May 25, 2024

Odia Express

News For Public

ନିଜ ପୁତ୍ରର ଭୁଲ୍ ଯୋଗୁଁ ଭଗବାନ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହେଇଥିଲା, ଏହି କାହାଣୀ ଆପଣ କେଉଁଠି ଶୁଣିନଥିବେ..

ଭଗବାନ ଶ୍ରୀକୃଷ୍ଣଙ୍କର ଜୀବନ ସହ ଯୋଡି ହୋଇଥିବା ବହୁତ ଗୁଡିକ କଥା ଆମକୁ ନାନାପ୍ରକାର ଗ୍ରନ୍ଥରେ ଶୁଣିବାକୁ ମିଳେ । ଶ୍ରୀକୃଷ୍ଣ ଓ କଂସଙ୍କ କଥା , ତାଙ୍କର ବାଳ ଲୀଳାଗୁଡିକ , ମହାଭାରତ ଯୁଦ୍ଧ ଓ ତାଙ୍କର ଭୁମିକା , ଶ୍ରୀକୃଷ୍ଣଙ୍କ ଦିଆଯାଇଥିବା ଗୀତାର ଉପଦେଶ ବିଷୟରେ ପ୍ରାୟ ସବୁ ସୁଚନା ମିଳିଯାଏ । କିନ୍ତୁ ବହୁତ ଲୋକଙ୍କ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ମୃତ୍ୟୁର କାରଣ କିପରି ହେଲା ଏହା ବିଷୟରେ ସୁଚନା ନାହିଁ । ପ୍ରକୃତରେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ତାଙ୍କର କୁଳ ର ନାଶା ଶ୍ରୀକୃଷ୍ଣ ପୁତ୍ର ସାଂବ କାରଣରୁ ହୋଇଥିଲା । ଶ୍ରୀକୃଷ୍ଣଙ୍କ ସହ ହୋଇଥିବା ମୃତ୍ୟୁର ରହସ୍ୟ ମହାଭାରତ ଗ୍ରନ୍ଥରେ ଦେଖିବାକୁ ମିଳିଥାଏ ।

 

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଗୋକୁଳରେ ହୋଇଥିଲା । ଓ ସେଠାରେ ସେ ନିଜର ଛୁଆବେଳ କାଟିଥିଲେ ।କିନ୍ତୁ କଂସକୁ ବଧ କରିବାପରେ ଭଗବାନ ଶ୍ରୀକୃଷ୍ଣ ଗୋକୁଳ ବାସୀଙ୍କୁ ଦ୍ୱାରିକା ଚାଲି ଆସିଥିଲେ । ଏହି ଜାଗାରେ ସେ ନିଜର ରାଜ୍ୟ ସ୍ଥାପିତ କରିଥିଲେ । ମହାଭାରତ ଯୁଦ୍ଧ ପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖାକରିବାକୁ ଦେବର୍ଷୀ ନାରଦ , ଦୁର୍ବଶା, ବିଶ୍ୱାମିତ୍ର ସହିତ ଅନ୍ୟ ବହୁତ ସାରା ରୁଷି ମୁନି ଦ୍ୱାରକା ଆସିଥିଲେ । ସେହି ସମୟରେ ଶ୍ରୀକୃଷ୍ଣ ଓ ଜମ୍ବାବତୀଙ୍କ ପୁଅ ସାଂବ ରୁଷି ମୁନିଙ୍କ ସହ ମଜାକ୍ କରିବା ପାଇଁ ଏକ ଗର୍ଭବତୀ ନାରୀର ରୁପ ଧାରଣ କରିନେଇଥିଲା , ଓ ରୁଷି ମୁନିଙ୍କୁ ମିଶିକରି ପ୍ରଶ୍ନ କରିଥିଲା । ଓ କହିଥିଲା କି ତାର୍ ଗର୍ଭରେ ଏକ ପୁତ୍ର ଅଛି କି କନ୍ୟା , ସାଂବର ଏହି ମଜାକ୍ ରୁଷି ମୁନିଙ୍କୁ ପସନ୍ଦ ଆସିନଥିଲା । ଓ ରୁଷି ମୁନି ମାନେ କ୍ରୋଧରେ ଆସି ସାଂବଙ୍କୁ ଶ୍ରାପ ଦେଲେ । ସାଂବକୁ ଶ୍ରାପ ଦେଇକରି ରୁଷି ମୁନି ମାନେ କହିଲେ କି ଏକ ଲୁହାର ଶରୀରରୁ ତୀର ଜନ୍ମ ନେବ , ଓ ଏହି ଲୁହା ତୀର ସକାଶେ ତାର କୁଳ ପୁରା ଭାବେ ସମାପ୍ତ ହୋଇଯିବ ।

