ପ୍ରତିବର୍ଷ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ହୋଇଥାଏ । ଏହା ଆଷାଢ ଶୁକ୍ଲପକ୍ଷ ଦ୍ଵିତୀୟା ତିଥିରେ ଆରମ୍ଭ ହୁଏ । ଏହି ଯାତ୍ରାରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରେ ବିରାଜମାନ କରନ୍ତି ଓ ବାଜାବଜେଇ ଯାତ୍ରାରମ୍ଭ ହୁଏ । ଭକ୍ତ ମାନେ ଏହି ରଥକୁ ଟାଣନ୍ତି ଓ ଏହି ରଥ ପୁରୀ ସହର ଦେଇ ଗୁଣ୍ଡିଚା ମନ୍ଦିର କୁ ଯାଏ । ଗୁଣ୍ଡିଚା ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସାତ ଦିନ ପାଇଁ ବିଶ୍ରାମ କରନ୍ତି । ଗୁଣ୍ଡିଚା ମନ୍ଦିର ପ୍ରଭୁ ଜଗନ୍ନାଥଙ୍କର ମାଉସୀ ଘର ହୋଇଥାଏ । ସାତ ଦିନ ପର୍ଯ୍ୟନ୍ତ ଆରାମ କରିବା ପରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରେ ଓ ମନ୍ଦିରରେ ପୁନଃ ସ୍ଥାପିତ କରାଯାଏ । ପ୍ରଭୁ ଜଗନ୍ନାଥଙ୍କର ଏହି ଫେରନ୍ତା ଯାତ୍ରାକୁ ବାହୁଡା ଯାତ୍ରା କୁହାଯାଏ । ଓ ଏହି ଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ସାମିଲ ହୋଇଥାନ୍ତି ।
ଗୁଣ୍ଡିଚା ମନ୍ଦିର ସହ ଥିବା ପ୍ରସଙ୍ଗ – ଏହି ମନ୍ଦିର ସହିତ ଏକ କଥା ଯୋଡି ହୋଇ ଅଛି ଯାହାକି ଦେବଶିଳ୍ପୀ ବିଶ୍ଵକର୍ମା ଏହି ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାର ନିର୍ମାଣ କରିଥିଲେ ଓ ପରେ ଏହି ପ୍ରତିମା ବଡଦେଉଳ ରେ ରଖାଯାଇଥିଲା ।
୪ଜୁଲାଇରେ ରଥଯାତ୍ରା ଆରମ୍ଭ ହେବ – ଏହିବର୍ଷ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଜୁଲାଇ ମାସ ୪ତାରିଖରୁ ଆରମ୍ଭ ହେବ । ଏହି ଯାତ୍ରା ବିଶ୍ଵପ୍ରସିଦ୍ଧ ଅଟେ ଓ ପ୍ରତିବର୍ଷ ଏହି ଯାତ୍ରାରେ ଯୋଗଦେବା ନିମନ୍ତେ ସାରା ଦୁନିଆରୁ ଭକ୍ତମାନେ ପୁରୀ ଆସନ୍ତି । ଏଭଳି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ କୌଣସି କାରଣହେତୁ ପୁରୀ ଆସିପାରନ୍ତି ନାହିଁ ଓ ଭଗବାନ ଜଗନ୍ନାଥଙ୍କର ଦର୍ଶନ କରିପାରନ୍ତି ନାହିଁ । ଯଦି ଆପଣ ମଧ୍ୟ କୌଣସି କାରଣରୁ ଏହି ଯାତ୍ରାରେ ସାମିଲ ହୋଇ ପାରୁନାହାନ୍ତି ତେବେ ଆପଣ ନିଜ ରାଶି ହିସାବରେ ନିମ୍ନରେ ଦିଆଯାଇଥିବା ମନ୍ତ୍ର ଜପ କରନ୍ତୁ । ଏହି ମନ୍ତ୍ରର ଜପ କରିବା ଦ୍ଵାରା ପ୍ରଭୁ ଜଗନ୍ନାଥ ପ୍ରସନ୍ନ ହେବେ ଓ ଯାତ୍ରାରେ ଯୋଗ ନଦେଇ ମଧ୍ୟ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ ।
ନିଜର ରାଶି ଅନୁଯାୟୀ ଏହି ମନ୍ତ୍ର ଜପ କରନ୍ତୁ
ମେଷରାଶି – ଓଁପଧ୍ୟାୟ ଜଗନ୍ନଥାୟ ନମଃ
ବୃଷରାଶି – ଓଁ ଶିଖିନେ ଜଗନ୍ନଥାୟ ନମଃ
ମିଥୁନ ରାଶି – ଓଁ ଦେବାଦିଦେବ ଜଗନ୍ନଥାୟ ନମଃ
କର୍କଟ ରାଶି – ଓଁ ଅନନ୍ତାୟ ଜଗନ୍ନଥାୟ ନମଃ
ସିଂହ ରାଶି – ଓଁ ବିଶ୍ଵରୂପେଣ ଜଗନ୍ନଥାୟ ନମଃ
କନ୍ୟା ରାଶି – ଓଁ ବିଷ୍ଣବେ ଜଗନ୍ନଥାୟ ନମଃ
ତୁଳା ରାଶି – ଓଁ ନାରାୟଣ ଜଗନ୍ନାଥାୟ ନମଃ
ବୃଶ୍ଚିକ ରାଶି – ଓଁ ଚତୁର୍ମୁର୍ତ୍ତୀ ଜଗନ୍ନଥାୟ ନମଃ
ଧନୁ ରାଶି – ଓଁ ରତ୍ନନାଭଃଜଗନ୍ନଥାୟ ନମଃ
ମକର ରାଶି – ଓଁ ଯୋଗୀ ଜଗନ୍ନଥାୟ ନମଃ
କୁମ୍ଭ ରାଶି – ଓଁ ବିଶ୍ଵମୂର୍ତ୍ତୟେ ଜଗନ୍ନଥାୟ ନମଃ
ମୀନ ରାଶି – ଓଁ ଶ୍ରୀପତି ଜଗନ୍ନଥାୟ ନମଃ –
ଉପରୋକ୍ତ ମନ୍ତ୍ର ଗୁଡିକୁ ଆପଣ କମ ସେ କମ ୨୧ଥର କରିବେ ଓ ଏହି ମନ୍ତ୍ର ଜପ କରିବା ସମୟରେ ଗୋଟିଏ ଦୀପ ନିଜ ପାଖରେ ନିଶ୍ଚିତ ଜଳେଇ ରଖିବେ । ଏହି ମନ୍ତ୍ର ଛଡା ନିମ୍ନରେ ଦିଆଯାଇଥିବା ମନ୍ତ୍ରର ଜପ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ଓ ଏହି ମନ୍ତ୍ରର ଜପ କଲେ ଭଗବାନ ଜଗନ୍ନାଥ ଙ୍କର କୃପା ଆପଣଙ୍କ ଉପରେ ରହିଥାଏ । ଏହି ମନ୍ତ୍ର ଜପ ୩୧ଥର କରନ୍ତୁ
ନିଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ।
ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନଥାୟ ତେ ନମଃ ॥