April 12, 2024

Odia Express

News For Public

ଯେଉଁମାନଙ୍କ ନାମଏହି ତିନି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଜୀବନସାରା ଦୁଃଖୀ ରହନ୍ତି , ପ୍ରକୃତ ପ୍ରେମ ମଧ୍ୟ ମିଳେ ନାହିଁ…

1 min read

ଜୀବନରେ ସୁଖ ଓ ଦୁଃଖର ଯିବାଆସିବା ଲାଗିରହେ । ଦୁଃଖ ପରେ ସୁଖ ଓ ସୁଖପରେ ଦୁଖ ଗୋଟିଏ  ଅନ୍ୟର ପୂରକ ହୋଇଥାଏ । ଏହି ଦୁନିଆରେ କେହି ମଧ୍ୟ ପୂର୍ଣ୍ଣ ରୂପେ ସୁଖୀ ବା ଦୁଃଖୀ ନୁହନ୍ତି । କିନ୍ତୁ ଜ୍ୟୋତିଷ କଥା ଅନୁଯାୟୀ ମନୁଷ୍ୟର ଭାଗ୍ୟ ତାର ନାମ ସହ ଯୋଡି ହୋଇଥାଏ । ଜ୍ୟୋତିଷରେ କୁହାଯାଇଛି ଯେପରି ମନୁଷ୍ୟର ଜୀବନରେ ମୂଳାଙ୍କ ଓ ଭାଗ୍ୟାଙ୍କ ପ୍ରଭାବ ପକାଏ ଠିକ ସେହିପରି ମନୁଷ୍ୟର ନାମ ମଧ୍ୟ ତାର ଜୀବନରେ ଗଭୀର ପ୍ରଭାବ ପକେଇଥାଏ । ଏହି ଦୁନିଆରେ ସମସ୍ତେ ସୁଖୀ ରହି ପାରିବେ ନାହିଁ । ଜ୍ୟୋତିଷ ଶାସ୍ତ୍ରରେ କିଛି ଏପରି ଲୋକମାନଙ୍କ କଥା ଅଛି ଯେଉଁମାନେ  ଅଧିକତର ଦୁଃଖୀ ରୁହନ୍ତି ଏତିକି ନୁହେଁ ଏମାନଙ୍କୁ ଜୀବନସାରା ବାସ୍ତବ ପ୍ରେମ ମିଳିନଥାଏ । କିଏ ସେହି ୩ ନାମ ବାଲା ଆସନ୍ତୁ ଜାଣିବା ।

 

N ନାମ ବାଲା ଲୋକ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ Sନାମର ବ୍ୟକ୍ତିମାନେ ଅଧିକତର ଦୁଃଖୀ ହୋଇଥାନ୍ତି । ଏହାର ସବୁଠାରୁ ବଡ କାରଣ ଏହି ଲୋକମାନେ ବହୁତ ଅଧିକ ସଚ୍ଚୋଟ ଅଟନ୍ତି ଓ ଏମାନଙ୍କ ହୃଦୟ ନିର୍ମଳ। ଏମାନଙ୍କର ଏହି ସୁଗୁଣ ଏମାନଙ୍କ ନିମନ୍ତେ କାଳ ହୋଇଥାଏ । ଏମାନଙ୍କର ଭଲଗୁଣର ଲାଭ ଅନ୍ୟମାନେ ଉଠେଇଥାନ୍ତି । ଏହି ଲୋକମାନଙ୍କୁ ସମାଜରେ ବହୁତ ମାନସମ୍ମାନ ପ୍ରାପ୍ତ ହୁଏ ଓ ଭଲ ଚାକିରି ମଧ୍ୟ କରନ୍ତି । ଏସବୁ ଥାଇ ମଧ୍ୟ ଏମାନେ ଖୁସିରେ ରୁହନ୍ତି ନାହିଁ । ପ୍ରେମ ବ୍ୟାପାରରେ ଏମାନେ ଦୁର୍ବଳ । ଏମାନଙ୍କୁ କେବେ ସଚ୍ଚା ପ୍ରେମ ମିଳେ ନାହିଁ ।

 

P ନାମ ବାଲା ଲୋକ

Pନାମ ଧାରୀ ବ୍ୟକ୍ତି ମାନେ ବହୁତ ସିଧାସଧା ଓ ଭୋଳା ହୋଇଥାନ୍ତି । ଏମାନନକୁ କେହି ବି ସହଜରେ ବୋକା ବନେଇଦିଏ ଓ ଅନୈତିକ ଲାଭ ଉଠେଇ ଥାଏ । ଏଥିପାଇଁ ଏମାନଙ୍କ ମନରେ ବହୁତ ଦୁଃଖ ହେଉଥିଲେ ମଧ୍ୟ ଏମାନେ ଏକଥା କାହାକୁ କୁହନ୍ତି ନାହିଁ । ଏମାନେ ସ୍ଵଭାବତଃ ବହୁତ ଜିଦ୍ଦି ହୋଇଥାନ୍ତି । ଏହି କାରଣରୁ ଏମାନଙ୍କ ପ୍ରେମ ଏମାନଙ୍କୁ ଛାଡି ଚାଲି ଯାଆନ୍ତି । ଏଥିପାଇଁ ଏମାନେ ନିଜ ସଂପୂର୍ଣ୍ଣ ଜୀବନ ଅଧିକାଂଶ ନିଃସଙ୍ଗ ଓ ଦୁଃଖରେ ବିତେଇ ଥାନ୍ତି ।

 

B ନାମଧାରୀ ବ୍ୟକ୍ତି

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ B ନାମଧାରୀ ବ୍ୟକ୍ତିମାନେ ମଧ୍ୟ ଅଧିକତର ଦୁଃଖୀ ହୋଇଥାନ୍ତି । ଜ୍ୟୋତିଷଶାସ୍ତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ ଧୌର୍ଯ୍ୟବାନ କୁହାଯାଏ । ଏମାନଙ୍କର ଧୌର୍ଯ୍ୟ ବହୁତ ଅଧିକ ହୋଇଥାଏ । ଏମାନେ ସମାଜରେ ବହୁତ ପ୍ରସିଦ୍ଧ ହୋଇଥାନ୍ତି ଓ ଲୋକମାନେ ଏମାନଙ୍କୁ ବହୁତ ପସନ୍ଦ କରନ୍ତି ବିଶେଷକରି ନାରୀ ମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୁଅନ୍ତି । ତଥାପି ଏମାନେ ନିରୁତା ପ୍ରେମରୁ ବଞ୍ଚିତ ରୁହନ୍ତି । ଏମାନେ ଖୁବ ଶୀଘ୍ର ଅନ୍ୟ ଉପରେ ବିଶ୍ବାସ କରିଯାନ୍ତି ଓ ପ୍ରତ୍ୟେକ ଥର ଭାଙ୍ଗେ। ଏମାନଙ୍କର ଜୀବନରେ ପାରିବାରିକ ସମସ୍ୟା ନିରନ୍ତର ଚାଲୁଥାଏ ଯେଉଁ କାରଣରୁ ଏମାନେ ନିଜର ଜୀବନ ଶାନ୍ତିରେ ବିତେଇ ପାରନ୍ତି ନାହିଁ।

Leave a Reply

Your email address will not be published. Required fields are marked *