 

ଏହି ଶ୍ରାପରୁ ମୁକ୍ତି ପାଇବାପାଇଁ ସାଂବ ଦ୍ୱାରକା ପାଖରେ ଥିବା ପ୍ରଭାସ ନଦୀରେ ଏକ ତମ୍ବାର ତୀର ର ଚୁର୍ଣ୍ଣ ପ୍ରବାହିତ କରିଲେ । ଏହି ଚୁର୍ଣ୍ଣ ଏକ ମାଛ ଗିଳିଦେଇଥିଲା । କିଛି ସମୟ ପରେ ଦ୍ୱାରିକାରେ ରହିବାପରେ ଲୋକଙ୍କ ଜୀବନ ଏକ ଦମ୍ ବଦଳିଗଲା ଓ ସେଠାରେ ରହୁଥିବା ସବୁ ଅଧିବାସୀ ନିଜ ନିଜ ମଧ୍ୟରେ ଲଢେଇ ଝଗଡା କରିବାକୁ ଲାଗିଲେ,  ଅନ୍ୟ ରାଜ୍ୟର ଲୋକଙ୍କ ଦ୍ୱାରା ପାପରୁ ଶେଷ କରିବାପାଈଁ ଭଗବାନ ଶ୍ରୀକୃଷ୍ଣ ସେହି ପ୍ରଭାସ ନଦୀରେ ଯାଇକରି ସ୍ନାନ କରିବାକୁ କହିଲେ , ସେହି ସମୟରେ ରାଜ୍ୟର ଲୋକଙ୍କ ମଧ୍ୟରେ ଆହୁରି ଥରେ କଳହ ବଢିଗଲା । ବହୁତ ଲୋକ ମରିଯାଇଥିଲେ । ଯାହାର୍ ପରେ ଭଗବାନ ଶ୍ରୀକୃଷ୍ଣ ନିଜ ରାଜ୍ୟର ଛୁଆମାନଙ୍କୁ ହସ୍ତିନାପୁର ପଠେଇଦେଲେ । ଦିନେ ଭଗବାନ ଶ୍ରୀକୃଷ୍ଣ ବନରେ ଆରାମ କରୁଥିଲେ । ତେବେ ସେହି ସମୟରେ ଏକ ଶବର ତାଙ୍କୁ ହରିଣ ଭାବିକରି ତାଙ୍କ ଉପରକୁ ତୀର କ୍ଷେପଣ କରିଥିଲା । ତୀର ଭଗବାନ ଶ୍ରୀକୃଷ୍ଣଙ୍କ ପାଦରେ ଯାଇଲାଗିଥିଲା । ଓ ତୀର ଲାଗିବାପରେ ଭଗବାନ ଶ୍ରୀକୃଷ୍ଣ ନିଜ ମାନବ ଶରୀର ତ୍ୟାଗ କରିଦେଲେ । ଓ ବୈକୁଣ୍ଠ ଚାଲିଗଲେ ।

ମହାଭାରତର ଗ୍ରନ୍ଥ ଅନୁସାରେ ଯେଉଁ ମାଛ ତମ୍ବାର ତୀର ଚୁର୍ଣ୍ଣ ଗିଳିଥିଲା, ତାହାର ପେଟରେ ଏକ ଧାତୁ ହୋଇଯାଇଥିଲା  ଶବର ଦିନେ ନଦୀକୁ ମାଛ ଧରିବାକୁ ଗଲା , ଓ ମାଛ ପେଟରୁ ସେହି ଧାତୁକୁ ବାହାର କରି ସେହି ଧାତୁରେ ଏକ ତୀର ବନେଇଲା , ଏହି ତୀରକୁ ସେ ବୋଧେ ଶ୍ରୀକୃଷ୍ଣଙ୍କ ପାଦକୁ ମାରିଥିଲା ।

Leave a Reply

Your email address will not be published. Required fields are marked *