April 16, 2024

Odia Express

News For Public

ପାକିସ୍ଥାନର ପୂର୍ବ କ୍ରିକେଟର BCCI କୁ କହିଲେ – ଦୁଇ ସପ୍ତାହ ପାଇଁ ମୋତେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଅ ମୁଁ ତାଙ୍କୁ..

1 min read

ଗୁରୁବାର ଦିନ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଖେଲାଯାଇଥିଲା , ଯାହାକୁ ଭାରତ ୧୨୫ରନ ବ୍ୟବଧାନରେ ଜିତି ଯାଇଥିଲା । ଭାରତ ଏହି ମ୍ୟାଚ ଜିତି ଅନେକ ରେକର୍ଡ କାୟମ କରିଥିଲା କିନ୍ତୁ ପାକିସ୍ଥାନର ପୂର୍ବ କ୍ରିକେଟରଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ପସନ୍ଦ ହୋଇନାହାନ୍ତି । ଏତିକି ନୁହେଁ, ପାକିସ୍ଥାନର ପୂର୍ବ କ୍ରିକେଟର ଅବଦୁଲ ରଜାକ ବିସିସିଆଇ କୁ ଟୁଇଟ କରିଛନ୍ତି , ଯାହାପରେ ଏହି ପୁରା ଘଟଣା ପ୍ରସାରିତ ହୋଇଗଲା । ତେବେ ଆସନ୍ତୁ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣିବା ।ଭାରତ ବନାମ ୱେଷ୍ଟଇଣ୍ଡିଜ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ କରି ନିଜର ଚମତ୍କାରିତା ଦେଖାଇଥିଲେ । ବୋଲିଂ କରି ଗୋଟିଏ ୱିକେଟ ମଧ୍ୟ ନେଇଥିଲେ । ହାର୍ଦ୍ଦିକଙ୍କର ଏହି ପ୍ରଦର୍ଶନରେ ଭାରତୀୟ ପ୍ରଶଂସକ ବହୁତ ଖୁସି ହୋଇଥିଲେ , କିନ୍ତୁ ପାକିସ୍ଥାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଙ୍କୁ ଏହା ପସନ୍ଦ ଆସିଲା ନାହିଁ ।

 

ଏହି କାରଣରୁ ସେ ଗୋଟିଏ ଭିଡିଓ ସେୟାର କରିଥିଲେ । ଏତିକି ନୁହେଁ , ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଠାରୁ ହାର୍ଦ୍ଦିକଙ୍କୁ ଦୁଇସପ୍ତାହ ପାଇଁ ମାଗିଥିଲେ , ଏହାପରେ ତାଙ୍କର ଏହି ଟୁଇଟ ଭାଇରାଲ ହୋଇଥିଲା ।

ଦୁଇ ସପ୍ତାହ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମାଗିଲେ

ରଜାକ ପାଣ୍ଡ୍ୟାଙ୍କୁ ଦୁଇସପ୍ତାହ ପାଇଁ ମାଗିଲେ । ଏହି ଦୁଇ ସପ୍ତାହରେ ରଜାକ ପାଣ୍ଡ୍ୟାଙ୍କୁ କ୍ରିକେଟ ଶିଖେଇବାକୁ ଚାହୁଁଥିଲେ । ପ୍ରକୃତରେ ଅବଦୁଲ ରଜାକଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫୁଟୱାର୍କରେ ଭୁଲଥିବା ଜାଣିପାରିଛନ୍ତି । ଯେଉଁଥିପାଇଁ ସେ ତାଙ୍କୁ କୋଚିଙ୍ଗ ଦେବାକୁ ରାଜି ଅଛନ୍ତି । ଏତିକି ନୁହେଁ ରଜାକ ଦାବି କରିଛନ୍ତି ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି କରିପାରିବେ । ସେଥିପାଇଁ ତାଙ୍କୁ କେବଳ ମାତ୍ର ଦୁଇସପ୍ତାହ ଦରକାର ।

 

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କୁ ଟୁଇଟ କଲେ

ରଜାକ ବିସିସିଆଇ କୁ ଟୁଇଟ କରି କହିଲେ କି “ଆଜି ମୁଁ ପାଣ୍ଡ୍ୟାଙ୍କ ଖେଳ ବହୁତ ନିକଟରୁ ନିରୀକ୍ଷଣ କରିଛି , ଏହାପରେ ମୋତେ ତାଙ୍କ ଖେଳରେ କିଛି ଅଭାବ ଅନୁଭୂତ ହୋଇଛି ଯାହାକୁ ସୁଧାରିବା ପାଇଁ ମୁଁ ପ୍ରସ୍ତୁତ ଅଛି , “ ସେ ଆହୁରି ଲେଖିଲେ ଯଦି ବିସିସିଆଇ ପାଣ୍ଡ୍ୟାଙ୍କ ଖେଳରେ ସୁଧାର ଆଣିବାକୁ ଇଚ୍ଛୁକ ତେବେ ମୋତେ ଦୁଇସପ୍ତାହ ନିମନ୍ତେ ଦିଅନ୍ତୁ , ଏହାପରେ ମୁଁ ତାଙ୍କୁ ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡର ବନେଇଦେବି । ଏହି ଟୁଇଟ ଖୁବ ଭାଇରାଲ ହେଉଛି କିନ୍ତୁ ବିଶ୍ବାସ ହେଉନାହିଁ ।

 

ପାକିସ୍ଥାନର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଥିଲେ ଅବଦୁଲ ରଜାକ

ପାକିସ୍ଥାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ନିଜ କ୍ୟାରିଅରରେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କ ନାମ ଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରେ ଗଣାଯାଏ । ସେ ଆନ୍ତର୍ଜାତୀୟ କ୍ରିକେଟରେ ୪୬ଟେଷ୍ଟରେ ୧୯୪୬ରନ କରିବା ସହ ୧୦୦ୱିକେଟ ବି ନେଇଛନ୍ତି । ୨୬୫ଏକଦିବସୀୟରେ ୫୦୮୦ରନ କରିବା ସହ ୨୬୯ୱିକେଟ ନେଇଛନ୍ତି । ପଡିଆରେ ରଜାକ ଭଲଭଲ ଖେଳାଳିଙ୍କର ଝାଳ ବୁହେଇ ଦେଇଥିଲେ । ଏହି କାରଣରୁ ତାଙ୍କୁ ପାକିସ୍ତାନର ଶ୍ରେଷ୍ଠ ଖେଳାଳି ମାନଙ୍କ ମଧ୍ୟରେ ଗଣାଯାଏ ।

Leave a Reply

Your email address will not be published. Required fields are marked *