April 11, 2024

Odia Express

News For Public

ରାତି ଅଧରେ ବସ ରୁ ଓଲ୍ହେଇଲା ଜଣେ ଏକୁଟିଆ ଝିଅ ,ବସ ଡ୍ରାଇଭର ଓ କଂଡକ୍ଟର ପଚାରିଲେ କିଏ ନେବା ପାଇଁ ଆସିବ ? ,ଝିଅ ଟି କହିଲା ନା ,ଆଉ ତାପରେ …

1 min read

ବର୍ତମାନ ସମୟରେ ଆମ ଦେଶ ସତେ ଯେପରି ଦିନକୁ ଦିନ ଖରାପ ଆଡକୁ ଗତି କରୁଛି |ଦେଶରେ ଅନେକ ଲୋକ ଏବେ ଖରାପ ହେଲେ ମଧ୍ୟ ତାଙ୍କ ଭିତରେ କିଛି ଭଲ ଲୋକ ଲୁଚିଛନ୍ତି ,ଯାହାଙ୍କ ପାଇଁ ସାରା ଭାରତ ବେଳେବେଳେ ଗର୍ବ କରେ | ଦେଶରେ ଲଗାତାର ନୃଶଂସତା ବୃଦ୍ଧି ପାଇଛି , ମହିଳା, ଝିଅମାନେ , ନୀରିହ ଛୁଆଙ୍କୁ ନିଜ ଶିକାର କରି ରେପ୍ ପରି ଘଟଣା ଘଟାଉଛନ୍ତି , ଏହି ଘଟଣା ଗୁଡିକ ଦେଶକୁ ଲଜ୍ଜିତ କରିଦେଉଛି ,ଏହି ମଧ୍ୟରେ ମୁମ୍ବାଇର ବସ ଡ୍ରାଇଭର ଓ କଣ୍ତକ୍ଟର ଏମିତି କିଛି କାମ କରିଥିଲେ ଯାହା ପରେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲ ।

 

ଜାଣନ୍ତୁ ପୂରା ମାମଲା : ମୁମ୍ବାଇ ପରି ମହାନଗରୀରେ ଜଣେ ଏକୁଟିଆ ଯାଉଥିବା ଝିଅକୁ ଦେଖିକରି ନୃଶଂସ ମଣିଷ ଛାଡିନଥାଏ , ଏମିତି ଏକ ମାମଲା ଜଣେ ଝିଅ ସହ ହୋଇଥିଲା ,ଯେଉଂଠି ମଣିଷତ୍ୱ ପାଇଁ ଜଣେ ଡ୍ରାଇଭର୍ ଓ କଣ୍ତକ୍ଟର ଏହି କାମ କରିନଥିଲେ , ମୁମ୍ବାଇରେ ଏକ କମ୍ପାନୀରେ କାମ କରୁଥିବା ଝିଅ ବସରେ ଗୋରେଗାଓଁରୁ ରୋୟାଲ୍ ପାମ୍ ବସ ଷ୍ଟପ୍ ରେ ରାତିକୁ ୧:୩୦ ରେ ଓହ୍ଲାଇଥିଲା , ସେହି ଜାଗା ସୁନ୍ ସାନ୍ ଥିଲା , ଓ ଝିଅ ସହ କେହି ବି ନଥିଲେ ସେହି ସମୟରେ ବସ୍ ଡ୍ରାଇଭର୍ ଓ କଣ୍ତକ୍ଟର୍ ଅବସ୍ଥା ଦେଖିକରି ବସ୍ କୁ ସେତେ ପର୍ଯ୍ୟନ୍ତ ରଖିଲେ ଯେତେ ପର୍ଯ୍ୟନ୍ତ ସେହି ଝିଅ କେଉଁ ଅଟୋ ରେ ନ ବାହାରିଛି ,ତାପରେ ସେମାନେ ସେହି ଝିଅକୁ ଅଟୋରେ ବସାଇ ପଠାଇ ଦେଇଥିଲେ ,

 

ଟ୍ୱିଟ୍ ମାଧ୍ୟମରେ ସେ ଝିଅଟି କରିଥିଲା ଧନ୍ୟବାଦ ଜ୍ଞାପନ : ଏହି ସବୁ ମାମଲା ଝିଅଟି @nautankipanti ନାମରେ ଏକ ଟ୍ୱିଟର୍ ଏକାଉଣ୍ଟରେ ସେୟାର୍ କରିଥିଲେ , ଝିଅଟି ଡ୍ରାଇଭର୍ ଓ କଣ୍ତକ୍ଟର ବିଷୟରେ ପ୍ରଶଂସା କରି କହିଥିଲା , ସେ କହିଥିଲା କି ନିଜ ଡ୍ୟୁଟି ରୁ ବାହାରେ ସେମାନେ ମଣିଷ୍ୟତ୍ୱ ଦେଖାଇ ଯେଉଁ ମୋର ଉପକାର କରିଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ , ଝିଅଟି କହିଲା କି ସେ ରାତିରେ ୧:୩୦ ସମୟରେ ବସ୍ ନମ୍ବର ୩୯୮ ରୁ ଓହ୍ଲାଇଥିଲେ , ତେବେ କଣ୍ତକ୍ଟର ମୋତେ ପଚାରିଥିଲେ କି ଆପଣଙ୍କୁ କେହି ନେଇଯିବାକୁ ଆସୁଛନ୍ତି କି ନାହିଁ ,ତେବେ ମୁଁ କହିଲି ନା , ଏହି ଅବସ୍ଥାରେ ଝିଅକୁ ସୁନ୍ ଶାନ୍ ଯାଗାରେ ଅଲଗା ଛାଡିଯିବା ଟା ଠିକ୍ ନୁହେଁ , ଓ ସେମାନେ ବସ୍ ଅଟକାଇ ଦେଲେ , ଓ ସେମାନେ ସେତେ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ , ଯେତେ ପର୍ଯ୍ୟନ୍ତ ମୁଁ ଅଟୋ ରେ ନ ବସିଛି ,ଓ ସେ ଝିଅଟି କହିଥିଲା ମୋତେ ମୁମ୍ବାଇକୁ ଭଲ ଲାଗେ ।

ଆମେ ଆଶା କରୁଚୁ କି ଆପଣ ମାନେ ମଧ୍ୟ ଏହି ଲୋକଙ୍କ ଭଳି କାହାକୁ ନା କାହାକୁ ଏଭଳି ପରସ୍ଥିତି ରେ ନିଶ୍ଚୟ ସାହାଯ୍ୟ କରନ୍ତୁ ଓ ନିଜର ଓ ଦେଶର ଗର୍ବ ରେ ନିଜକୁ ସାମିଲ କରନ୍ତୁ ଓ ଭାରତ କୁ ଆଗକୁ ବଢିବା କୁ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *