April 19, 2024

Odia Express

News For Public

୧୨ ଜୁଲାଇରେ ଅଛି ଦେବଶୟନୀ ଏକାଦଶୀ- ଏହିଦିନ ଭୁଲ ରେ ମଧ୍ୟ ଏପରି କାମ କରନ୍ତୁ ନାହିଁ ନଚେତ…

ଦେବଶୟନୀ ଏକାଦଶୀ କୁ ପଦ୍ମା ଏକାଦଶୀ ନାମରେ ମଧ୍ୟ ନାମିତ ହୋଇଛି । ଓ ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁ ଙ୍କର ପୂଜା କରାଯାଏ । ଦେବଶୟନୀ ଏକାଦଶୀ ସହ ଥିବା ମାନ୍ୟତା ଅନୁଯାୟୀ ଏହି ଦିନ ଠାରୁ ଭଗବାନ ବିଷ୍ଣୁ ପାତାଳଲୋକରେ ନିବାସ କରନ୍ତି ଓ କାର୍ତ୍ତିକ ମାସ ର ଶୁକ୍ଳ ପକ୍ଷ ର ଏକାଦଶୀ ଦିନ ବୈକୁଣ୍ଠ ଆସନ୍ତି । ଏହିବର୍ଷ ଦେବଶୟନୀ ଏକାଦଶୀ ୧୨ଜୁଲାଇ ଦିନ ପାଳିତ ହେବ ଓ ଏହିଦିନ ବ୍ରତ ରଖିବାର ବିଶେଷ ମହତ୍ଵ ରହିଛି ।

ଏକାଦଶୀ ମଙ୍ଗଳଦାୟକ ନୁହେଁ

ଦେବଶୟନୀ ଏକାଦଶୀକୁ ଶୁଭ କୁହାଯାଏ ନାହିଁ  ଓ ଏହି ଏକାଦଶୀ ଦିନ କୌଣସି ପ୍ରକାର ଶୁଭକାର୍ଯ୍ୟ କରାଯାଏ ନାହିଁ। ଏଥିପାଇଁ ଆପଣ ଏହି ଦିନ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ।

 

ଏକାଦଶୀ ବ୍ରତ କରିବାର ନିୟମ

ଦେବଶୟନୀ ଏକାଦଶୀଦିନ ପ୍ରାତଃ ସ୍ନାନ କରନ୍ତୁ ଓ ତାପରେ ଠାକୁରଗୃହ ପରିଷ୍କାର କରନ୍ତୁ ।

ମନ୍ଦିର ପରିଷ୍କାର କରିବା ପରେ ଭଗବାନ ବିଷ୍ଣୁଙ୍କର ମୂର୍ତ୍ତିଙ୍କୁ ସ୍ନାନ କରାନ୍ତୁ ଓ ନୂତନ ବସ୍ତ୍ର ପିଣ୍ଢେଇ ଦିଅନ୍ତୁ ।

ଭଗବାନ ବିଷ୍ନୁଙ୍କର ପୂଜା କରିବା ସମୟରେ ମନ୍ତ୍ର ଜପ କରନ୍ତୁ ଓ ଉପବାସ ରଖନ୍ତୁ ।

ଦେବଶୟନୀ ଏକାଦଶୀଦିନ ଭଗବାନ ବିଷ୍ନୁଙ୍କର ପୂଜା କରିବା ସହ ଶାଳଗ୍ରାମଙ୍କର ଓ ଲକ୍ଷ୍ମୀଙ୍କର ପୂଜା କରାଯାଏ।

ଦେବଶୟନୀ ଏକାଦଶୀଦିନ ଭୂମି ଉପରେ ଶୁଅନ୍ତି ଓ ବିଛଣାରେ ଶୋଇବା ଏହିଦିନ ବର୍ଜିତ ହୋଇଥାଏ ।

 

ଦେବଶୟନୀ ଏକାଦଶୀ ଦିନ ଭଗବାନ ବିଷ୍ଣୁ ଙ୍କର ପୂଜା କରିବା ସମୟରେ ତୁଳସୀପତ୍ରର ବ୍ୟବହାର ନିଶ୍ଚିତ କରାଯାଏ । ଯଦିଓ ଏହି ଦିନ ତୁଳସୀ ପତ୍ର ତୋଳିବା ମନା । ସେଥିପାଇଁ ଆପଣ ଏକାଦଶୀ ପୂର୍ବ ଦିନ ତୁଳସୀ ପତ୍ର ତୋଳି ରଖିଦିଅନ୍ତୁ ।

