March 26, 2024

Odia Express

News For Public

ପ୍ରତ୍ୟେକଦିନର ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ, ସର୍ବଦା ଧନଧାନ୍ୟରେ ପୁରିରହିବ ଘର…

ହିନ୍ଦୁ ଧର୍ମଶାସ୍ତ୍ରରେ ପଶୁପକ୍ଷୀ ମାନଙ୍କୁ ଅନ୍ନ ଖୁଆଇବାର ବହୁତ ମହିମା ବର୍ଣ୍ଣିତ । ପୌରାଣିକ ମାନ୍ୟତା ଅନୁଯାୟୀ ପାରାଙ୍କୁ ବାଜରା ଖୁଆଇଲେ ଘରକୁ ସୁଖଶାନ୍ତି ଆସେ ଓ ପରିବାର ଧନଧାନ୍ୟରେ ପରିପୂର୍ଣ୍ଣ ରହେ। ହିନ୍ଦୁଧର୍ମରେ ଗାଈକୁ ପବିତ୍ର ମାନ୍ୟତାପ୍ରାପ୍ତ ହୋଇଛି । ଏହାର ସେବା କରୁଥିବା ବ୍ୟକ୍ତିଙ୍କୁ ସମସ୍ତ ସୁଖସୁବିଧା ପ୍ରାପ୍ତ ହୋଇଥାଏ ।ଏପରି ମଧ୍ୟ କୁହାଯାଇଛି ପକ୍ଷୀ ମାନଙ୍କୁ ଦାନା ଦେଲେ ଆର୍ଥିକ ମାମଲାରେ ଲାଭ ହୋଇଥାଏ । ଗାଈ ବିଷୟରେ ପୌରାଣିକ ମାନ୍ୟତା ଅଛି ଯେ ଘରେ ହୋଇଥିବା ପ୍ରଥମ ରୁଟି ଗାଈକୁ ଖୁଆଇବା ଉଚିତ । ଜ୍ୟୋତିଷଶାସ୍ତ୍ରୀ ମାନଙ୍କ ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ପ୍ରଥମ ରୁଟି ଗାଈ ନିମନ୍ତେ କରିବା ଉଚିତ। ଏହାପରେ ପରିବାରର ବାକିଲୋକ ମାନଙ୍କ ନିମନ୍ତେ ହେବା ଉଚିତ ।

 

ଚେଷ୍ଟା କରିବା ଉଚିତ କି ଗାଈର ଏହି ରୁଟିରେ ଅଳ୍ପ ହଳଦୀ ମିଶିଥିବ । ଏହାଦ୍ୱାରା ଗାଈକୁ ରୁଟି ଖୁଏଇବାର ଅପାର ଫଳ ପ୍ରାପ୍ତ ହୁଏ । ଗୁରୁବାର ଦିନ ଅଟାଗୁଳାରେ ହଳଦୀ ମିଶେଇ ଗାଈକୁ ଖୁଏଇଲେ ଜୀବନରେ ଶୁଭ ଓ ବୈଭତା ପ୍ରାପ୍ତ ହୁଏ ।

 

ହିନ୍ଦୁ ଧର୍ମଗ୍ରନ୍ଥରେ କୁହାଯାଇଛି ଗାଈ ଠାରେ  ୩୩କୋଟି ଦେବୀଦେବତାଙ୍କ ବାସ ହୋଇଥାଏ । ଏଥିପାଇଁ ପ୍ରତିଦିନ ରୁଟି ଗାଈକୁ ଖୁଏଇବା ଆବଶ୍ୟକ । ଏହାଦ୍ୱାରା ସମସ୍ତ ଦେବୀଦେବତା ପ୍ରସନ୍ନ ହୁଅନ୍ତି । ବ୍ୟକ୍ତିଙ୍କର ସମସ୍ତ ଅଭୀଷ୍ଟ ସିଦ୍ଧି ହୁଏ ଓ ବ୍ୟକ୍ତିଙ୍କର ପରିବାରରେ ଆନନ୍ଦ ବାସ କରେ । ଏଥିପାଇଁ ପ୍ରତିଦିନ ସକାଳେ ରୁଟି ତିଆରି ହେବା ବେଳେ ପ୍ରଥମ ରୁଟି ଗାଈ ପାଇଁ ଅଲଗା ରଖି ତାକୁ ଖୁଏଇବାର ପରମ୍ପରା ରହିଛି । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଲୌକିକ ଓ ପାରଲୌକିକ ଉଭୟ ଫଳ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *