March 22, 2024

Odia Express

News For Public

ପ୍ରେମର ମିଶାଲ୍ ଅଟନ୍ତି ଧୋନୀ ଓ ସାକ୍ଷୀ – ଆଜି ତାଙ୍କର ବିବାହ ବାର୍ଷିକୀ – ଯାଣିନିୟନ୍ତୁ ଧୋନି ଓ ସାକ୍ଷୀଙ୍କ ପ୍ରେମକାହାଣୀ ର କିଛି ଅଜଣା କଥା..

1 min read

ଆଜି ଧୋନୀଙ୍କ ବିବାହ ବାର୍ଷିକୀ ଅଟେ । ୪ ଜୁଲାଇ ୨୦୧୦ କୁ ଧୋନୀ ସାକ୍ଷୀଙ୍କ ସହ ସାତ ଫେରା ମାନେ ବିବାହ କରିଥିଲେ , ଦୁହେଁ ବାହାଘରକୁ ୯ ବର୍ଷ ହୋଇସାରିଛି , ଆମେ ଆପଣଙ୍କୁ କହିଦେବୁ କି କିପରି ତାଙ୍କର ଦୁହେଁଙ୍କର ପ୍ରେମ ହେଲା ଓ ବିବାହ । ଧୋନୀ ଓ ସାକ୍ଷୀ ଜଣେ ଅନ୍ୟ ଜଣଙ୍କ ପାଇଁ ସେମିତି ବଡ ପ୍ରେମ କରୁଥିଲେ,  ତାଙ୍କ ମଧ୍ୟରେ ଚିହ୍ନା ପରିଚୟ ଆଗରୁ ଥିଲା , ଧୋନୀ ଓ ସାକ୍ଷୀଙ୍କ ବାପା ରାଞ୍ଚିର ଏକ କମ୍ପାନୀରେ କାମ କରୁଥିଲେ , ଦୁହେଁ ପରିବାରଙ୍କ ମଧ୍ୟରେ ଯିବା ଆସିବା ଥିଲା । ଏତିକି ନୁହେଁ ଦୁହେଁ ଗୋଟେ ସ୍କୁଲ୍ ରେ ପଢୁଥିଲେ ।

 

ପରେ ସାକ୍ଷୀଙ୍କ ପରିବାର ଡେରାଡୁନ୍ ସିଫ୍ଟ ହୋଇଗଲେ । ଯେଉଁଠି ତାଙ୍କ ଦାଦା ସେଠାରେ ରହୁଥିଲେ,  ଏହା ପରେ ବହୁତ ବର୍ଷ ଯାଏଁ ଦୁହେଁଙ୍କ ଦେଖା ହୋଇପାରିଲା ନାହିଂ  , ଓ ନାଁ ହିଁ ତାଙ୍କ ମଧ୍ୟରେ କିଛି  ବି ସଂମ୍ପର୍କ , କିନ୍ତୁ ଭାଗ୍ୟ କିଛି ଅଲଗା ଚାହୁଁଥିଲା , ବହୁତ ବର୍ଷ ପରେ ଦୁହେଁ ଦେଖାହେଲେ , କୋଲକାତାର ତାଜ ବଙ୍ଗାଲ ହୋଟେଲରେ , ଯେଉଁଠି ଭାରତୀୟ କ୍ରିକେଟ୍ ଟିମ୍ ଅଟକିଥିଲା । ଏହି କଥା ନଭେମ୍ବର-ଡିସେମ୍ବର ୨୦୦୭ ମସିହାର ଅଟେ ,

 

ସାକ୍ଷୀ ହୋଟେଲ୍ ରେ ଇଣ୍ଟର୍ଣ୍ଣ ଥିଲେ , ଦୁହେଁ ଙ୍କ ସାକ୍ଷାତ ସାକ୍ଷୀଙ୍କ ମ୍ୟାନେଜର କରାଇଥିଲେ । ଯେଉଁ ଦିନ ଦୁହେଁ ସାକ୍ଷାତ କଲେ ସାକ୍ଷୀ ସେହି ହୋଟେଲରେ ଶେଷ ଦିନ ଥିଲା , ସାକ୍ଷୀ ଯିବାପରେ ଧୋନୀ ମ୍ୟାନେଜରଙ୍କୁ ସାକ୍ଷୀଙ୍କ ନମ୍ବର ମାଗିଲେ , ଓ ମେସେଜ୍ କଲେ , ପ୍ରଥମେ ସାକ୍ଷୀଙ୍କୁ ଲାଗିଲା କି ଧୋନୀ ତାଙ୍କ ସହ ମଜାକ୍ କରୁଛନ୍ତି , କିନ୍ତୁ ପରେ ଜାଣିପାରିଲେ କି ଭାରତୀୟ କ୍ରିକେଟ୍ ଟିମ୍ ସେ ଅଧିନାୟକ ଅଛନ୍ତି ।

 

ଏହାପରେ ଦୁହେଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଗଲା । ପ୍ରାୟ ୨ ମାସ ପରେ ଦୁହେଁ ୨୦୦୮ ରେ ଜଣେ ଅନ୍ୟ ଜଣଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ଏହି ବର୍ଷ ଧୋନୀଙ୍କ ବାର୍ଥ ଡେ ପାର୍ଟିରେ ପହଞ୍ଚିଥିଲେ , ୩ ଜୁଲାଇ ୨୦୧୦ କୁ ଡେରାଡୁନ୍ ର ଏକ ହୋଟେଲ୍ ରେ ଦୁହେଁ ନିର୍ବନ୍ଧ କଲେ , ଏହାପରେ ୪ ଜୁଲାଇକୁ ୨୦୧୦ ରେ ଦୁହେଁ ଡେରାଡୁନ୍ ପାଖରେ ବିଶ୍ନାଂନ୍ତି ରିଜୋର୍ଟ ରେ ବିବାହ କରିନେଲେ , ଦୁହେଁଙ୍କ ବାହାଘରରେ ବହୁତ ଖେଳାଳୀ ଓ ବଲିଉଡ୍ ଷ୍ଟାର୍ ସାମିଲ୍ ହେଲେ ।

 

୬ ଫେବୃୟାରୀ ୨୦୧୫ କୁ ଦୁହେଁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ । ତାଙ୍କ ଝିଅଙ୍କ ନାଁ ଜିଭା  ଅଟେ , କହିଦେବୁ କି ସାକ୍ଷୀ ଧୋନୀଙ୍କ ଠାରୁ ୭ ବର୍ଷ ସାନ ଅଟନ୍ତି , ଧୋନୀ ୩୬ ବର୍ଷୀୟ ଅଟନ୍ତି ,ସାକ୍ଷୀଙ୍କ ବୟସ ଏବେ ୨୮ ବର୍ଷ ଅଟେ , ସାକ୍ଷୀ ବହୁତ ସୁନ୍ଦର ଓ ଗ୍ଲାମରେସ୍ ଲାଗୁଛନ୍ତି ।

Leave a Reply

Your email address will not be published. Required fields are marked *