ଚାକିରୀ ର ଶେଷ ଦିନରେ ନିଜ ଡ୍ରାଇଭର ଓ ତାଙ୍କ ପତ୍ନୀଙ୍କୁ ଘରକୁ ଛାଡିବାକୁ ଗଲେ ନିଜେ କଲେକ୍ଟର – କହିଲେ ଏତେ ବଡ କଥା ଯେ ଆପଣ ମଧ୍ୟ ଖୁସି ହେବେ..

ଜଣେ ଅଧିକାରୀଙ୍କର ସବୁଠାରୁ ଭଲ ଗୁଣ ହେଉଛି ସେ ନିଜର ଅଧସ୍ତନ କର୍ମଚାରୀମାନଙ୍କର ସମ୍ମାନ କରିବେ । ଆମ ଦେଶରେ ପ୍ରାୟତଃ ସରକାରୀ ଅଫିସର ନିଜର ଅଫିସରି ଗିରି କାରଣରୁ ଚର୍ଚା ରେ ରୁହନ୍ତି । କିନ୍ତୁ ନିକଟରେ ତାମିଲନାଡୁର ଜଣେ ଜିଲ୍ଲାପାଳ ନିଜ ଡ୍ରାଇଭରଙ୍କୁ ଆଶ୍ଚର୍ଯ୍ୟ କରି ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ।ତାଙ୍କର ଏହି ପଦକ୍ଷେପ ସାମାଜିକ ଗଣମାଧ୍ୟମରେ ଖୁବ ଚର୍ଚା ହେଉଛି । ଖବର ଅନୁଯାୟୀ , ତାମିଲନାଡ଼ୁର କରୁର ଜିଲ୍ଲାର କଲେକ୍ଟର ଟି.ଅମ୍ବଝାଗନ ନିଜର ଡ୍ରାଇଭରଙ୍କୁ ନିଜେ ଗାଡି ଚଳେଇ ତାଙ୍କ ଘର ପର୍ଯ୍ୟନ୍ତ ଛାଡିବାକୁ ଯାଇଥିଲେ । ପ୍ରକୃତରେ ଅନେକ ବର୍ଷ ଚାକିରି ପରେ ଯେବେ ସେ ଅବସର ନେଲେ ତେବେ ନିଜେ ଜିଲ୍ଲାପାଳ ନିଜେ ତାଙ୍କର ଡ୍ରାଇଭର ହୋଇ ତାଙ୍କୁ ଘରକୁ ଛାଡିବାକୁ ଗଲେ ।

 

ଏହି ଭଳି ଘଟଣା ପ୍ରଥମ ଥର ପଦାକୁ ଆସିନାହିଁ। ଏହା ପୂର୍ବରୁ ବିହାରର ମୁଙ୍ଗେର ଓ ମହରାଷ୍ଟ୍ରରୁ ମଧ୍ୟ ଏହିଭଳି କଥା ଆଗକୁ ଆସିଛି । କଲେକ୍ଟର ସାହେବ ନିଜ ଡ୍ରାଇଭରର ଡ୍ରାଇଭର ନିଜେ ହେଲେ ଓ ତାଙ୍କର ଅନେକ ବର୍ଷର ସେବାର ସମ୍ମାନ କରିଛନ୍ତି । ତାମିଲନାଡୁର କରୁର ଜିଲ୍ଲାର ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟରେ ଡ୍ରାଇଭର ରୂପେ ଥିବା ପରମାଶିବମ ଗତ ୨୦ଏପ୍ରିଲରେ ଅବସର ଗ୍ରହଣ କରିଥିଲେ । ସେ ନିଜର ୩୫ବର୍ଷର ଚାକିରିକାଳ ମଧ୍ୟରେ ୮ଜଣ ଜିଲ୍ଲାପାଳ ଓ ଅନ୍ୟ ଅନେକ ଚାକିରିଆଙ୍କ ଡ୍ରାଇଭର ରୂପେ ଗାଡି ଚଳେଇଛନ୍ତି । କିନ୍ତୁ ଅବସର ନେବା ଦିନ ତାଙ୍କୁ ଜଣେ ଅଧିକାରୀ ଭଳି ବିଦାୟ ସମ୍ବର୍ଦ୍ଧନାର ଦାୟିତ୍ଵ ନିଜେ ଜିଲ୍ଲାପାଳ ଟି.ଅମ୍ବଝାଗନ ନେଇଥିଲେ ଓ ସେ ନିଜ ଡ୍ରାଇଭରଙ୍କ ଡ୍ରାଇଭର ହୋଇଗଲେ ।

