ବିଶ୍ଵକପ ଦୌଡରୁ ବାଦ ପଡି ସାରିଥିବା ଦକ୍ଷିଣ ଆଫ୍ରିକା ଦଳ ଶନିବାର ଅଷ୍ଟ୍ରେଲିଆ କୁ 10ରନରେ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ଦୁଇନମ୍ବରକୁ ଖସି ଆସିଛି । ଏହାପରେ ଭାରତ ଏକନମ୍ବର ଦଳ ହୋଇଛି। ବର୍ତ୍ତମାନ ସେମିଫାଇନାଲରେ ଭାରତୀୟ ଦଳ ନିଉଜିଲାଣ୍ଡ ସହ ଖେଳିବ , ଏହାକୁ ନେଇ ଦକ୍ଷିଣଆଫ୍ରିକା ଅଧିନାୟକ ଫାଫ ଡ୍ୟୁପ୍ଲେସୀସ ଏକ ବଡ ବୟାନ ଦେଇଛନ୍ତି ।ଦକ୍ଷିଣଆଫ୍ରିକା ଅଧିନାୟକ ଫାଫ ଡ୍ୟୁପ୍ଲେସୀସ ମ୍ୟାଚ ପରେ ସାକ୍ଷାତକାରରେ ଭାରତକୁ ନେଇ ବଡ ବୟାନ ଦେଇଛନ୍ତି । ଏହାପରେ ଏହି ବୟାନ ଦ୍ରୁତ ବେଗରେ ଭାଇରାଲ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରି 325ରନ କରିଥିଲା ଏହାର ପିଛା କରି ଅଷ୍ଟ୍ରେଲିଆ ଦଳ ଶେଷ ଓଭରରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ 315ରନ କରିପାରିଥିଲା ଓ 10ରନ ପଛରେ ରହି ପରାସ୍ତ ହୋଇଥିଲା । ଅଷ୍ଟ୍ରେଲିଆ ତରଫରୁ ଡ଼େଭିଡ ୱାର୍ଣ୍ଣର ଶତକୀୟ ଇନିଙ୍ଗ୍ସ ଖେଳିଥିଲେ କିନ୍ତୁ ମ୍ୟାଚ ସାଉଥ ଆଫ୍ରିକା ଜିତିଗଲା ।
ଫାଫ ଡ୍ୟୁପ୍ଲେସୀସ ବୟାନ ଦେଲେ
ବିଶ୍ଵକପ 2019ରୁ ସାଉଥ ଆଫ୍ରିକା ବିଦାୟ ନେଉନେଉ ଅଷ୍ଟ୍ରେଲିଆକୁ ହରେଈ ଦେଇଛି । ଏହାପରେ ଡ୍ୟୁପ୍ଲେସୀସ ଖୁସି ହୋଇ ବୟାନ ଦେଇଛନ୍ତି । ସେ କହିଲେ ଯେ ଆମ ବିଜୟ ଦ୍ଵାରା ଭାରତୀୟ ଦଳ ବହୁତ ଖୁସି ହୋଇଥିବେ କାରଣ ବର୍ତ୍ତମାନ ସେମାନଙ୍କୁ ସେମିଫାଇନାଲରେ ନିଉଜିଲାଣ୍ଡ ସହ ଖେଳିବାକୁ ହେବ , ଯେଉଁ ଦଳ ନିଜର ପୂର୍ବ ତିନୋଟି ମ୍ୟାଚ ହାରିସାରିଛି । ଏହାଫଳରେ ସେହି ଦଳ ବର୍ତ୍ତମାନ ଦୁର୍ବଳ ହୋଇସାରିଛି । ଏପରି ସମୟରେ ଫାଇନାଲ ପହଞ୍ଚିବାକୁ ଭାରତ ପାଇଁ ସହଜ ହୋଇଯିବ ।
ଏହି ଦଳମାନଙ୍କ ମଧ୍ୟରେ ସେମିଫାଇନାଲ ଖେଳ ହେବ
ଦକ୍ଷିଣଆଫ୍ରିକା ଅଧିନାୟକ ଫାଫ ଡ୍ୟୁପ୍ଲେସୀସ ଫାଇନାଲ ଦଳ ବିଷୟରେ ଭବିଷ୍ୟବାଣୀ କରି କହିଲେ ଯେ ଏହିଥର ଫାଇନାଲ ଇଂଲଣ୍ଡ ଓ ଭାରତ ମଧ୍ୟରେ ହେବ । ତା ସହ ସେ ଆହୁରି ମଧ୍ୟ କହିଲେ ଯେ ଭାରତ ଓ ଅଷ୍ଟ୍ରେଲିଆ ବଡ ପ୍ରତିଯୋଗୀତାରେ ବହୁତ ଭଲ ଖେଳନ୍ତି । ଏହି କାରଣରୁ ଏହି ପ୍ରତିଯୋଗୀତାରେ ଏହି ଦଳମାନଙ୍କ ମଧ୍ୟରୁ ସେ ଗୋଟିଏ ଦଳକୁ ସମର୍ଥନ ଦେବେ । କାରଣ ଏହି ଦଳ ବିଶ୍ଵକପ ଜିତିବାର ପ୍ରବଳ ଦାବିଦାର ଅଟନ୍ତି । ଏହି ବିଶ୍ଵକପରେ ସାଉଥ ଆଫ୍ରିକା ଦଳ ଦୁର୍ବଳ ପ୍ରଦର୍ଶନ କରିବାରୁ ନିରାଶ ହୋଇଛି ।
ଇମ୍ରାନ ତାହିର ବିଦାୟ ନେଲେ
ସାଉଥ ଆଫ୍ରିକା ଦଳ ହୁଏତ ଏହି ବିଶ୍ଵକପରେ ଭଲ ପ୍ରଦର୍ଶନ କରିନାହିଁ କିନ୍ତୁ ନିଜର ଶେଷ ମୁକାବିଲା ଜିତିକରି ଇମ୍ରାନ ତାହିରଙ୍କୁ ସ୍ମରଣୀୟ ଉପହାର ଦେଇଛି । ଏହି ମ୍ୟାଚରେ ଇମ୍ରାନ ତାହିର କେବଳ ଗୋଟିଏ ଉଇକେଟ ନେଇଛନ୍ତି ଓ ଏହାସହ ତାଙ୍କର ଶେଷ ବିଶ୍ଵକପ ଅନ୍ତ ହୋଇଗଲା । ପଡିଆରେ ଇମ୍ରାନ ତାହିରଙ୍କୁ ବିଶ୍ଵକପ ପାଇଁ ଫେୟାରୱେଲ ଦିଆଗଲା । ତାଙ୍କ ଭଳି ଖେଳାଳିଙ୍କୁ ପୁରା ବିଶ୍ଵ ମନେରଖିବ , କିନ୍ତୁ ଏହା ତାଙ୍କ ପାଇଁ ଶେଷ ବିଶ୍ଵକପ ଥିଲା, ଯେଉଁ କାରଣରୁ ସେ ବହୁତ ଅଧିକ ନିରାଶ ଓ ଦୁଃଖୀ ଦେଖାଯାଉଥିଲେ ।