March 26, 2024

Odia Express

News For Public

ସବୁଦିନ ସନ୍ଧ୍ୟା ହେଲେ ଏଠାକୁ ଭୋଗ ଖାଇବା ପାଇଁ ପୁରା ପରିବାର ସହିତ ଜଙ୍ଗଲରୁ ଭାଲୁ ଏଠାକୁ ଆସିଥାନ୍ତି – ଜାଣି ରଖନ୍ତୁ ଭଗବାନ ଙ୍କ ଅଦ୍ଭୁତ ଲୀଳା ବିଷୟରେ..

ଏହା କହିବା ଭୁଲ୍ ହେବ କି କେବଳ ମଣିଷ ଭିତରେ ହିଁ ଭକ୍ତି ଭାବନା ଥାଏ ବୋଲି , ପଶୁ ମାନଙ୍କର ଭିତରେ ବି ଭକ୍ତି ଭାବ ଥାଏ , ଏମିତି ବହୁତ ଥର ଦେଖାଯାଇଛି କି ପାଳିତ ପଶୁ ଥାନ୍ତି ଯେଉଁ ମାନେ କାହାର ଖାଇବା ଖାଆନ୍ତି ନାହିଁ , ମଣିଷ ଯେପରି ଉପବାସ ରହିଥାଏ ସେପରି ପଶୁମାନେ ବି ଉପବାସ କରିଥାନ୍ତି , ଭଗବାନ ଶଙ୍କରଙ୍କ ମନ୍ଦିରରେ ବହୁତ ଥର ସାପମାନଙ୍କୁ ଦେଖାଯାଏ , ସେମାନେ ବି ଭଗବାନଙ୍କ ଭକ୍ତି ସକାଶେ ସେଠାରେ ଥାନ୍ତି ,ସମୟ ସମୟରେ ଏମିତି ବହୁତ ଉଦାହରଣ ଦେଖିବାକୁ ମିଳେ ଯାହା ପ୍ରମାଣିତ କରେ କି ପଶୁମାନଙ୍କ ମଧ୍ୟରେ ଭକ୍ତି ଭାବନା ଥାଏ ବୋଲି ,

 

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ମାତା ଚଣ୍ତୀଙ୍କ ମନ୍ଦିର , ଏକ ଏପରି ଜାଗା ଯେଉଁଠି ଭାଲୁ ନିଜ ପରିବାର ସହ ପୂଜା କରିବାପାଇଁ ଆସିଥାନ୍ତି , ଓ ମନ୍ଦିରର ପ୍ରସାଦ ନେଇକରି ଚୁପ୍ ଚାପ୍ ପଳେଇଥାନ୍ତି ।

ମାତା ଚଣ୍ତୀଙ୍କ ମନ୍ଦିର ଛତିଶଗଡର ମହାସମୁଦ୍ର ଜିଲ୍ଲାର ବାଗବହରା ରୁ ୫ କିଲୋମିଟର ଦୁର ଜଙ୍ଗଲରେ ଅଛି , ଏହି ମନ୍ଦିରକୁ ଦର୍ଶନ କରିବାପାଇଁ ଦୂର ଦୂରରୁ ଲୋକ ଆସିଥାନ୍ତି , ନବରାତ୍ରୀ ସମୟରେ ଏଠାରେ ବହୁତ ଭିଡ ଦେଖିବାକୁ ମିଳେ , ଏହି ଭିଡରେ ସାମିଲ୍ ହୋଇଥାଏ ଏକ ଭାଲୁର ପରିବାର , ଭାଲୁ ନିଜ ପୂରା ପରିବାର ସହ ମା ଚଣ୍ତୀଙ୍କ ଦର୍ଶନ କରିବାପାଇଁ ମନ୍ଦିରକୁ ଆସିଥାନ୍ତି , ଭାଲୁମାନଙ୍କ ପରିବାରର ମୁଖିଆ ମନ୍ଦିରର ମୁଖ୍ୟ ଦ୍ୱାର ନିକଟକୁ ଆସି ରହିଥାଏ , ଓ ବାକି ପରିବାର ମନ୍ଦିରର ଭିତରେ ପୂଜା କରିବାପାଇଁ ଆସିଥାନ୍ତି , ମନ୍ଦିରରେ ସବୁ ଭାଲୁ ପରିକ୍ରମା କରିଥାନ୍ତି , ଓ ଶାନ୍ତିରେ ପ୍ରସାଦ ନେଇକରି ପଳେଇଥାନ୍ତି ।

 

ଭାଲୁଙ୍କ ଏହି ପରିବାରରେ ଏକ ନର , ଓ ଏକ ମାତା ଭାଲୁ ଓ ତାଙ୍କ ଛୁଆ ଥାନ୍ତି , ମନ୍ଦିରର ପୁଜାରିଙ୍କ କହିବା କଥା କି ଭାଲୁ ବହୁତ ସମୟ ହେଲା ଏହି ଜାଗାକୁ ଆସିଛନ୍ତି , ଓ ଶାନ୍ତିରେ ପୂଜା କରି ପ୍ରସାଦ ନେଇକରି ପଳେଇଯାନ୍ତି , ଲୋକଙ୍କ ଆସ୍ଥା ସେହି ଭାଲୁମାନଙ୍କୁ କିଛି ପ୍ରସାଦ ଖୁଆଇଥାନ୍ତି , ଆଶ୍ଚର୍ଯ୍ୟର କଥା ଏହି କି ଯେ ସେହି ଭାଲୁର ପରିବାର କାହାର କିଛି କ୍ଷୟ କ୍ଷତି କରିନାହାନ୍ତି ,ଲୋକଙ୍କ କହିବା କଥା କି ଜଙ୍ଗଲର ଏହି ମନ୍ଦିର ଦେବୀ ମାଙ୍କ ମୂର୍ତ୍ତୀ ସ୍ୱୟଂ ପ୍ରକଟ ହୋଇଥିଲେ ,

 

ଏହି ମନ୍ଦିର ପ୍ରାୟ ୧୫୦ ବର୍ଷ ପୁରୁଣା ମନ୍ଦିର ଅଟେ , ଆଜି ବି ଲୋକମାନେ ଏହାକୁ ଦର୍ଶନ କରିବାପାଇଁ ଆସନ୍ତି , ଆଖପାଖ ଲୋକଙ୍କ କହିବାକଥା କି ଜଙ୍ଗଲରେ ଭାଲୁମାନଙ୍କର ମା ଙ୍କ କୃପା ଅଛି , ଆଜିର ସମୟରେ ଏମିତି କିଛି ଘଟଣା ମଣିଷକୁ ଭାବିବାକୁ ବାଧ୍ୟ କରିଥାଏ

Leave a Reply

Your email address will not be published. Required fields are marked *