 

ତାଙ୍କର ଦୀର୍ଘ ୩୫ବର୍ଷର ସେବା ସମାପ୍ତ ହୋଇସାରିଥିଲା । କିନ୍ତୁ ତାଙ୍କର ଏହି ସେବାନିବୃତ୍ତ ଦିନକୁ ତାଙ୍କର ଜିଲ୍ଲାପାଳ ଟି.ଅମ୍ବଝାଗନ କିଛି ସ୍ଵତନ୍ତ୍ର କରିଥିଲେ । ଏଥିପାଇଁ ସେ ନିଜେ ସଂପୂର୍ଣ୍ଣ ପ୍ରସ୍ତୁତି କରିଥିଲେ । ସର୍ବପ୍ରଥମେ ସେ ପରମାଶିବମ ଓ ତାଙ୍କର ପରିବାରକୁ ଅଫିସକୁ ନିମନ୍ତ୍ରଣ କରିଥିଲେ । ଏହାପରେ ସେ ପରମାଶିବମ ଓ ତାଙ୍କ ପତ୍ନୀଙ୍କୁ ସ୍ଵର୍ଣ୍ଣ ମୁଦ୍ରା ଓ ଶାଲ ଦେଇ ସମ୍ମାନିତ କଲେ । ଏ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା । ଏହାପରେ ଜିଲ୍ଲାପାଳ ମହୋଦୟଙ୍କର ଗୋଟିଏ ପଦକ୍ଷେପ ଚମକେଇ ଦେଲା । ସେ ସ୍ଵୟଂ ଗାଡିର ଗେଟ ଖୋଲିଲେ ଓ ପରମାଶିବମ ଓ ତାଙ୍କ ପରିବାରକୁ ଗାଡିରେ ବସିବାକୁ କହିଲେ । ଏହା ଦେଖି ସେ ଡରିଗଲେ ଓ ତାଙ୍କୁ ସଙ୍କୋଚ ଲାଗିଲା, କିନ୍ତୁ ଶେଷରେ ଜିଲ୍ଲାପାଳ ତାଙ୍କୁ ବୁଝେଇବାରୁ ସେ ରାଜିହେଲେ । ଜିଲ୍ଲାପାଳ ଅମ୍ବଝାଗନ ତାଙ୍କ ପରିବାରକୁ ଗାଡିରେ ବସେଇ ଘରେ ଛାଡି ଆସିଲେ ।

ପରମାଶିବମ ଏହି ସୁମ୍ପୂର୍ଣ୍ଣ ଘଟଣା ଉପରେ କୁହନ୍ତି, ଯେବେ ସାହେବ ନିଜେ ଗାଡି ଚଳେଇବାର ଘୋଷଣା କଲେ ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ମୋତେ ବହୁତ ଖୁସି ଲାଗିଲା । ଘର ପହଞ୍ଚିବା ପରେ ଜିଲ୍ଲାପାଳ ଟି.ଅମ୍ବଝାଗନ ପରମାଶିବମ ଙ୍କ ପରିବାର ସହ କିଛି ସମୟ କଟେଇଲେ । ନିଜ ଡ୍ରାଇଭରଙ୍କୁ ଏପରି ବିଦାୟ ସମ୍ବର୍ଦ୍ଧନା ବିଷୟରେ ଜିଲ୍ଲାପାଳ କହିଲେ , ଯଦି କଲଲେକ୍ଟର ୧୬ଘଣ୍ଟା କାମ କରୁଛନ୍ତି ତେବେ ତାଙ୍କର ଡ୍ରାଇଭର ୧୮ଘଣ୍ଟା ଖଟୁଛନ୍ତି । ମୁଁ କେବଳ ତାଙ୍କୁ ନିଜସ୍ୱ ଢଙ୍ଗରେ ସମ୍ମାନିତ କରିବାକୁ ଚାହୁଁଥିଲି ।

Leave a Reply

Your email address will not be published.