March 27, 2024

Odia Express

News For Public

ହୋଟେଲ୍ ରେ ଖାଇବାପରେ ବିଲ୍ ସହ କଣ ପାଇଁ ଦିଆ ଯାଇଥାଏ ଧନିଆଁ ଓ ମିଶ୍ରି , ୯୯% ପ୍ରତିଶତ ଲୋକେ ଜାଣିନାହାନ୍ତି ଏହା ବିଷୟରେ..

ଆଜି କାଲି ଲୋକେ ଦିନେ ଛାଡି ଦିନେ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥାନ୍ତି , କିଛି ଲୋକ ରେଷ୍ଟୁରାଣ୍ଟରେ ଖାଇଥାନ୍ତି ତ ଆଉ କେହି ଢାବାରେ ଖାଇଥାନ୍ତି , କିନ୍ତୁ ଆପଣ କେବେ ଏହି କଥାକୁ ନଜର ଦେଇଛନ୍ତି କି ଯେବେ ଆପଣ ଖାଇବା ପରେ ବିଲ୍ ପୈଠ କରିବାକୁ ଯାଇଥାନ୍ତି , ତେବେ ସେଠାରେ ଧନିଆଁ ଓ ମିଶ୍ରି କଣ ପାଇଁ ଦିଆଯାଇଥାଏ , ବୋଧେ ଆପଣଙ୍କୁ ଏହି ବିଷୟରେ କେବେ ବି ଜଣା ନଥିବ , ତେବେ ଆସନ୍ତୁ ଜାଣିବେ ଏହା ବିଷୟରେ ।

 

ଯେବେ ଆମେ କେଉଁଆଡେ ଯାଇଥାଉ ସେଠାରେ ହୋଟେଲ୍ ହେଉ କିମ୍ବା ରେଷ୍ଟୁରାଣ୍ଟ ସେହି ଖାଇବା ମସଲାଦାର୍ ହୋଇଥାଏ , ସାଲାଡ୍ ଖାଇଲେ ଆପଣଙ୍କ ମୁହଁରେ ଦୁର୍ଗନ୍ଧ ଆସିଥାଏ , ତେଣୁ ଏହାକୁ ଦୂର କରିବା ପାଇଁ ଧନିଆଁ ଓ ମିଶ୍ରୀ ଦିଆଯାଇଥାଏ , ଯଦି ଆପଣଙ୍କୁ ଏହି କଥାରେ ବିଶ୍ୱାସ ହେଉନାହିଁ ତେବେ ଆପଣ ଏହା କରି ଦେଖିପାରିବେ , ଯଦି ଆପଣଙ୍କ ମୁହଁରୁ ପିଆଜର ଗନ୍ଧ ଆସୁଛି ତେବେ ଥରେ ଧନିଆଁ ଓ ମିଶ୍ରି ଖାଇକରି ଦେଖନ୍ତୁ , ଫ୍ରେସ୍ ଫିଲ୍ କରିବେ ।

 

ଏହା ଦ୍ୱାରା ଆପଣଙ୍କ ମୁହଁରୁ ସବୁ ଦୁର୍ଗନ୍ଧ ଦୁର ହୋଇଯିବ , ଓ ଧନିଆଁ ଓ ମିଶ୍ରୀ ପାଚନ ଶକ୍ତି ବଢାଇବାରେ ସାହାଯ୍ୟ କରିବ , ଅଧିକାଂଶ ଲୋକେ ଖାଇବା ପରେ ଧନିଆଁର ସେବନ କରିଥାନ୍ତି , ଧନିଆଁ ଖାଇବା ଦ୍ୱାରା ପେଟରେ ଆସିଡିଟି ହୁଏ ନାହିଁ , ଓ ଖାଇବା ହଜମ କରିବାରେ ସହାୟକ ହୋଇଥାଏ , ତେବେ ଧନିଆଁ ଓ ମିଶ୍ରୀ ଖାଇଲେ ଏହି ସବୁ ଫାଇଦା ହୋଇଥାଏ , ଓ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ ।

Leave a Reply

Your email address will not be published. Required fields are marked *