ଦେବଶୟନୀ ଏକାଦଶୀ ଦିନ କଂସା ନିର୍ମିତ ବାସନ ବ୍ୟବହାର କରନ୍ତୁ ।

ଏହିଦିନ ଘରେ ଚଣା, ବିରି ଓ ଚାଉଳ ନିର୍ମିତ ଖାଦ୍ୟ ବ୍ୟଞ୍ଜନ କରନ୍ତୁ ନାହିଁ ଓ ଖାଆନ୍ତୁ ନାହିଁ ।

ଏହି ମନ୍ତ୍ରର ଜପ କରନ୍ତୁ

ଦେବଶୟନୀ ଏକାଦଶୀଦିନ ଆପଣ ତିନି ଥର ଭଗବାନ ବିଷ୍ନୁଙ୍କର ପୂଜା କରନ୍ତୁ ଓ ପୂଜା ସମୟରେ ନିମ୍ନଲିଖିତ ମନ୍ତ୍ର ଜପ କରନ୍ତୁ । ଏହି ମନ୍ତ୍ର ଗୁଡିକ ଏହି ପ୍ରକାର ଅଟେ

ଓଁ ନମୋ ନାରାୟଣ,

ଓଁ ନମୋ ଭଗବତେ ବାସୁଦେବାୟ

ଓଁ ବିଷ୍ଣବେ ନମଃ ଇତ୍ୟାଦି । ଇତି

ଦେବଶୟନୀ ଏକାଦଶୀବ୍ରତ ସହ ଥିବା ପୌରାଣିକ କଥା

ଦେବଶୟନୀ ଏକାଦଶୀ ଦିନ ବ୍ରତ ରଖିଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି ଓ ଏହି ଦିନ ବ୍ରତ ରଖିବା ବିଷୟରେ ଗୋଟିଏ କଥା ଅଛି । ମାନ୍ଧତା ନାମରେ ଜଣେ ରାଜା ଥିଲେ ଓ ସେନିଜର ପ୍ରଜା ମାନଙ୍କୁ ବହୁତ ସ୍ନେହ କରୁଥିଲେ । ଠାରେ ରାଜ୍ୟରେ ଅକାଳ ପଡିଲା । ଏହି ଅକାଳ କାରଣରୁ ରାଜ୍ୟରେ ଅନ୍ନର ଅଭାବ ହେବାକୁ ଲାଗିଲା ଓ ପ୍ରଜା ମାନେ କଷ୍ଟ ପାଇଲେ। ନିଜର ପ୍ରଜା ମାନଙ୍କୁ ଦୁଃଖୀ ଦେଖି ମାନ୍ଧତା ରାଜା ଋଷିମାନଙ୍କ ସହ ଅକାଳ ଦୂର କରିବା ନିମନ୍ତେ ପରାମର୍ଶ କଲେ । ଋଷି ମାନେ ରାଜାଙ୍କୁ ଦେବଶୟନୀ ଏକାଦଶୀ ଦିନ ବ୍ରତ ରଖିବାକୁ ପରାମର୍ଶ ଦେଲେ । ଋଷିମାନଙ୍କ ପରାମର୍ଶ ମାନି ରାଜା ଦେବଶୟନୀ ଏକାଦଶୀ ଦିନ ବ୍ରତ ରଖିବା ଆରମ୍ଭ କରଳେ ଓ କିଛି ସମୟ ପରେ ତାଙ୍କ ରାଜ୍ୟରେ ବର୍ଷ ହେଲା ଓ ଅକାଳ ଦୂର ହେଲା । ଏଥିପାଇଁ ଏପରି ମାନ୍ୟତା ଅଛି ଯେ ଯେ କେହି ଦେବଶୟନୀ ଏକାଦଶୀ ବ୍ରତ କରନ୍ତି ତାଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।

Leave a Reply

Your email address will not be published. Required fields are marked *