବାରେ କିଛି ଅସୁବିଧା ନହେବ ଏଥିପାଇଁ ରାବଣ ସୁନାକୁ ସୁଗନ୍ଧଯୁକ୍ତ କରିବାକୁ ଚାହୁଁଥିଲା ।

 

୪. ରାବଣ ସ୍ଵର୍ଗକୁ ସିଡି ନିର୍ମାଣ କରିବାକୁ ସଂକଲ୍ପ କରିଥିଲା । ଏହାଦ୍ୱାରା ଯିଏ ମୋକ୍ଷ ବା ସ୍ଵର୍ଗ ପାଇବାକୁ ଭଗବାନଙ୍କୁ ପୂଜା କରୁଛନ୍ତି ସେମାନେ ସେହି ପୂଜା ବନ୍ଦ କରି ରାବଣକୁ ଭଗବାନ ମାନିନେବେ ଓ ରାବଣର ପୂଜା କରିବେ ।

 

୫.ସେ ଚାହୁଁଥିଲା ମନୁଷ୍ୟ ରକ୍ତର ରଙ୍ଗ ଲାଲ ବଦଳେ ଧଳା ହୋଇଯାଉ । କୁହାଯାଏ ଯେ ସେ ଯେତେବେଳେ ବିଶ୍ଵବିଜୟ ଯାତ୍ରାରେ ବାହାରିଥିଲା ସେ ଶତାଧିକ ଯୁଦ୍ଧ କରିଥିଲା ଓ କୋଟିକୋଟି ଲୋକଙ୍କର ରକ୍ତ ବୁହେଇଥିଲା । ସମସ୍ତ ନଦୀ ଓ ପୋଖରୀ ରକ୍ତରେ ଲାଲ ହୋଇଯାଇଥିଲା । ପ୍ରକୃତି ର ସନ୍ତୁଳନ ବିଗିଡିବାରେ ଲାଗିଥିଲା ଓ ସମସ୍ତ ଦେବତା ଏଥିପାଇଁ ରାବଣକୁ ଦୋଷ ଦେଇଥିଲେ । ସେଥିପାଇଁ ସେ ଚାହୁଁଥିଲା ରକ୍ତ ଲାଲ ବଦଳରେ ଧଳା ହେଉ ଓ ତାହା ଜଳରେ ମିଶି ଜଳ ପରି ସ୍ଵଚ୍ଛ ହେଉ ।

 

୬.ରାବଣ ଶ୍ୟାମଳ ରଂଗର ଥିଲା , ଏଥିପାଇଁ ସେ ଚାହୁଁଥିଲା ମାନବ ଜାତିରେ ଯେତେ ଲୋକଙ୍କର ରଙ୍ଗ ଶ୍ୟାମଳ ଅଛି ତାହା ଗୋରା ହୋଇଯାଉ , ଏହାଦ୍ୱାରା କୌଣସି ମହିଳା ତାଙ୍କର ଅପମାନ କରିବେ ନାହିଁ

 

୭. ରାବଣ ମଦରୁ ଗନ୍ଧ ହଟେଇବାକୁ ଚାହୁଁଥିଲା , ଏହାଦ୍ୱାରା ସଂସାରରେ ମଦ ପିଇ ଲୋକେ ଅଧର୍ମ ବଢେଇ ପାରିବେ । ରାବଣର ଏହି ସବୁ ସ୍ଵପ୍ନ ଅପୂର୍ଣ୍ଣ ରହିଥିଲା , କାରଣ ଦେବତା ମାନେ ଏପରି କରିବାକୁ ଦେଇନଥିଲେ ।

Leave a Reply

Your email address will not be published. Required fields are marked *